ଜଗନ୍ନାଥ ପ୍ରସାଦ:(ନିରାକାର ସାହୁ)ଜଗନ୍ନାଥ ପ୍ରସାଦ ବ୍ଲକ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ପରିବାର ପକ୍ଷରୁ ସ୍ଥାନୀୟ ଶିକ୍ଷକ ଭବନ ଠାରେ ଶିକ୍ଷକ ସଂଘ ର ବରିଷ୍ଠ ଉପଦେଷ୍ଟା ଶ୍ରୀ ପ୍ରଦୀପ୍ତ କିଶୋର ଭୂୟାଁ ଙ୍କ ପୌରୋହିତ୍ୟ ରେ "ଗୁରୁପୂଜନ ସମାରୋହ" ଅନୁଷ୍ଠିତ ହୋଇଥିଲା।ମୁଖ୍ୟଅତିଥି ଭାବେ ବରିଷ୍ଠ ଶିକ୍ଷାବିତ ଶ୍ରୀ ଅକ୍ଷୟ କୁମାର ମହାପାତ୍ର, ନିମନ୍ତ୍ରିତ ଅତିଥି ଭାବେ ବରିଷ୍ଠ ସାହିତ୍ୟିକ ଶ୍ରୀ ଲଡୁ କିଶୋର ପାଢ଼ୀ ଯୋଗ ଦେଇ ଗୁରୁ ପରମ୍ପରା,
ଆଜିର ସମାଜରେ ଶିକ୍ଷକ ଙ୍କ ଭୂମିକା,ଛାତ୍ରଛାତ୍ରୀ ଓ ଅଭିଭାବକ ଙ୍କ ଗୁରୁଙ୍କ ପ୍ରତି ମନୋଭାବ ପୋଷଣ କରୁଥିବା ବିଷୟ ରେ ନିଜସ୍ୱ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ସମାରୋହ ପକ୍ଷରୁ ଅବସର ଗ୍ରହଣ କରିଥିବା ବରିଷ୍ଠ ଶିକ୍ଷକ ଶ୍ରୀ ଚନ୍ଦ୍ରମଣି ପ୍ରଧାନ, ଶ୍ରୀ ମୋହନ ନାୟକ, ଶ୍ରୀ ସତ୍ୟବାନ ସେନାପତି ଓ ଶ୍ରୀ ପ୍ରମୋଦ କୁମାର ସାହୁ ଙ୍କୁ ଉତ୍ତରୀୟ ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ସମାରୋହ ଆରମ୍ଭ ରେ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ ଙ୍କ ତୈଳଚିତ୍ର ରେ ଧୂପ, ଦୀପ, ଚନ୍ଦନ ଓ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଅଗ୍ରପୂଜ୍ୟ ଗଣପତି ବାପା ଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା।
ସାଧାରଣ ସମ୍ପାଦକ ଜ୍ୟୋତିର୍ବିଦ ଶ୍ରୀ ଅନ୍ନଦା ତ୍ରିପାଠୀ ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ଶିକ୍ଷକ ସଂଘ ସଭାପତି ଶ୍ରୀ ପତିତପାବନ ନାୟକ ଦୀର୍ଘ ଦିନ ଧରି ବନ୍ଦ ଥିବା ଗୁରୁ ପୂଜନ ସମାରୋହ ଏଣିକି ପ୍ରତିବର୍ଷ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ନେଇ କରାଯିବ ବୋଲି ପ୍ରତିଶ୍ରୁତିଦେଇ ଥିଲେ।
ଏହି ସମାରୋହ ରେ ସଂଘ ପକ୍ଷରୁ ଉପସଭାପତି ବୁଲୁବେହେରା,ଉପ ସଭାନେତ୍ରୀ ରଂଜିତା ପତି,ଉପଦେଷ୍ଟା ସୁଧୀର କୁମାର ସାହୁ, କବିରାଜ ଡାକୁଆ ,ପ୍ରଶାନ୍ତ କୁମାର ସେଠୀ,କୁମୁଦିନି ବେହେରା,ସୁଶିଳା ବେହେରା ପ୍ରମୁଖ ଉପସ୍ଥିତ ଥିଲେ !ସହ ସମ୍ପାଦକ ରବୀନ୍ଦ୍ର କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ

Post a Comment