BREAKING
Loading...
:

ବିଡିପୁର ସ୍ଥିତ ମା ଉଗ୍ରତାରା ଙ୍କ ପୀଠ ରେ ପହିଲି ଭୋଗ

 


ବିଡ଼ିପୁର(ନୀଳଚକ୍ର live)ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଡ଼ିପୁର ସ୍ଥିତ ମା ଉଗ୍ରତାରା ଙ୍କ ପୀଠ ରେ ମକର ସଂକ୍ରାନ୍ତି ଉପଲକ୍ଷେ ପହିଲି ଭୋଗ ପ୍ରସାଦ ସେବନ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇ ଯାଇଛି।






ମା ଉଗ୍ରତାରା ବଣିକ ସଂଘ ତରଫରୁ ଆୟୋଜିତ ଉକ୍ତ ପହିଲି ଭୋଗ ପ୍ରସାଦ ସେବନ କାର୍ଯ୍ୟକ୍ରମ ରେ ସମସ୍ତ ବଣିକ ସଂଘ ର ସପରିବାର ,ବିଡ଼ିପୁର ଗ୍ରାମପଂଚାୟତ ସରପଞ୍ଚ,ସମିତିସଭ୍ୟା, ବୁଦ୍ଧିଜୀବୀ, ସାମ୍ବାଦିକ ମାନେ ଯୋଗ ଦେଇ ପ୍ରସାଦ ସେବନ କରିଥିଲେ।ମାଆ ଉଗ୍ରତାରା ବଣିକ ସଂଘ ର ସଭାପତି ପ୍ରଭାତ କୁମାର ବିଶୋଇ , ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଏବଂ କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ବିପ୍ର ଚରଣ ବାରିକ ପ୍ରତେକ୍ଷ ତତ୍ୟାବଧାନ ରେ ପହିଲି ଭୋଗ ପ୍ରସାଦ ସେବନ କାର୍ଯ୍ୟକ୍ରମ ହୋଇଥିଲା ଓ ସମସ୍ତ ହର୍ଷ ଉଲ୍ଲାସ ରେ ପ୍ରସାଦ ସେବନ କରିଥିଲେ।

Post a Comment

Previous Post Next Post
Header ADS