BREAKING
Loading...
:

ଜାତୀୟ ସେବା ଶିବିରରେ ପ୍ରାଥମିକ ସହାୟତା ସଚେତନତା


 ଜଗନ୍ନାଥ ପ୍ରସାଦ:୨୮.୧୨.୨୦୨୨ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡ଼ିଗ୍ରୀ କଲେଜ ଜାତୀୟ ସେବା ଯୋଜନା କୋ-ୟୁନିଟ୍ (ଛାତ୍ରଛାତ୍ରୀ ମାନଙ୍କ) ତରଫରୁ ଅନୁଷ୍ଠିତ ହୋଇଥିବା ଶୀତକାଳୀନ ସ୍ଵତନ୍ତ୍ର ସେବା ଶିବିର ୨୪.୧୨.୨୦୨୨ ଠାରୁ ଆରମ୍ଭ ହୋଇ  ୩୦.୧୨.୨୦୨୨ ପର୍ଯ୍ୟନ୍ତ ଚାଲୁ ରହିଛି । ୫୦ ଜଣ ଶିବିରାର୍ଥି  ପୋଷ୍ୟ ଗ୍ରାମ ଜଗନ୍ନାଥପାଟଣା ନିକଟସ୍ଥ ଚାରିକୋଣିଆ ଗ୍ରାମକୁ ପଦଯାତ୍ରାରେ ସ୍ଲୋଗାନ ଦେଇ ସଚେତନ କରି ଯାଇ ଗ୍ରାମର ବଡ଼ଦାଣ୍ଡରେ ପ୍ରାଥମିକ ସହାୟତା ପ୍ରଶିକ୍ଷଣ ଓ ସଚେତନତା ପଥପ୍ରାନ୍ତ ସଭା ଡ଼ିଗ୍ରୀ କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁଙ୍କ ସଭାପତିତ୍ବରେ ଆୟୋଜିତ କରିଥିଲେ  ।

ଏଥିରେ ଯୁବ ରେଡକ୍ରସ୍ କାଉନସିଲର ତଥା ରକ୍ଷକ ତାଲିମ୍ ପ୍ରାପ୍ତ ପ୍ରାଧ୍ୟାପକ ଲୋକନାଥ ମହାନ୍ତି ଯୋଗ ଦେଇ ଶିବିରାର୍ଥି ଓ ଗ୍ରାମବାସୀ ମାନଙ୍କୁ ପ୍ରାଥମିକ ସହାୟତା (ଦୁର୍ଘଟନା ଘଟିବା ପରେ ଚିକିତ୍ସା, ହାଡ଼ ଭାଙ୍ଗିବା, ପୋଡିଯିବା, ଚୋକିଙ୍ଗ ହେବା , ରକ୍ତସ୍ରାବ ହେବା ପରେ ବନ୍ଦ କରିବା) ଏହି ସବୁ ପ୍ରଶିକ୍ଷଣ ଦେଇଥିଲେ । ଏହା ପରେ ପୁରାତନ ସ୍ବେଚ୍ଛାସେବୀ ସରୋଜ କୁମାର ନାୟକ ଓ ବିଭୂତି ଭୂଷଣ ନାୟକଙ୍କ ନେତୃତ୍ୱରେ ସ୍ବେଚ୍ଛାସେବୀ ମାନେ ପଥପ୍ରାନ୍ତ ଯଥା  "ନାଟକ ନଳ କୂପର କାହାଣୀ, ଚଢ଼େୟା ଚଢ଼େୟାଣୀ, ଶିକ୍ଷା ସମସ୍ତଙ୍କ ଅଧିକାର, କରୋନା ଓ ଅନ୍ଧ ବିଶ୍ୱାସ ଦୂର ଉପରେ ଲୋକଙ୍କୁ ସଚେତନତା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନା ଅଧିକାରୀ ଡ଼ଃ ପ୍ରମୋଦ କୁମାର ଚୌଧୁରୀ ପରିଚାଳନା କରିଥିଲେ ।କାର୍ଯ୍ୟକ୍ରମ ଶେଷରେ ଶ୍ରୀମତୀ ସୁଚରିତା କର  ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଅପରାହ୍ନରେ ସ୍ବେଚ୍ଛାସେବୀ ମାନେ ଜଗନ୍ନାଥ ପାଟଣା ଗ୍ରାମକୁ ଯାଇ ସର୍ଭେ କରିଥିଲେ ।

Post a Comment

Previous Post Next Post
Header ADS