BREAKING
Loading...
:

ଗଡ଼ସାହି,କନକା ଓ ହରିଜନ ସାହିରେ ପାଣି ମରୁଡି:-ବିଧୟିକା ଙ୍କୁ ଗୁହାରି କଲେ ଲୋକେ,

 


ପୁରୁଷୋତ୍ତମପୁର(ନିଳଚକ୍ର live)-ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଏକ ଠାରୁ ଚାରି ନମ୍ବର ୱାର୍ଡ ପର୍ଯ୍ୟନ୍ତ ପ୍ରାୟ ଚାରିହଜାର ଲୋକ ପାଣି ପାଇଁ ଡହଳ ବିକଳ ହେଉଛନ୍ତି l ଏକ ନମ୍ବର ଏବଂ ଦୁଇ ନମ୍ବର ୱାର୍ଡର ଦିନ ମଜୁରିଆ ଶ୍ରେଣୀର ଲୋକମାନେ ଅଛନ୍ତି। ପି. ଏଚ. ଡି ପାଣି ଆସିଲେ ରୋଷେଇ କରି ଯିଏ ସିଏ କାମକୁ ବାହାରିଥାନ୍ତେ l ହେଲେ ସପ୍ଲାଇ ପାଇପ ରେ ପାଣି ନଆସିବାରୁ ଲୋକମାନେ ଟ୍ୟୁବଲ ଉପରେ ଭରଷା କରି ରହୁଛନ୍ତି ,ତାହାପୁଣି ଖରାପ ପାଣି, ଅଫିସରଙ୍କୁ ଜଣେଇବାରୁ ବୁଝିବା ପାଇଁ ନାରାଜ ଏବଂ ଉଚ୍ଚକର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ ହେଇପାରିଲାନାହିଁ ଗତ ରାତ୍ରରୁ ମଟରକୁ ଦିଆଯାଇଥିବା କେବୁଲ କୌଣସି ଚୋର କାଟି ନେଇ ଯାଇଥିବାରୁ ମଟର ଚାଲୁନାହିଁ ଯାହାଫଳରେ ପାଣି ଯୋଗାଣ ହୋଇ ପାରୁନାହିଁ |

ଏନ. ଏ. ସି ର କାର୍ଯ୍ୟନିର୍ବାହୀଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ସହିତ ଯୋଗା,ଯୋଗ ହୋଇ ପାରି ନଥିଲା |  ଯାହାଫଳରେ କନକା ସାହି, ନୋଳିଆ ସାହି, ନିଗମ କଲୋନୀ, ହରିଜନ ସାହି,  ଗଡ଼ସାହି, କୋଠାରି ନଗର, ନନ୍ଦିକ ସାହି ଲୋକମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ପାଣିଟେଙ୍କର ରେ ପନିଯୋଗାଇଲେ ଲୋକମାନଙ୍କର ସୁବିଧା ହୁଅନ୍ତା l  ବହୁ ଦୂରରୁ ପଟା ରିକ୍ସା ରେ ପାଣି ନେଇ ଆଣୁ ଥିବା ଦେଖିବାକୁ ମିଳିଛି |କିନ୍ତୁ ପ୍ରଶାସନର ର ନିଘା ନାହିଁ | ବାରମ୍ବାର ମଟର ଖରାପ ହେଉଥିବା ଯୋଗୁଁ ଲୋକମାନେ ବହୁତ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି lସ୍ଥାୟୀ ସମାଧାନ ନ ହେଲେ ଜନସାଧାରଣ ରାଜ ରାସ୍ତା କୁ ରାସ୍ତାକୁ ଓହ୍ଲାଇବେବୋଲି ଚେତାବନୀ ଦେଇଛନ୍ତି | ତେବେ ଆଜି ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟ ମଣୀ  ବୈଦ୍ୟ ଏକ କାମରେ ନନ୍ଦିକ ସାହି ଆସି ଥିବାର ଜାଣି ବହୁତ ଲୋକ ବିଧାୟିକା ଙ୍କୁ ଭେଟି ଏହି ବିଷୟରେ କହିବାରୁ ବିଧାୟିକା ସଙ୍ଗେ ସଙ୍ଗେ ଯେଇ ଙ୍କୁ ଫୋନ କରି ଥିଲେ, ହେଲେ ଯେଇ ଛୁଟିରେ ରହି ଥିବାରୁ   ତୁରନ୍ତ ଏହାର ସମାଧାନ ଗୋଟିଏ ଦିନରେ କରିବାକୁ  ସେ ତାଙ୍କୁ  କହିଥିଲେ, ତେବେ ବିଭୀଗୀୟ ଯେଇ ଏହା ଉପରେ କେଉଁ ପ୍ରକାର କାର୍ଯ୍ୟ କାରି କରୁଛନ୍ତି ଦେଖିବାକୁ ବାକି ରହିଛି ।

ରିପୋର୍ଟ///ପ୍ରସନ୍ନ କୁମାର ଦାସ

Post a Comment

Previous Post Next Post
Header ADS