BREAKING
Loading...
:

ଦକ୍ଷତାବୃଦ୍ଧି ତାଲିମ୍ ଶିବିର ଅନୁଷ୍ଠିତ


ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live )-୧୬-୧୨-୨୦୨୫ ରିଖ ଦିନ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡ଼ିଗ୍ରୀ କଲେଜ ପରିସରରେ ଶ୍ରୀ ଇନଷ୍ଟିଚ୍ଯୁଟ ଅଫ୍ ମ୍ଯାନେଜମେଣ୍ଟ ତରଫରୁ ଦକ୍ଷତା ବିକାଶ ଶିବିର ଅନୁଷ୍ଠିତ ହୋଇଯାଇଛି l କଲେଜ ଅଧ୍ଯକ୍ଷ ଡ.ପ୍ରମୋଦ କୁମାର ଚୌଧୁରୀ ଏହି ଶିବିରରେ ସଭାପତିତ୍ୱ କରି ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବିକାଶପାଇଁ ନିଜର ସୁଚିନ୍ତିତ ମତ ପ୍ରଦାନ କରିଥିଲେ l ଶ୍ରୀ ଇନଷ୍ଟିଚ୍ଯୁଟ ଅଫ୍ ମ୍ଯାନେଜମେଣ୍ଟରୁ ଆସିଥିବା ପ୍ରଶିକ୍ଷକ ମାନେ  ଛାତ୍ରଛାତ୍ରୀଙ୍କୁ ବୃତ୍ତିଗତ ଉନ୍ନତି ପାଇଁ ବହୁ ଉପାଦେୟ ତଥ୍ଯପ୍ରଦାନ କରିଥିଲେ  l

ପୂର୍ବତନ ଅଧ୍ଯକ୍ଷ ଶ୍ରୀଯୁକ୍ତ ସନାତନ ସାହୁ ଛାତ୍ରଛାତ୍ରୀଙ୍କୁ ଦକ୍ଷତା ବିକାଶ ସଂପର୍କିତ ପ୍ରେରଣାଦାୟୀ ବକ୍ତବ୍ଯ ପ୍ରଦାନ କରି ପିଲାମାନଙ୍କମନରେ ଉତ୍ସାହ ଭରିଥିଲେ l ଉକ୍ତ ପ୍ରଶିକ୍ଷଣ ଶିବିରରେ ଇତିହାସ ବିଭାଗ ଅଧ୍ଯାପକ ଶ୍ରୀ ବିଭୂତିଭୂଷଣ ପ୍ରଧାନ,ରାଜନୀତିବିଜ୍ଞାନ ଅଧ୍ଯାପକ ବିରଞ୍ଚିନାରାୟଣ ପ୍ରଧାନ,ଇଂରାଜୀ ଅଧ୍ଯାପିକା ଶ୍ରୀମତୀ ସୁଚରିତା କର,ଓଡିଆ ଅଧ୍ଯାପକ ପଞ୍ଚାନନ ପୋଲାଇ  ପ୍ରମୁଖ ଉପସ୍ଥିତ ଥିବାବେଳେ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ରହି ଦକ୍ଷତା ସଂପର୍କିତ ଜ୍ଞାନ ଆହୋରଣ କରିଥିଲେ l ପରିଶେଷରେ ଧନ୍ଯବାଦ ଅର୍ପଣ କରି ସଭାସଙ୍ଗ କରାଯାଇଥିଲା l ସ୍ଵେଚ୍ଛାସେବୀ ଶୋଭନ ସାହୁ, ଲିପୁ ସାହୁ, ସାଇରାମ ପ୍ରଧାନ , ପ୍ରୀତି ବେହେରା, ସ୍ନେହଲତା ନାୟକ, ଜ୍ୟୋତି ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

Post a Comment

أحدث أقدم
Header ADS