BREAKING
Loading...
:

ସୋମନାଥ ନାୟକ ଅଭିନନ୍ଦନିକା ଉନ୍ମୋଚିତ

 


ଭଞ୍ଜନଗର(ନିରାକାର ସାହୁ)-୧୨/୧୦/୨୦୨୨ ସୁସାହିତ୍ୟିକ ବରିଷ୍ଠ ଆଇନଜୀବୀ ସୋମନାଥ ନାୟକଙ୍କ ୮୧ତମ ଜୟନ୍ତୀ ଉପଲକ୍ଷେ "ସୋମନାଥ ନାୟକ ଅଭିନନ୍ଦନିକା" ତାଙ୍କ ଜନ୍ମସ୍ଥାନ ପାଟରାପଲ୍ଲୀ ଠାରେ ଗତ ୮ତାରିଖ ମଧ୍ୟାହ୍ନରେ ଜ୍ଞାନଗୁରୁ ତଥା ଦୂରଦର୍ଶନର ପ୍ରାକ୍ତନ ନିର୍ଦ୍ଦେଶକ ଡଃ ଶାନ୍ତନୁ କୁମାର ରଥଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି ।  ଏହି ଜୟନ୍ତୀ ଉତ୍ସବରେ ପଣ୍ଡିତ ବିପ୍ର ଚରଣ ସାହୁ ସଭାପତିତ୍ଵ କରିଥିବାବେଳେ ଡଃ. କମ୍ବୁପାଣି ସାମନ୍ତ, ପ୍ରାକ୍ତନ ଅଧ୍ୟକ୍ଷ ଶିବରାମ ପଣ୍ଡା, ବିଶିଷ୍ଟ କବି ପ୍ରଶାନ୍ତ ମହାନ୍ତି ଏ କାର୍ଯ୍ୟକ୍ରମକୁ ସଞ୍ଚାଳନା କରିଥିଲେ । ତାଙ୍କର ତିନିପୁଅ ସମୀର, ସୁଧୀର ଓ ଅସୀମ ସହ ଅନନ୍ତ ନାୟକ, ସୁନୀଲ ରାୟ ପ୍ରଭୃତି  ସକ୍ରିୟ ସହଯୋଗ କରିଥିଲେ । ପ୍ରକାଶନ ଦାୟିତ୍ଵ ତାଙ୍କ ଝିଅ ନିଳୀମା, ଜ୍ଵାଇଁ ବସନ୍ତ ଓ ନାତି ଡଃ.ପ୍ରତ୍ୟୁଷ ବହନ କରିଥିବା ବେଳେ ପ୍ରଚ୍ଛଦପଟ ର ପରିକଳ୍ପନା ଡଃ. ଦିଲ୍ଲୀପ କୁମାର ତ୍ରିପାଠୀ (ଦିଲ୍ଲୀ)। ଅକ୍ଷର ଓ ଅଙ୍ଗସଜ୍ଜା ଲୋହରାଖଣ୍ଡି ସାହିତ୍ୟ ସଂସଦ ସମ୍ପାଦକ ଚିନ୍ମୟ ବେବର୍ତ୍ତ। କରିଥିବା ଜଣାପଡିଛି ।  