ଜଗନ୍ନାଥ ପ୍ରସାଦ(ନିରାକାର ସାହୁ)୨୫.୧୨.୨୦୨୩ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଛାମୁଣ୍ଡା ଠାରେ ନିଖିଳ ଉତ୍କଳ କୂର୍ମି କ୍ଷତ୍ରିୟ ସଂସ୍ଥା, ଛାମୁଣ୍ଡା ଅଞ୍ଚଳର ସାଙ୍ଗଠନିକ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ଜାତିର କୁଳ ପତାକାକୁ ଉପ ସଭାପତି ଶ୍ରୀ ଉପେନ୍ଦ୍ର ଭଞ୍ଜ ନାୟକ ଉତ୍ତୋଳନ କରିଥିଲେ । କୁଳର ବରିଷ୍ଠ ସଭ୍ୟ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ପ୍ରଧାନ କୁଳ ସଙ୍ଗୀତ ଗାନ କରିଥିଲେ । କୁଳାଧିକାରୀ ଶ୍ରୀ ଅନ୍ତର୍ଯ୍ୟାମୀ ପ୍ରଧାନ କୁଳଦୀପ ପ୍ରଜ୍ବଳନ କରି ନିର୍ବାଚନୀ ସଭାକୁ ଉଦଘାଟନ କରିଥିଲେ । ଏଥିରେ ସମ୍ପାଦକ ଶ୍ରୀ ବଂଶୀଧର ନାୟକ ବାର୍ଷିକ ବିବରଣୀ ପଠନ କରିଥିଲେ । ପରେ ପରେ ନିର୍ବାଚନୀ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏଥିରେ ନିର୍ବାଚନ ଅଧିକାରୀ ରୂପେ କୁଳର ବରିଷ୍ଠ ସଭ୍ୟ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଦାୟିତ୍ଵ ନେଇ ସୁଚାରୁ ରୁପେ ନିର୍ବାଚନ କାର୍ଯ୍ୟ ତୁଲାଇଥିଲେ ।
ଏଥିରେ ୭୧ ଖଣ୍ଡ ଗ୍ରାମର ସଭାପତି ଓ ସମ୍ପାଦକଙ୍କ ଉପସ୍ଥିତିରେ ବିଭିନ୍ନ ପଦ ପଦବୀ ପାଇଁ ପ୍ରସ୍ତାବକ ଓ ସମର୍ଥକ ଗ୍ରହଣ କରାଯାଇଥିଲା । ଏଥିରେ ସଭାପତି ଭାବେ ଶ୍ରୀ ଅକ୍ଷୟ କୁମାର ଦଳବେହେରା (ରାଣୀଭୂମି), ଉପ ସଭାପତି ଭାବେ ଶ୍ରୀ ଉପେନ୍ଦ୍ର ଭଞ୍ଜ ନାୟକ (ପଞ୍ଚଭୂତି), ସମ୍ପାଦକ ରୁପେ ଶ୍ରୀ ବଂଶୀଧର ନାୟକ (ଗଣ୍ଡାଧର), ସହ ସମ୍ପାଦକ ଭାବେ ଶ୍ରୀ ସୁଶାନ୍ତ କୁମାର ପ୍ରଧାନ (ତାମ୍ଭିରି), କୋଷାଧ୍ୟକ୍ଷ ଭାବେ ଶ୍ରୀ ପ୍ରକାଶ ଚନ୍ଦ୍ର ପ୍ରଧାନ (ମାଣିତରା) , ସାଙ୍ଗଠନିକ ସମ୍ପାଦକ ଭାବେ ଓମ୍ ପ୍ରକାଶ ପ୍ରଧାନ (ବୁଡୁରୁଙ୍ଗୁ), ଆଇନ ପରାମର୍ଶ ଦାତା ରୂପେ ଶ୍ରୀ ବିନାୟକ ପ୍ରଧାନ (କୁଶାପଲ୍ଲୀ), ପ୍ରଦେଶ ସଭ୍ୟ ଭାବେ ଶ୍ରୀ ବାଇଧର ନାୟକ (ବଙ୍କା), ସୁବାସ ଚନ୍ଦ୍ର ପ୍ରଧାନ (ଜିରାବାଡି), ଶ୍ରୀ ରବୀନ୍ଦ୍ର ନାଥ ପ୍ରଧାନ (କୁମୁଣ୍ଡା), ଶ୍ରୀ ବିପ୍ର ଚରଣ ନାୟକ ( ଗୋଛାବାଡି), ଶ୍ରୀ ସୂର୍ଯ୍ୟନାରାୟଣ ପ୍ରଧାନ (ଚାରିକୋଣିଆ), ଶ୍ରୀ ଗଙ୍ଗାଧର ନାୟକ (ତାକରଡା), ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ (ରାଉତି), ଶ୍ରୀ ବଂଶୀଧର ନାୟକ (ବି.କରଡାବାଡି), ଶ୍ରୀ ବସନ୍ତ କୁମାର ପ୍ରଧାନ (ତାମ୍ଭିରି), ଶ୍ରୀ ସୂର୍ଯ୍ୟନାରାୟଣ ନାୟକ (ଗଣ୍ଡାଧର) ଗ୍ରାମରୁ କୂଳକୁ ନବନିର୍ବାଚିତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଦେଶ ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଉପସ୍ଥିତ ରହିଥିଲେ । ୫୦୦ ରୁ ଅଧିକ ଗ୍ରାମ୍ୟ ସଭ୍ୟ ଓ କମିଟି ଯୋଗ ଦେଇଥିଲେ । ଶେଷରେ ଶ୍ରୀ ରବୀନ୍ଦ୍ରନାଥ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଛାମୁଣ୍ଡା ଗାଁ ସଭାପତି ଧବଳେଶ୍ଵର ପ୍ରଧାନ ଓ ସମ୍ପାଦକ, ଜିରାବାଡି ସଭାପତି ସରୋଜ କୁମାର ନାୟକ, ଭାବସର ସମ୍ପାଦକ ସରୋଜ କୁମାର ନାୟକ ଓ ଅଞ୍ଚଳ ପାଇକ ନାରାୟଣ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

Post a Comment