BREAKING
Loading...
:

ଅସୁସ୍ଥ ସାମ୍ବାଦିକ ପ୍ରସନ୍ନ କୁମାର ସାହୁ ଙ୍କୁ ଜଗନ୍ନାଥ ପ୍ରସାଦ ବିଡିଓ ଅନୁପ ପଣ୍ଡା ଙ୍କ ଆର୍ଥିକ ସହାୟତା


ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live) ଗଂଜାମ ଜିଲ୍ଲା ର ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ କାଦୁଆ ଗ୍ରାମ ପଞ୍ଚାୟତ ର ନରେନ୍ଦ୍ରପୁର ଗ୍ରାମ ର ବର୍ଷୀୟାନ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ସାହୁ ଙ୍କ ଅସୁସ୍ଥ ଖବର ଜାଣି ଜଗନ୍ନାଥ ପ୍ରସାଦ ବିଡିଓ ଅନୁପ କୁମାର ପଣ୍ଡା ସାମ୍ବାଦିକ ଶ୍ରୀ ସାହୁ ଙ୍କ ଘରେ ପହଞ୍ଚି ତାଙ୍କୁ ଭେଟି ଆସୁ ଆରୋଗ୍ୟ କାମନା କରିଛନ୍ତ ଓ ୧୦ ହଜାର ଟଙ୍କା ର ଆର୍ଥିକ ସହାୟତା କରିଛନ୍ତି।ଏହି ସମୟରେ SUJ ଗଂଜାମ ଜିଲ୍ଲା ଶାଖା ର ଉପସଭାପତି ନିରାକାର ସାହୁ ଭି ଉପସ୍ଥିତ ଥିଲେ।ପୂର୍ବରୁ ରାଜ୍ୟ ସାମ୍ବାଦିକ ସଂଘ SUJ ର ଗଞ୍ଜାମ ଜିଲ୍ଲା ସଭାପତି ଦିଗାମ୍ବର ମାରଣା, ଉପସଭାପତି  ନିରାକାର ସାହୁ,ସାଧାରଣ ସମ୍ପାଦକ ଦିଗାମ୍ବର ମହାରଣା ,ସାମ୍ବାଦିକ ଏଲ.ସତୀଶ ରେଡ୍ଡୀ, ଓ ସୂର୍ଯ୍ୟ ନାରାୟଣ ତ୍ରିପାଠୀ ପ୍ରମୁଖ ଛତ୍ରପୁର ରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଙ୍କୁ ଭେଟି ଅଶ୍ୱସ୍ଥ ସାମ୍ବାଦିକ ପ୍ରସନ୍ନ କୁମାର ସାହୁ ଙ୍କ ବିଷୟ ରେ ଜଣେଇ ଥିଲେ ଓ ଜିଲ୍ଳାପାଳ ସାମ୍ବାଦିକ ପ୍ରସନ୍ନ କୁମାର ସାହୁ ଙ୍କ ଚିକିତ୍ସା ପାଇଁ 30 ହଜାର ଟଙ୍କା ଦେବା କହିଥିଲେ।

ପୁଣି ଆଜି ଜଗନ୍ନାଥ ପ୍ରସାଦ ବିଡିଓ ଅନୁପ କୁମାର ପଣ୍ଡା ନିଜେ ୧୦ହଜାର ଟଙ୍କା ର ଆର୍ଥିକ ସହାୟତା ଦେଇଛନ୍ତି।ପ୍ରକୃତରେ ବିଡିଓ ଙ୍କ ଏପରି ବଦାନ୍ୟତା ପ୍ରଶଂସନୀୟ।

ବିଡିଓ ଶ୍ରୀ ପଣ୍ଡା ଅସ୍ଵସ୍ଥ ସାମ୍ବାଦିକ ଶ୍ରୀ ସାହୁ ଙ୍କ ଘରେ ଯାଇ ଭେଟିବା, ସ୍ୱାସ୍ଥ୍ୟ କଥା ପଚାରି ବୁଝିବା ଓ ଆର୍ଥିକ ସହାୟତା କରିଥିବାରୁ ରାଜ୍ୟ ସାମ୍ବାଦିକ ସଂଘ SUJ ର ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ ଓ ସମ୍ପାଦକ ହେମାଙ୍ଗ ପ୍ରସାଦ ରାଉଳ ବିଡିଓ ଶ୍ରୀ ପଣ୍ଡା ଙ୍କୁ ଧନ୍ୟବାଦ ଜଣେଇଛନ୍ତି।ଅଶ୍ୱସ୍ଥ ସାମ୍ବାଦିକ ଙ୍କ ସହ SUJ ସଂଘ ଠିଆ ହେଇଛି ଓ ପ୍ରତିଦିନ ନିୟମିତ  ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ଭି ବୁଝୁଛି।

Post a Comment

Previous Post Next Post
Header ADS