ନୂଆଦିଲ୍ଲୀ: ଚଳିତ ବର୍ଷ ଫେବ୍ରୁଆରିରେ ରାଜ୍ୟରେ ୪ ହଜାର କୋଟି ଟଙ୍କାରୁ ଅଧିକ ଜିଏସ୍ଟି ସଂଗ୍ରହ କରାଯାଇଛି। ଆଲୋଚ୍ୟ ମାସରେ ୪,୧୦୧ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ ହୋଇଛି ଯାହା ୨୦୨୧ ଫେବ୍ରୁ୍ଆରିରେ ହୋଇଥିବା ୩,୩୪୧ କୋଟି ଟଙ୍କା ତୁଳନାରେ ୨୩% ଅଧିକ। ସର୍ବଭାରତୀୟ ସ୍ତରରେ ଫେବ୍ରୁଆରିରେ ୧,୩୩,୦୨୬ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ କରାଯାଇଛି। କ୍ରମାଗତ ପଞ୍ଚମ ମାସ ଲାଗି ମାସିକ ଜିଏସ୍ଟି ସଂଗ୍ରହ ୧.୩ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି। ଫେବ୍ରୁଆରିରେ ୨୪,୩୪୫ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସ୍ଟି, ୩୦,୭୭୯ କୋଟି ଟଙ୍କାର ରାଜ୍ୟ ଜିଏସ୍ଟି, ୬୪,୭୪୧ କୋଟି ଟଙ୍କାର ସମନ୍ବିତ ଜିଏସ୍ଟି ଓ ୧୦,୩୪୦ କୋଟି ଟଙ୍କାର ସେସ୍ ସଂଗ୍ରହ କରାଯାଇଛି।
ଜିଏସ୍ଟି ସଂଗ୍ରହ ୪,୧୦୦ କୋଟି ଟପିଲା ଓଡ଼ିଶାରେ
Chief Editor By Nirakar Sahu
0
Tags
ହାଇଲାଇଟ୍ ସମ୍ବାଦ
Post a Comment