ଜଗନ୍ନାଥ ପ୍ରସାଦ: (ନୀଳଚକ୍ର Live)୧୩.୦୭.୨୦୨୩ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡ଼ିଗ୍ରୀ କଲେଜର ଇତିହାସ ବିଭାଗର ଛାତ୍ରୀ ଅମ୍ବିକା ପ୍ରଧାନ ଚଳିତ ବର୍ଷ ପ୍ରକାଶିତ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟ ଯୁକ୍ତ ୩ ଇତିହାସ ବିଭାଗର ଶ୍ରେଷ୍ଠ ଦଶ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଷଷ୍ଠ ସ୍ଥାନ ଅଧିକାର କରି ମହାବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ଏହି ସଫଳତା ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁ ତଥା କଲେଜ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ବେଣୁଧର ସାବତ ଅମ୍ବିକାଙ୍କୁ ପ୍ରସଂସା କରିଛନ୍ତି ।
ଇତିହାସ ବିଭାଗର ବିଭାଗୀୟ ମୁଖ୍ୟ ଡଃ ପ୍ରମୋଦ କୁମାର ଚୌଧୁରୀ, ଅଧ୍ୟାପକ ଶ୍ରୀଯୁକ୍ତ ବିଭୂତି ଭୂଷଣ ପ୍ରଧାନ ଓ ଅଧ୍ୟାପିକା ସୁଶ୍ରୀ ସୁନିତା ବିଷୋୟୀ ଏବଂ କଲେଜର ଅନ୍ୟ ସମସ୍ତ ଅଧ୍ୟାପକ ମାନେ ଆମ୍ବିକଙ୍କୁ ପ୍ରଶଂସା କରିଛନ୍ତି । ଏହି ସଫଳତାରେ ଶ୍ରେୟ ଛାତ୍ରୀ ଅମ୍ବିକା ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁ, ବିଭାଗୀୟ ମୁଖ୍ୟ ଡଃ ପ୍ରମୋଦ କୁମାର ଚୌଧୁରୀ ଓ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଏବଂ ନିଜର ପିତାମାତାଙ୍କୁ ପ୍ରଦାନ କରିଛନ୍ତି । ସେ କହିଛନ୍ତି ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କର ଉଚ୍ଚ କୋଟୀର ଶିକ୍ଷାଦାନ, ପିତାମାତାଙ୍କର ଆଶୀର୍ବାଦ ଓ ସମସ୍ତଙ୍କର ସହଯୋଗ ମୋ ପାଇଁ ସଫଳତା ଆଣି ଦେଇଛି । ଶେଷରେ ପରିଶ୍ରମ ହିଁ ସଫଳତାର ଚାବିକାଠି ହିଁ ବୋଲି ସେ କହିଛନ୍ତି ।

Post a Comment