ଏହି ଅଭିନନ୍ଦନିକା ର ସମ୍ପାଦକ ଡଃ ବାୟାମନୁ ଚର୍ଚ୍ଚି ତାଙ୍କ ତାଙ୍କ ପ୍ରାରମ୍ଭିକ ସୂଚନାରେ ସୋମନାଥ ନାୟକଙ୍କ ବହୁମୂଖୀ ପ୍ରତିଭା ପ୍ରତି କିପରି ସେ ଆକର୍ଷିତ ହେଲେ ଓ "ବଣମଲ୍ଲୀ ବଣରେ ଫୁଟି ଝଡି ନଯାଉ" ଚିନ୍ତାକରି ଏହି ସଂକଳନଟିର ସମ୍ପାଦନା ଦାୟିତ୍ତ୍ଵ ନିଜ ହାତକୁ ନେଲେ ବୋଲି ପ୍ରକାଶ କରିଥିଲେ । ସେ ଏପରି ଏକ ସଂକଳନ କରିବାକୁ ଯାଉଛନ୍ତି ଶୁଣି ସୋମନାଥ ନାୟକଙ୍କ ସଂଗ୍ରାମୀ ଜୀବନର ସହକର୍ମୀ, ସହପାଠୀ, ସତୀର୍ଥ ଓକିଲବନ୍ଧୁ, କଳାକାର, କବି, ଲେଖକ, ପ୍ରାବନ୍ଧିକ, ଗାଳ୍ପିକ, ବନ୍ଧୁପରିଜନ ତାଙ୍କ ଜୀବନୀ ଉପରେ ରେଖାପାତ କରି ଅପ୍ରତ୍ୟାଶିତ ଭାବେ ବହୁ ବାର୍ତ୍ତା ଓ ଲେଖା ଯେପରି ପଠାଇଲେ ତାହା ଦେଖି ସେ ଅଭିଭୂତ ହୋଇପଡିଲେ । ଏହି ଜନ୍ମୋତ୍ସବ ପୂର୍ବରୁ ଧାର୍ଯ୍ୟ ସମୟସୀମା ଭିତରେ ଯାହାସବୁ ଲେଖା ହସ୍ତଗତ ହେଲା ସେସବୁ କୁ ନେଇ ଏଇ ଅଭିନନ୍ଦନିକା ପ୍ରକାଶିତ ହୋଇଛି ।  ବର୍ତ୍ତମାନ ସୁଦ୍ଧା ଶୁଭକାଂକ୍ଷୀ ମାନଙ୍କ ଲେଖା ପହଞ୍ଚିବାରେ ଲାଗିଛି । ତେଣୁ ପରବର୍ତ୍ତୀ ସମୟରେ ସମସ୍ତ ଲେଖାକୁ ନେଇ ସେ ଶ୍ରୀ ନାୟକଙ୍କ ଏକ ଜୀବନ ଚରିତ (BIOGRAPHY) ବହି ପ୍ରକାଶ କରିବେ ବୋଲି ସଭାସ୍ଥଳରେ ଡଃ. ଚର୍ଚ୍ଚି ଘୋଷଣା କରିଥିଲେ ।  ଉନ୍ମୋଚିତ ଅଭିନନ୍ଦନିକା ପୂର୍ବତନ ଆଇ.ଜି. ବିପ୍ର ଆଚାର୍ଯ୍ୟ, ବିଖ୍ୟାତ ଇଞ୍ଜିନିୟର ଚନ୍ଦ୍ର ଶେଖର ପାଣିଗ୍ରାହୀ, ବିଶିଷ୍ଟ ନାଟ୍ୟକାର ପ୍ରଫେସର ରମେଶ ଚନ୍ଦ୍ର ପାଣିଗ୍ରାହୀ, ସୁନାମଧନ୍ୟ କବି ବିପିନ ନାୟକ, ଆନ୍ତର୍ଜାତିକ ଶିଳ୍ପୀ ସ୍ଥିତଧୀ ରଥ, ବିଶିଷ୍ଟ ସମାଜସେବୀ ବଂଶୀଧର ନାୟକ, ପଦ୍ମନାଭ ଆରୁଖ, ସୁବାସ ପାତ୍ର (ଖୋର୍ଦ୍ଧା),  ଭଞ୍ଜ ଗବେଷକ ଡଃ. କମ୍ବୁପାଣି ସାମନ୍ତ, ଡଃ.