BREAKING
Loading...
:

ନୂଆଁ-ଓ ଓଡି଼ଆ ଭାଷା ସାହିତ୍ୟର ବିଭିନ୍ନ ପ୍ରତିଯୋଗିତା


ଜଗନ୍ନାଥ ପ୍ରସାଦ: (ନୀଳଚକ୍ର Live)୧୯.୦୧.୨୦୨୪ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନୂଆଁ-ଓ ଓଡ଼ିଆ ଭାଷା ସାହିତ୍ୟ ତରଫରୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ନୂଆଁ-ଓ ଓଡ଼ିଆ ଭାଷା ସାହିତ୍ୟ ନୋଡାଲ ଅଧିକାରୀ ଅଧ୍ୟାପକ ସୁନିଲ୍ କୁମାର ମୁନିଙ୍କ ନେତୃତ୍ୱରେ ଓଡ଼ିଆ ହସ୍ତାକ୍ଷର ଲିଖନ, ଓଡ଼ିଆ କବିତା ଆବୃତ୍ତି ଓ ଓଡ଼ିଆ କବିତା ଲିଖନ ପ୍ରତିଯୋଗିତା ଅନୁଷ୍ଠିତ  ହୋଇଥିଲା । ସଂଯୋଜକ ଅଧ୍ୟାପକ ସୁନିର କାନ୍ତ ମିଶ୍ର  ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ବିଚାରପତି ଭାବେ ପ୍ରାଧ୍ୟାପିକା ଆରତୀ ମହାପାତ୍ର, ଅଧ୍ୟାପିକା ସୁନୀତା ଗୌଡ଼, ଆସ୍ମା ନନ୍ଦ, ଅଧ୍ୟାପକ ରାଧା ମାଧବ ପ୍ରଧାନ ଓ ସୁଶାନ୍ତ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ବହୁ ପ୍ରତିଯୋଗୀ ଅଂଶ ଗ୍ରହଣ କରି ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ଭାଷା ସାହିତ୍ୟ ଉପରେ ନିଜର ହସ୍ତ ଲିଖନୀ ଓ ଆବୃତ୍ତି କରିଥିଲେ । ଏହି କାର୍ଯ୍ୟକ୍ରମରେ ଡ଼ି.ଇ.ଓ ସରୋଜ କୁମାର ନାୟକ ସମେତ ସ୍ବେଚ୍ଛାସେବୀ ଗୋପାଳ ପାତ୍ର, ମନୋଜ କୁମାର ପ୍ରଧାନ ଓ ଶୁଭଶ୍ରୀ ପ୍ରଧାନ, ସୋନାଲି ପ୍ରଧାନ, ଦୀପିକା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

Post a Comment

Previous Post Next Post
Header ADS