ଜଗନ୍ନାଥପ୍ରସାଦ (ନୀଳଚକ୍ର Live) ଜାମଗୋରଡା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି! ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଦଣ୍ଡପାଣି ପ୍ରଧାନଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ଉତ୍ସବରେ ଜଗନ୍ନାଥପ୍ରସାଦ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଅନୁପ ପଣ୍ଡା ମୁଖ୍ୟଅତିଥି ରୂପେ ଯୋଗ ଦେଇ ସମାରୋହକୁ ଉଦଘାଟନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ଶ୍ରୀ ବିପ୍ର ଚରଣ ବାରିକ, ମୁଖ୍ୟବକ୍ତା ଭାବେ ଅନୁଷ୍ଠାନର ପୂର୍ବତନ ଅଧ୍ୟକ୍ଷ ଜ୍ୟୋତିର୍ବିଦ ଶ୍ରୀ ଅନ୍ନଦା ତ୍ରିପାଠୀ, ଅନନ୍ୟ ଅତିଥି ଗଣ୍ଡାଧର ସରପଞ୍ଚ ଶ୍ରୀ ବିଜୟ କୁମାର ନାୟକ, ସମିତି ସଭ୍ୟ ଶ୍ରୀ ପିଣ୍ଟୁ ପ୍ରଧାନ, ବିଶିଷ୍ଟ ଶିକ୍ଷାବିତ ଶ୍ରୀ ପ୍ରଦୀପ୍ତ କିଶୋର ଭୂୟାଁ, ଆମନ୍ତ୍ରିତ ବହୁ ଗୁଣୀ ବୁଦ୍ଧିଜୀବୀ ଅଭିଭାବକ ଅଭିଭାବିକା, ସାମ୍ବାଦିକ ବନ୍ଧୁ ଓ ବିଦ୍ୟାଳୟର ପୁରାତନ ଶିକ୍ଷକ ଓ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ !
ଅତିଥିମାନେ ନିଜ ବକ୍ତବ୍ୟରେ ଗ୍ରାମାଞ୍ଚଳର ପିଲାମାନଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସ୍ବପ୍ନକୁ ସାକାର କରିବା ସହ ବିଦ୍ୟାଳୟର ବିଭିନ୍ନ ବିକାଶ କ୍ଷେତ୍ରରେ କାର୍ଯ୍ୟରତ ଅଧ୍ୟକ୍ଷଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ନିଷ୍ଠାପର ଉଦ୍ୟମକୁ ପ୍ରଶଂସା କରିଥିଲେ ! ଗତ ଦଶମ ପରୀକ୍ଷାରେ ପିଲାମାନେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲା ତଥା ରାଜ୍ୟ ସ୍ତରରେ ଅନୁଷ୍ଠାନର ମର୍ଯ୍ୟାଦାକୁ ରୁଦ୍ଧିମନ୍ତ କରିଥିବାରୁ, ଏ ଦିଗରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,ଅଭିଭାବକ, ଜନପ୍ରତିନିଧି ଓ ଅଞ୍ଚଳବାସୀଙ୍କ ଉଦ୍ୟମକୁ ଉତ୍ସାହିତ କରିଥିଲେ !
ଶୈକ୍ଷିକ ଓ ସହ ଶୈକ୍ଷିକ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଛାତ୍ର ଛାତ୍ରୀଙ୍କୁ ସମାରୋହ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା! ପରେ ପିଲାମାନଙ୍କ ତରଫରୁ ଆୟୋଜିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦର୍ଶକମାନେ ବେଶ ଉପଭୋଗ କରିଥିଲେ!
କାର୍ଯ୍ୟକ୍ରମକୁ ଶିକ୍ଷକ ଶ୍ରୀ ସୁନୀଲ କୁମାର ପରିଡା ସଂଯୋଜନା କରିଥିବା ବେଳେ ଶିକ୍ଷୟିତ୍ରୀ ସସ୍ମିତା ନିଶଙ୍କ, କଳ୍ପନା କୁମାରୀ ପଣ୍ଡା, ନିବେଦିତା ସାହୁ, ସ୍ଵାଗତିକା ବଳିୟାରସିଂ, ଲକ୍ଷ୍ମୀପ୍ରିୟା ସାହୁ, ସଂଯୁକ୍ତା ପ୍ରଧାନ, ଶିକ୍ଷକ ଶ୍ରୀ ବିକାଶ ସିଂ, କେ ତ୍ରିପତି ଅଚାରୀ, ଶ୍ରୀ ଅନିଲ କୁମାର ଦାଶ,ଶ୍ରୀ ପ୍ରତାପ ଚନ୍ଦ୍ର ସ୍ୱାଇଁ, ଷ୍ଟାଫ ଶ୍ରୀ ସ୍ୱୟମ୍ବର ମଳିକ, ଶ୍ରୀ ଶ୍ରୀତମ ଗୌଡ଼, ଶ୍ରୀ ଚନ୍ଦନ ଗୌଡ଼ ଓ ଶ୍ରୀମତୀ ପ୍ରଭାସିନୀ ପଣ୍ଡା ସହଯୋଗ କରି ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇଥିଲେ !

Post a Comment