BREAKING
Loading...
:

ଦିଗଦର୍ଶନ ପାଉଣ୍ଡେସନ ସମ୍ପାଦିକାଙ୍କୁ ସମାଜସେବା ସମ୍ମାନ


ଗଞ୍ଜାମ :(ନୀଳଚକ୍ର live) ଗଞ୍ଜାମ ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଦିଗଦର୍ଶନ ଫାଉଣ୍ଡେସନ ସମ୍ପାଦିକା ସୁଶ୍ରୀ ବିଜୟଲକ୍ଷ୍ମୀ ମହାଙ୍କୁଡ଼ ଙ୍କୁ ସମାଜସେବା ସମ୍ମାନାରେ ସମର୍ଦ୍ଧିତ କରାଯାଇଛି lକଟକ ଜିଲ୍ଲାର କନ୍ଦରପୁର ଉମାକାନ୍ତ ମଣ୍ଡପରେ ସରସ୍ବତୀ କଳା ପରିଷଦ ର ମହା ସମାରୋହରେ ଆୟୋଜିତ 20 ତମ ବାର୍ଷିକ ଉତ୍ସବରେ ତାଙ୍କୁ ଏହି ସମ୍ମାନ ମିଳିଛି l

ମୁଖ୍ୟ ଅତିଥି ସମାଜସେବୀ ସଂଗଠକ ତଥା ଗବେଷକ ଶ୍ରୀପତି ଆଚାର୍ଯ୍ୟ, କବି ତଥା ସମ୍ବାଦିକ ସୁନିଲ କର, ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ତଥା ଶ୍ରୀଜଗନ୍ନାଥ ସେବା ପ୍ରତିଷ୍ଠାନ ନିର୍ଦ୍ଧେଶକ ତଥା ସମ୍ପାଦକ ବଳରାମ ତରାଇ, କଟକ ସଦର ବିକାଶ ମଞ୍ଚ ସଭାପତି ଡ଼ଃ. ଦେବଦତ୍ତ ନନ୍ଦ, ସମ୍ପାଦକ ସୁବୋଧ ବେହେରା ଧରିତ୍ରୀ ଇମେଜ ଏଡିଟର ତଥା ଅଭିନେତା ରଶ୍ମୀ ରଞ୍ଜନ ସାହୁ ପ୍ରମୁଖ ବହୁ ବିଶିଷ୍ଠ ବ୍ୟକ୍ତିଙ୍କ ଉପସ୍ଥିରେ ତାଙ୍କୁ ସମ୍ମାନିତ କରାଯାଇଥିଲା l ଯାହାକୁନେଇ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ର ସୁଅ ଛୁଟିଛି l ସେ ସମ୍ପ୍ରତି ଓଡିଶା ସମ୍ବାଦିକ ସଙ୍ଘର ରାଜ୍ୟ ମହିଳା ଆବାହିକା ରହିଥିବା ବେଳେ ଗଞ୍ଜାମରେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଦିଗଦର୍ଶନ ୟୁଥ କ୍ଳବ ପ୍ରତିଷ୍ଠା କରି ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ଆସୁଛନ୍ତି l

Post a Comment

Previous Post Next Post
Header ADS