BREAKING
Loading...
:

ଜଗନ୍ନାଥ ପ୍ରସାଦ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ରେ ଶ୍ରୀମାଆ ଙ୍କ ୧୪୬ ତମ ଜନ୍ମଜୟନ୍ତୀ ଓ ୨୮ତମ ବାର୍ଷିକ ଉତ୍ସଵ ପାଳିତ


ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)ଜଗନ୍ନାଥ ପ୍ରସାଦ ବ୍ଲକର ସର୍ବପୁରାତନ ଓ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ରେ  ଶ୍ରୀ ମାଆ ଙ୍କ ୧୪୬ ତମ ଜନ୍ମ ଜୟନ୍ତୀ ପାଳନ କରାଯିବା ସହ ୨୮ ତମ ବାର୍ଷିକ ଉତ୍ସଵ ମହାସମାରୋହରେ ପାଳିତ ହୋଇ ଯାଇଛି। ଗଂଜାମ ଜିଲ୍ଲାର ଶ୍ରୀ ମା ଶ୍ରୀ ଅରବିନ୍ଦ ପାଠ ଚକ୍ର ଆବାହକ ଶଷଧର ବେହେରା ବିଦ୍ୟାଳୟ ପରିସରରେ ମାତୃ ପତାକା ଉତ୍ତୋଳନ କରିଥିଲେ।






ଜଗନ୍ନାଥ ପ୍ରସାଦ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରିଣୀ ମୋନାଲି ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗଦେଇ  ପ୍ରଦୀପ ପ୍ରଜ୍ୱଳନ କରିବା ସହ କ୍ରୀଡା ଓ ବିଭିନ୍ନ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଦେଇ କହିଥିଲେ ଯେ ଛାତ୍ର ଅବସ୍ଥା ରୁ ଉଚିତ ଶିକ୍ଷା ପାଇଲେ ଜୀବନ ରେ ସେମାନେ ବହୁ ଉଚ୍ଚ ସ୍ତର କୁ ଯାଇ ପାରିବ।ସେହିପରି ଶିକ୍ଷକେନ୍ଦ୍ରର ସଭାପତି କୈଳାସ କୁମାର ପାତ୍ର ସଭାପତିତ୍ୱ କରିଥିଲେ।






ଶିକ୍ଷାକେନ୍ଦ୍ର ର ଉପସଭାପତି ନିରାକାର ସାହୁ,ସଂମାନିତ ଅତିଥି ରୂପେ ଯୋଗ ଦେଇ କହିଥିଲେ ଯେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଏହି ବ୍ଲକ ର ସର୍ବ ପୁରାତନ ଶିକ୍ଷା କେନ୍ଦ୍ର ଏଠି ଛାତ୍ର ଛାତ୍ରୀ ମାନଙ୍କୁ ପୂର୍ଣ୍ଣାଙ୍ଗ ଶିକ୍ଷା ଦିଆ ଯାଏ ଯଥା ବୌଦ୍ଧିକ, ମାନସିକ, ଶାରୀରିକ, ଧାର୍ମିକ ବିକାଶ ପାଇଁ ଶିକ୍ଷା ଦିଆ ଯାଏ,ଓ ଏହି ଶିକ୍ଷା କେନ୍ଦ୍ର ରେ ପାଠ ପଢ଼ି ବହୁ ଛାତ୍ର ଛାତ୍ରୀ ଓଏସ ଅଫିସର, ଡାକ୍ତର, ଇଂଜିନିୟର ବୈଜ୍ଞାନିକ ହୋଇ ଦେଶ ମାତୃକା ର ସେବା କରୁଛନ୍ତି।







ସମ୍ପାଦକ ମହେନ୍ଦ୍ର କୁମାର ପଣ୍ଡା, ପୁର୍ବତନ ସଭାପତି ଭାସ୍କର ମହାପାତ୍ର, ପୁର୍ବତନ ସଂପାଦକ ସୂର୍ଯ୍ୟ ନାରାୟଣ ପ୍ରଧାନ,ଅଧକ୍ଷା ଗୀତାଞ୍ଜଳୀ ବେହେରା, ପୁର୍ବତନ ଅଧକ୍ଷା ମାନସୀ ସେଠି,ପ୍ରମୁଖ ସଂମାନିତ ଅତିଥି ରୂପେ ମଞ୍ଚ।ସିନ ହୋଇ ଚରିତ୍ର ଗଠନ ର ମୂଳ ମନ୍ତ୍ର ଛାତ୍ର ଛାତ୍ର ଛାତ୍ରୀ ମାନଙ୍କୁ ଦେଇଥିଲେ।ଶିକ୍ଷକେନ୍ଦ୍ର ର ତୋଫାନ ଭାଇଙ୍କ ସଂଯୋଜନା ରେ ବାର୍ଷିକ ଉତ୍ସବ ଓ ସଂ।ସ୍କୃତି କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଷଷ୍ଠ ଶ୍ରେଣୀ ର ଛାତ୍ର ସାଇକଲ୍ୟାଣ ଓ ସାଥୀଙ୍କ ଦ୍ଵାରା ପରିବେଷିତ  ବାର୍ତ୍ତା ବହ ନାଟକ"ଦେଖ ସମାଜ ବଦଳି ଯାଏ,ସଂସାର ବଦଳି ଯାଏ,"ବେଶ ଚିତାକର୍ଷକ ଥିଲା, ସେହିପରି "ପିଲାଙ୍କୁ ମୋବାଇଲ ମନା' ନାଟକ ଭି ବେଶ ଚମତ୍କାର ଥିଲା।ବିଭିନ୍ନ କ୍ରୀଡା ଓ ସାଂସ୍କୁତିକ ବିଭାଗ ରେ କୃତି ହାସଲ କରିଥିବା ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ମାତୃ ପତକା ଅବତରଣ ପରେ କାର୍ଯ୍ୟକ୍ରମ ର ସମାପ୍ତ ହୋଇ ଥିଲା।ଶିକ୍ଷକେନ୍ଦ୍ର ର କମିଟି ସଦସ୍ୟ ପବିତ୍ର କୁମାର ମହାପାତ୍ର,ଶିକ୍ଷାକେନ୍ଦ୍ର ର ଅପା ଭାଇ  ସନ୍ତୋଷ , ସୁଜାତା ,ମମତା,ସୁଶାନ୍ତ, ଇତିଶ୍ରୀ ,ପିଙ୍କି,ଗଣେଷ,ଶଶୀ, ଜୟନ୍ତୀ, ବିପିନ  ପ୍ରମୁଖ କାର୍ଯ୍ୟକ୍ରମ ରେ ସହାୟତା କରିଥିଲେ।ପୁର୍ବତନ ସଂପାଦକ ସୂର୍ଯ୍ୟ ନାରାୟଣ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

Post a Comment

Previous Post Next Post
Header ADS