BREAKING
Loading...
:

ଘୁମୁସର ଜିଲ୍ଲା ଗଠନ ପାଇଁ ଭଞ୍ଜନଗର ଓକିଲ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ୫ଟି ସଚିବ କୁ ଦାବିପତ୍ର ପ୍ରଦାନ

ଭଞ୍ଜନଗର(ନୀଳଚକ୍ର live) 5ଟି ସଚିବ ଭି. କେ.ପାଣ୍ଡିୟାନ ଜନଶୁଣାଣୀ ପାଈଁ ଭଞ୍ଜନଗର ଆସିଥିଲା ବେଳେ ଭଞ୍ଜନଗର ଓକିଲ ସଂଘ ତରଫରୁ ଘୁମୁସର ଜିଲ୍ଲା ଗଠନ କରି ଭଞ୍ଜନଗର ରେ ଏହାର ମୁଖ୍ୟାଳୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦାବୀ ପତ୍ର ପ୍ରଦାନ କରିଥିଲେ। ଗଂଜାମ ଜିଲ୍ଲା ର ମୁଖ୍ୟାଳୟ ଛତ୍ରପୁର ଯିବାକୁ ବିଭିନ୍ନ ଅଞ୍ଚଳରୁ ୧୫୦ କିଲୋମିଟର ପଡ଼ୁଥିବାରୁ ଯାତାୟତ କ୍ଷେତ୍ରରେ ବହୁ ଅସୁବିଧା ସୃଷ୍ଟି ହେଉଛି, ତେଣୁ ତୁରନ୍ତ ଘୁମୁସର ଜିଲ୍ଲା କରାଯାଉ ବୋଲି ଦାବୀ ପତ୍ର ରେ ଉଲେଖ୍ୟ କରା ଯାଇଛି।

ସେହିପରି ଜଗନ୍ନାଥ ପ୍ରସାଦ ବ୍ଲକ ଓ  ଭଞ୍ଜନଗର ବ୍ଲକ ର ବହୁ ଉପାନ୍ତ ଅଂଚଳର ଜନସଧାରଣ ଚିକିତ୍ସା ପାଈଁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ  ଉପରେ ନିର୍ଭର କରୁଥିବା ରୁ ଉନ୍ନତ ମାନର ଚିକିତ୍ସା ଯୋଗାଇ ଦେବାକୁ ମଧ୍ୟ ଦାବୀ କରିଛନ୍ତି।ସେହିପରି ବିଭିନ୍ନ ଅଞ୍ଚଳରୁ ଭଞ୍ଜନଗର କୁ ମୋ ବସ ସେବା ଆରଂମ୍ବ କରିବା ପାଇଁ ମଧ୍ୟ ଦାବୀ ପତ୍ର ପ୍ରଦାନ କରିଛନ୍ତି। ଭଞ୍ଜନଗର ଓକିଲ ସଂଘ ର ସଭାପତି ଅଭିମନ୍ୟୁ ଗୌଡ଼, ଉପସଭାପତି ରଜତ କୁମାର ଦାସ ଓ ସହ ସଂପାଦକ ଚନ୍ଦ୍ରମଣି ମହାପାତ୍ର ପ୍ରମୂଖ  ଙ୍କ ନେତୃତ୍ୱରେ ଦାବୀ ପତ୍ର ପ୍ରଦାନ କରାଯାଇଥିଲା।

Post a Comment

Previous Post Next Post
Header ADS