BREAKING
Loading...
:

ପୁରୁଷୋତ୍ତମପୁର ନନ୍ଦିକ ସାହିରେ ୨O ଲକ୍ଷ ଟଙ୍କାର ଫେବର ରୋଡ଼ ର ଭିତ୍ତିପ୍ରସ୍ତର କଲେ ବିଧାୟିକା ସୂର୍ଯ୍ୟ ମଣି ବୈଦ୍ୟ

 


ପୁରୁଷୋତ୍ତମପୁର(ନିଳଚକ୍ର live) ପୁରୁଷୋତ୍ତମପୁର ଏନଏସିର ୱାର୍ଡ ନଂ '4' ନନ୍ଦିକ ସାହିରେ ଦୀର୍ଘ ୮ ବର୍ଷର ଅପେକ୍ଷା ପରେ ବର୍ତ୍ତମାନ ନବ ନିର୍ବାଚିତ କାଉନସିଲର ଅଶୋକ କୁମାର ମହାଙ୍କୁଡ ଙ୍କ ଉଦ୍ୟମରେ ବୁଧୁବାର ସକାଳ ୧୧ ଟା ସମୟରେ ୱାର୍ଡ ନଂ '4' ରେ ୨O ଲକ୍ଷ ଟଙ୍କା ର ଫେବର ରୋଡ଼ ସହିତ ଡ୍ରେନ ନିର୍ମାଣର ଭିତ୍ତିପ୍ରସ୍ତର ଅତିଥି ଭାବେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟ ମଣି ବୈଦ୍ୟ। ସମ୍ମାନିତ ଅତିଥିଭାବେ ଏନଏସି ଅଧକ୍ଷା ପ୍ରିୟଙ୍କା ଗୌଡ଼, ଉପାଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, କାର୍ଯ୍ୟନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ରଙ୍କ ଉପସ୍ଥିତରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି l

ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ସମସ୍ତ ୱାର୍ଡର କାଉନସିଲର କେ .ପ୍ରମୋଦ ଆଚାରୀ, ଭାବନି ଶଙ୍କର ନାହାକ, ଅରୁଣ କୁମାର ମହାଙ୍କୁଡ, ଲିଙ୍ଗରାଜ ବେହେରାଙ୍କ ସହିତ ଅନ୍ୟ ୱାର୍ଡ ସଭ୍ୟ ଭାଗିରଥି ବେହେରା, ବିପ୍ର ବେହେରା, ଚିଣ୍ଟୁ ମହାପାତ୍ର,ଲୋକନାଥ ବେହେରା, ନଗର ବିଜେଡି ସଭାପତି ପ୍ରଭାତ କୁମାର ପଟ୍ଟନାୟକ, ପ୍ରକାସ ଚନ୍ଦ୍ର ତ୍ରିପାଠୀ, ଗଞ୍ଜାମ ଜିଲ୍ଲା ଯୁବ ସମ୍ପାଦକ ପ୍ରେମାନନ୍ଦ ସାହୁ,ନଗର ଯୁବ ବିଜେଡି ନେତୃତ୍ୱ ରମେଶ ମହାଙ୍କୁଡ, ପ୍ରଦୀପ କୁମାର ବେହେରା, ସୁନୀଲ କୁମାର ବେହେରା, ହରେକୃଷ୍ଣ ଆଚାରୀ, ଏହା ସହିତ ଏନଏସି କନିଷ୍ଟ ଯନ୍ତ୍ରୀ ରାମ ଚନ୍ଦ୍ର ପେଙ୍ଗୁଆ, ଓ ଠିକାଦାର ସୂର୍ଯ୍ୟ ନାରାୟଣ ମହାପାତ୍ରଙ୍କ ଉପସ୍ଥିତରେ ଉକ୍ତ ନିର୍ମାଣ କାର୍ଯ୍ୟର ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ରିପୋର୍ଟ///ପ୍ରସନ୍ନ କୁମାର ଦାସ

Post a Comment

Previous Post Next Post
Header ADS