BREAKING
Loading...
:

MKCC କ୍ରିକେଟ ଟୁର୍ଣ୍ଣାମେଂଟ ଆରମ୍ବ,ପ୍ରଥମ ମ୍ୟାଚ ରେ ଭଞ୍ଜନଗର ଟିମ ହରାଇଲା ବେଲଗୁଣ୍ଠା ଟିମ କୁ


ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live) ଜଗନ୍ନାଥ ପ୍ରସାଦ ମିନି ଷ୍ଟାଡିୟମରେ ମା କରଂଜେଇ କ୍ରିକେଟ କ୍ଲବ (MKCC) ତରଫରୁ  ପଞ୍ଚମ ବର୍ଷ କ୍ରିକେଟ ଟୁର୍ଣ୍ଣାମେଂଟ ଆରମ୍ବ ହୋଇଛି।  ଜଗନ୍ନାଥ ପ୍ରସାଦ ବିଡିଓ ଅଶ୍ୱିନି କୁମାର ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ  ଏହାର ଉଦଘାଟନ କରିଥିଲେ, ଓ କ୍ରୀଡ଼ାପ୍ରେମୀ ମାନଙ୍କୁ ଉଚ୍ଚାହିତ କରିବା ସହ କ୍ରୀଡା ଦ୍ୱାରା ମାନସିକ, ଶାରିରୀକ, ଅଭିବୃଦ୍ଧି ହେବା ସହ ଭାଇଚାରା ସୃଷ୍ଟି ହୁଏ ହୁଏ ବୋଲି  କହିଥିଲେ।ସଂମାତିତ ଅତିଥି ଭାବେ  ସାମ୍ବାଦିକ  ତଥା  ଓକିଲ ନିରାକାର ସାହୁ ,ସମାଜସେବୀ ସଞ୍ଜୟ କୁମାର ପ୍ରଧାନ ଓ ବୁଡୁରୁଙ୍ଗୁ ଗ୍ରାମ ପଂଚାୟତ ର ପୁର୍ବତନ ସରପଞ୍ଚ ଧ୍ରୁବ ବେହେରା ଯୋଗ ଦେଇ କ୍ରୀଡ଼ାପ୍ରେମୀ ମାନଙ୍କୁ ଉଚ୍ଚାହିତ କରିଥିଲେ ଓ ଅଭିନନ୍ଦନ ଜଣେଇ ଥିଲେ।


ପ୍ରଥମ ଦିନ ମ୍ୟାଚ ଭଞ୍ଜନଗର ଟିମ ଓ ବେଲଗୁଣ୍ଠା ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଭଞ୍ଜନଗର ଟସ ଜିତି ବୋଲିଙ୍ଗ କରିବା ନିଷ୍ପତ୍ତି ନେଇଥିଲା।    ପ୍ରଥମେ ବେଲଗୁଣ୍ଠା 10 ଓଭର ରେ 78 ରନ କରିଥିଲା, ତା ବଦଳରେ  ଭଞ୍ଜନଗର 9 ଓଭର 5 ଟି ବଲ ରେ  78 ରନ କରି 3   ଉଇକେଟ ରେ ବିଜୟ ହୋଇଥିଲା।ଭଞ୍ଜନଗର ର ଆଲୋକ ମ୍ୟାନ୍ ଅଫ ଦି ମ୍ୟାଚ ଟ୍ରଫି ପାଇଥିଲେ।


Umapair ଭାବେ ରଞ୍ଜନ ସାହୁ,ଓ ଆଲୋକ ପ୍ରସାଦ ରଥ ମ୍ୟାଚ ପରିଚାଳିତ କରୁଛନ୍ତି।MKCC ର ସାରଥୀ ବେହେରା, ଅମିତ ଭୂୟାଁ, କୃଷ୍ଣଚନ୍ଦ୍ର ଗୁରୁ, ଶ୍ରୀକାନ୍ତ ଦାସ,ପି.ସନ୍ୟାସୀ ରାଓ,ସୁଧୀର ସ୍ୱାଇଁ,ଓ ତପନ ପ୍ରଧାନ  ପ୍ରମୁଖ କ୍ରିକେଟ ଟୁର୍ଣ୍ଣାମେଂଟ କୁ ପରିଚାଳିତ କରୁଛନ୍ତି। ମ୍ୟାଚ 15 ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ସାରଥୀ ବେହେରା  ସୂଚନା ଦେଇଛନ୍ତି।

Post a Comment

Previous Post Next Post
Header ADS