BREAKING
Loading...
:

ଜଗନ୍ନାଥ ପ୍ରସାଦ ପଞ୍ଚାୟତ ସମିତିର ୨ୟ ଅଧିବେଶନ


ଜଗନ୍ନାଥ ପ୍ରସାଦ(ନିରାକାର ସାହୁ)ଜଗନ୍ନାଥ ପ୍ରସାଦ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ  ୨ୟ ପଞ୍ଚାୟତ ସମିତି  ଅଧିବେଶନ ବୈଠକ  ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀମତୀ ଜୟଶ୍ରୀ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବାଚସ୍ପତି ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଯୋଗଦେଇ ଦଳଗତ ନିର୍ବିଶେଷରେ ଓଡିଶା ସରକାର ଙ୍କ ବିଭିନ୍ନ ଜନହିତକାରୀ ଯୋଜନା କିଭଳି ଭାବେ ଜନସାଧାରଣ ଙ୍କ ପାଖରେ ପହଂଚି ପାରିବ ସେଥିପାଇଁ ଆନ୍ତରିକ ଉଦ୍ୟମ କରିବା ପାଇଁ ଆହ୍ୱାନ ଦେଇଥିଲେ ଓ

ଏଥି ସହିତ ଜଗନ୍ନାଥ ପ୍ରସାଦ ବ୍ଲକ ଅଧିନସ୍ଥ ଗ୍ରାମ ପଂଚାୟତ ମାନଙ୍କ ବିଭିନ୍ନ ଉନ୍ନତି ମୂଳକ କାମ ବିଷୟରେ ଆଲୋଚନା କରିବା ସହ ଜଗନ୍ନାଥ ପ୍ରସାଦ ବ୍ଲକ କୁ ଏକ ସୁଦୃଢ ଓ ବିକଶିତ ବ୍ଲକ ରୂପେ କିପରି ପରିଣତ ହେବ। ମାନ୍ୟବର ବାଚସ୍ପତି ସମସ୍ତ ସରପଞ୍ଚ,ସମିତି ସଭ୍ୟ,ସମିତି ସଭ୍ୟା ଓ ଜିଲ୍ଲାପରିଷଦ ସଦସ୍ୟ, ସଦସ୍ୟା ଙ୍କୁ  ଉବୋଧନ ଦେଇଥିଲେ।

ଏଥିରେ ଜଗନ୍ନାଥ ପ୍ରସାଦ ପଂଚାୟତ ସମିତି ର ଅଧ୍ୟକ୍ଷା ଶ୍ରୀମତୀ ଜୟଶ୍ରୀ ସାହୁ, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ରଂଜିତ ପାତ୍ର,ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ବିପ୍ର ଚରଣ ବାରିକ ,ଜଗନ୍ନାଥ ପ୍ରସାଦ ବି.ଡି.ଓ, ଶ୍ରୀ ଯୁକ୍ତ ଅନୁପ ପଣ୍ଡା,ଅତିରିକ୍ତ ତହସିଲଦାର ଶ୍ରୀ ଯୁକ୍ତ ବୈରାଲ ମୁର୍ମୁ,






ଜଗନ୍ନାଥ ପ୍ରସାଦ ବ୍ଲକ ଅଧିନସ୍ଥ ସମସ୍ତ ସରପଞ୍ଚ, ସମିତି ସଭ୍ୟ,ସଭ୍ୟା ଜିଲ୍ଲାପରିଷଦ ସଦସ୍ୟ,ସଦସ୍ୟା, ଯୋଗ ଦେଇଥିଲେ।

Post a Comment

Previous Post Next Post
Header ADS