ସୁରେଶ ଚନ୍ଦ୍ର ପଣ୍ଡା, କାମରାଜୁ ସାହାଣୀ, ଗାଳ୍ପିକ ସୁରେଶ ଛୋଟରାୟ, କିଶୋର ଆକାଶ, ସଦାନନ୍ଦ ତ୍ରିପାଠୀ ଏବଂ ସୁରେଶ ଚନ୍ଦ୍ର ମହାପାତ୍ର  କବି ପ୍ରଶାନ୍ତ ମହାନ୍ତି, ସୁଶାନ୍ତ ଦାଶ, ରବି ଜେନା, ରବି ଦାସ, ଅଶୋକ ସାହୁ, ବିମ୍ବାଧର ଷଡଙ୍ଗୀ, ଅରୁଣାଞ୍ଚଳ ପତି ଏବଂ ରବୀନ୍ଦ୍ର ଆଚାର୍ଯ୍ୟ ଓ ସାହିତ୍ୟିକ ଡଃ.ବ୍ରଜକିଶୋର ପାଢୀ, ଡଃ. ବିମଳ ପ୍ରସାଦ ପଟ୍ଟନାୟକ(ବ୍ରହ୍ମପୁର), ଜ୍ଞାନଗୁରୁ ଡଃ.ଶାନ୍ତନୁ କୁମାର ରଥ, ଡଃ. ଦିଲ୍ଲୀପ କୁମାର ତ୍ରିପାଠୀ,(ଦିଲ୍ଲୀ), ଡଃ.ଗୁରୁମୂର୍ତ୍ତୀ ନାୟକ, ଡଃ.ପ୍ରଣବାନନ୍ଦ ପାଟ୍ଟଜୋଶୀ, ଡଃ. ବୃଷକେତୁ ଦାଶ, ଡଃ.ବି. ପ୍ରକାଶ ଚନ୍ଦ୍ର ପାତ୍ର, ଡଃ.ପୃଥ୍ବୀରାଜ ପ୍ରତାପ ସିଂ, ପ୍ରାବନ୍ଧିକ ପଣ୍ଡିତ ଅନନ୍ତ କର, ମୋତିଲାଲ ପତି, ଓ ବରିଷ୍ଠ ନୋଟାରୀ ଭଗବାନ ସାହୁ, ଭଞ୍ଜନଗର ଓକିଲ ସଂଘ ସଭାପତି ସନ୍ତୋଷ କୁମାର ନାୟକ, ବରିଷ୍ଠ ଆଇନଜୀବୀ ଗୋପାଳକୃଷ୍ଣ ପ୍ରଧାନ, ଅଭିମନ୍ୟୁ ଗୌଡ, ଦଣ୍ଡପାଣି ସ୍ଵାଇଁ, ରମେଶ ଚନ୍ଦ୍ର ପଣ୍ଡା, ଲଡୁକିଶୋର ଆଳତିଆ, ଜ୍ୟୋତିରାଜ ପତି, ସାମ୍ବାଦିକ ରବୀନ୍ଦ୍ର ପାତ୍ର, ସିପିଆଇ ମୁଖପତ୍ର ନୂଆଦୁନିଆ ର ସମ୍ପାଦକ ରମେଶ ଚନ୍ଦ୍ରପାଢୀ, ରମେଶ ଚନ୍ଦ୍ର ପ୍ରଧାନ, ବିଘ୍ନେଶ୍ଵର ସାହୁ, କମ୍ରେଡ ଶ୍ରୀକାନ୍ତ ମହାନ୍ତି (ପୁରୀ) ପ୍ରଭୃତି ଶତାଧିକ ଗଣ୍ୟମାନ୍ୟ ବ୍ୟକ୍ତି ତଥା ବନ୍ଧୁ ପରିଜନଙ୍କ ଲେଖାରେ ସମୃଦ୍ଧ ଏହି ଅଭିନନ୍ଦନିକାଟି ଏକ ଐତିହାସିକ ଦଲିଲ ଭାବେ ସଂଗ୍ରହଣୀୟ ହୋଇପାରିଛି ।

Post a Comment

Previous Post Next Post
Header ADS