BREAKING
Loading...
:

ପୁରୀ ଶ୍ରୀ ମନ୍ଦିର ରେ ବରିଷ୍ଠ ନାଗରିକ ମାନଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର କାଉଣ୍ଟର ଖୋଲା ଯାଉ

 


ଭଞ୍ଜନଗର(ନୀଳଚକ୍ର Live) 7/5/23 ଆଜି ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ମଇ ମାସ ବୈଠକ ନାୟକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି. ସଭାପତି ଶ୍ରୀଯୁକ୍ତ ସୋମନାଥ ନାୟକ ଙ୍କ ଅଧକ୍ଷ୍ୟତା କରିଥିଲେ. ତାଙ୍କ ସହ ଉପଦେଷ୍ଟା dr କମ୍ବୁପାଣି ସାମନ୍ତ, କର୍ଯ୍ୟକାରୀ ସଭାପତି ଶିବ ରାମ ପଣ୍ଡା ଉପସଭାପତି ବାଳକୃଷ୍ଣ ବେହେରା ପୂର୍ବତନ ସମ୍ପାଦକ ରବୀନ୍ଦ୍ର ଆଚାର୍ଯ୍ୟ, ସମ୍ପାଦକ ରବିନାରାୟଣ ସାମନ୍ତ ମଂଚାସୀନ ଥିଲେ. କାର୍ଯ୍ୟକାରୀ ସଦସ୍ୟ ସୁଦର୍ଶନ ଦାଶ, ଗୋବିନ୍ଦଚନ୍ଦ୍ର ଲେଙ୍କା, ଲଡ଼ୁକିଶୋର ପ୍ରଧାନ, ବାଳକୃଷ୍ଣ ପାଢ଼ୀ, ଅଭିମନ୍ୟୁ ଭୁଆଁ ଓ ମାଗତା ଗୌଡ଼, ଭାସ୍କର ପ୍ରଧାନ, k. ବିଶ୍ୱନାଥ ପାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ. ସଭା ଆରମ୍ଭରେ ପଣ୍ଡିତ ବିପ୍ରଚରଣ ସାହୁ ଯିଏ ଚିକିଛାଧୀନ ଅଛନ୍ତି ରଙ୍କର ଆଶୁ ଆରୋଗ୍ୟ କାମନା କରି ଏକ ମିନଟ ସମୂହ ପାର୍ଥନା କରାଯାଇଥିଲା. ସଭାପତି ଘୁମୁସର ଜିଲ୍ଲା ଆନ୍ଦୋଳନ ର ଅଗ୍ରଗତି ସମ୍ପର୍କ ରେ ସୂଚନା ଦେଇକହିଥିଲେ ସୋରଡ଼ା ଓ ଜଗନ୍ନାଥ ପ୍ରସାଦ ବନ୍ଦ ପାଇଁ ପ୍ରସ୍ତୁତି ଚାଲିଛି. ମିଳିତ କ୍ରିୟାନୁଷ୍ଠାନ କମିଟି ର କୋର କମିଟି ବିଭିନ୍ନ ସ୍ଥାନ ଗସ୍ତ କରି ଏଦିଗରେ ଉଦ୍ୟମ ଜାରୀ ରଖିଛନ୍ତି ବୋଲି ପ୍ରକାଶ କରିଥିଲେ. ଲକି ଡ୍ର କରି ଆସନ୍ତା ବୈଠକ ଠାରୁ ସଭ୍ୟ ମାନଙ୍କୁ ଉତ୍ତଛାହିତ କରାଯିବା ବୋଲି ନିଷ୍ପତି ହୋଇଛି. ବରିଷ୍ଠ ନାଗରିକ ମାନେ ଶ୍ରୀମନ୍ଦିର ଠାକୁର ଙ୍କୁ ଦର୍ଶନ କରିବାରେ ଭୀଷଣ ଅସୁବିଧା ସମ୍ମୁଖୀନ ହେଉଥିବାରୁ ତାଙ୍କ ପାଇଁ ସ୍ୱତନ୍ତ୍ର କାଉଣ୍ଟର ଖୋଲା ଯାଇ ସେମାନଂକୁ ସୁବିଧାରେ ନେବା ଆଣିବା ସାଙ୍ଗକୁ ଠାକୁର ମାନଙ୍କୁ ଦର୍ଶନ କରାଇବାକୁ ସ୍ୱତନ୍ତ୍ର ପୋଲିସ ନିଯୁକ୍ତି ଦେବାକୁ ମଞ୍ଚ ଦାବୀ କରିଛି ନିକଟରେନୂଆ ଏସ. ଡ଼ି. ପି. ଓ ଙ୍କୁ ଦେଖା କରି ବାକୁ ସ୍ଥିର ହୋଇଛିସର୍ବଶେଷରେ ସମ୍ପାଦକ ଧନ୍ୟବାଦ ଦେବାପରେ ସଭା ସାଙ୍ଗ କରାଯାଇଥିଲା

Post a Comment

Previous Post Next Post
Header ADS