BREAKING
Loading...
:

ସ୍ୱଚ୍ଛତା ପାଇଁ ଏକ ଘଣ୍ଟା ଶ୍ରମଦାନ କାର୍ଯ୍ୟକ୍ରମ


ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)- ୦୧.୧୦.୨୦୨୩ ଭାରତ ସରକାରଙ୍କ ଯୁବ, କ୍ରୀଡ଼ା ମନ୍ତ୍ରଣାଳୟ ଓ ଜାତୀୟ ସେବା ଯୋଜନା ଆଞ୍ଚଳିକ ନିର୍ଦ୍ଦେଶାଳୟ, ଭୁବନେଶ୍ୱର ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା କୋ-ଶାଖା ତରଫରୁ ସ୍ୱଚ୍ଛତା ପାଇଁ ଏକ ଘଣ୍ଟା ଶ୍ରମଦାନ "ସ୍ୱଚ୍ଛତା ହି ସେବା" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଅଧ୍ୟକ୍ଷ ଶ୍ରୀଯୁକ୍ତ ନୃସିଂହ ଚରଣ ପ୍ରଧାନ ପ୍ରଥମେ ସ୍ବେଚ୍ଛାସେବୀ ମାନଙ୍କୁ ହାତ ଧୋଇବାର ୬ ପ୍ରଣାଳୀ ପ୍ରଦର୍ଶନ କରାଇ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଗଞ୍ଜାମ ଜିଲ୍ଲା ଜାତୀୟ ସେବା ଯୋଜନାର ସହ ସଂଯୋଜକ ଅଧ୍ୟାପକ ଶ୍ରୀଯୁକ୍ତ ସୁନିଲ୍ କୁମାର ମୁନି ସ୍ବେଚ୍ଛାସେବୀ ମାନଙ୍କୁ ଦେଶ ମାତୃକା ପାଇଁ ଏକ ଘଣ୍ଟା ଶ୍ରମଦାନ କରିବା ପାଇଁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମ ଅଧିକାରିଣୀ ଅଧ୍ୟାପିକା ସୁଶ୍ରୀ ସୁନୀତା ଗୌଡ଼ଙ୍କ ନେତୃତ୍ୱରେ ୫୦ ରୁ ଉର୍ଦ୍ଧ୍ବ ସ୍ଵେଚ୍ଛାସେବୀ ବିଦ୍ୟାଳୟ ନିକଟ ମା ତାରିଣୀ ମନ୍ଦିର ପଦଯାତ୍ରାରେ ଯାଇ ଲୋକଙ୍କୁ ସ୍ୱଚ୍ଛତା ଉପରେ ସଚେତନ କରିବା ସହ ଏକ ଘଣ୍ଟା ସ୍ୱଚ୍ଛତା ଶ୍ରମଦାନ କାର୍ଯ୍ୟକ୍ରମରେ ସାମିଲ ରହିଥିଲେ ।




ଏହି କାର୍ଯ୍ୟକ୍ରମରେ ଡ଼ି.ଇ.ଓ ସରୋଜ କୁମାର ନାୟକ, ଗାର୍ଡେନର ସିମାଞ୍ଚଳ ମହାନ୍ତି ଓ ସ୍ବେଚ୍ଛାସେବୀ ରୁଦ୍ର ପାଣିଗ୍ରାହି, ସାଗର ନାୟକ, ସିମାଞ୍ଚଳ ସାହୁ, ପ୍ରୀତି ମୁଳି, ନନ୍ଦିନୀ ପ୍ରଧାନ, ସୋନାଲି ପ୍ରଧାନ, ଦିଶା ମାଟିଆ, ମନୋଜ ପ୍ରଧାନ, ଟୁନା ନାୟକ, ଗୋପାଳ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Post a Comment

Previous Post Next Post
Header ADS