BREAKING
Loading...
:

ଗୋପିନାଥ ସ୍ଵାମୀ ନୋଡାଲ ବିଦ୍ୟାପୀଠ କାଦୁଆ ,ମଙ୍ଗରାଜପୁର କୁ ରାଜ୍ୟ ସ୍ତରୀୟ ପୁରସ୍କାର


ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)୨୦୨୨-୨୩ ଶିକ୍ଷାବର୍ଷରେ ଉତ୍ତୀର୍ଣ୍ଣ ହୋଇ ଉତ୍କର୍ଷତା ପ୍ରତିପାଦନ କରିଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ତଥା ଉକ୍ତ ବର୍ଷରେ ବିଦ୍ୟାଳୟ ପାଇଁ Scholatic ଏବଂ Co-Scholatic କାର୍ଯ୍ୟକ୍ରମରେ ଉତ୍କର୍ଷତା ପ୍ରତିପାଦନ କରିଥିବା ଉଭୟ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀ/ପ୍ରଧାନ ଶିକ୍ଷକ/ଆଲୁମିନି କମିଟି/ବିଦ୍ୟାଳୟ ପରିଚାଳନା କମିଟି/ଗ୍ରାମପଞ୍ଚାୟତ ଇତ୍ୟାଦିକୁ ରାଜ୍ୟସରକାର ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ଶିକ୍ଷାପୁରସ୍କାର ପ୍ରଦାନ କରିଛନ୍ତି।ଏହି କ୍ରମରେ ଜଗନ୍ନାଥ ପ୍ରସାଦ ବ୍ଲକର ତିନିଜଣ ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷାପୁରସ୍କାର ପାଇଛନ୍ତି, ଏମାନଙ୍କ ମଧ୍ୟରେ ଜଣେ ଛାତ୍ର ଗୋପିନାଥ ସ୍ଵାମୀ ନୋଡାଲ ବିଦ୍ୟାପୀଠ କାଦୁଆ ମଙ୍ଗରାଜପୁର ଏବଂ ଅନ୍ୟ ଦୁଇ ଜଣ ଯଥାକ୍ରମେ ଚନ୍ଦ୍ରଶେଖର ବାଳିକା ଉଚ୍ଚ ବିଦ୍ୟାଳୟ, ବି. ଡିପୁର ଓ ଉଦୟନାଥ ନୋଡାଲ ବିଦ୍ୟାପୀଠ,ଚାମୁଣ୍ଡାର ଅଟନ୍ତି। ଏମାନେ ପ୍ରତ୍ୟେକେ ଟ ୫୦,୦୦୦/- ର ପୁରସ୍କାର ରାଶି ପାଇଛନ୍ତି, ସେହିପରି ଗତ ତା-୨୪.୦୨.୨୦୨୪ ରେ ଅନୁଷ୍ଠିତ ହୋଇଥିବା ଗଂଜାମ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷାପୁରସ୍କାର ଉତ୍ସବରେ ଜଗନ୍ନାଥ ପ୍ରସାଦ ବ୍ଲକର ପାଞ୍ଚଜଣ ଛାତ୍ର ଛାତ୍ରୀ ଜିଲ୍ଲାସ୍ତରୀୟ Academic Award ପାଇଛନ୍ତି।







ସେମାନଙ୍କ ମଧ୍ୟରୁ ଦୁଇଜଣ ଗୋପିନାଥ ସ୍ଵାମୀ ନୋଡାଲ ବିଦ୍ୟାପୀଠ କାଦୁଆର ହୋଇଥିବା ବେଳେ ଅନ୍ୟ ତିନିଜଣ ଚନ୍ଦ୍ରଶେଖର ବାଳିକା ଉଚ୍ଚ ବିଦ୍ୟାଳୟ, ବି. ଡିପୁର, ଉଦୟନାଥ ନୋଡାଲ ବିଦ୍ୟାପୀଠ,, ଚାମୁଣ୍ଡା ଏବଂ ନିତ୍ୟାନନ୍ଦ ପଣ୍ଡା ନୋଡାଲ ବିଦ୍ୟାପୀଠ, ଜଗନ୍ନାଥ ପ୍ରସାଦ, ଏମାନେ ପ୍ରତ୍ୟେକେ ଟ ୧୦,୦୦୦/- ପୁରସ୍କାର ରାଶି ସହ ମାନପତ୍ର ଗ୍ରହଣ କରିଛନ୍ତି, ତତ୍ ସହିତ ବ୍ଲକ ସ୍ତରରେ ୧୦୪ଜଣ  ଛାତ୍ର ଛାତ୍ରୀ Block Academic Award (ଟ ୫୦୦୦/-) ଏବଂ ୫୯ ଜଣ ଛାତ୍ର ଛାତ୍ରୀ School leadership  Award (ଟ ୩୦୦୦/-) ପାଇଛନ୍ତି। ପ୍ରାଥମିକ ସ୍ତରରେ ମଳିଙ୍ଗ UPS ର ଶିକ୍ଷୟତ୍ରୀ ମଞ୍ଚେଶ୍ୱରୀ ପ୍ରଧାନ ଆମ ବ୍ଲକରୁ Elementary Teacher Award ପାଇଛନ୍ତି (ଟ ୨୫,୦୦୦/- ଓ ମାନପତ୍ର), ସେହିପରି ପ୍ରତ୍ୟେକ ବ୍ଲକରୁ ତିନୋଟି ପ୍ରାଥମିକ /ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ତିନୋଟି ମାଧ୍ୟମିକ ବିଦ୍ୟାଳୟକୁ ପୁରସ୍କୃତ କରାଯାଇଛି।




ଏମାନେ ପ୍ରତ୍ୟେକେ ଟ ୨୫,୦୦୦/- ଅର୍ଥ ରାଶି ସହ ମାନପତ୍ର ଓ Momentus ପାଇଛନ୍ତି। ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ପ୍ରଥମ ସ୍ଥାନରେ ଥିବା ବିଦ୍ୟାଳୟ ଯଥାକ୍ରମେ ପାଲାପଡା ପ୍ରାଥମିକ ବିଦ୍ୟାଳୟ ଓ ଗୋପିନାଥ ସ୍ବାମୀ ନୋଡାଲ ବିଦ୍ୟାପୀଠ, କାଦୁଅ, ମଙ୍ଗରାଜପୁରର ପ୍ରଧାନ ଶିକ୍ଷକଙ୍କୁ ମଧ୍ୟ HM Award ପ୍ରଦାନ କରାଯାଇଛି । ସେହିପରି ଗୋପିନାଥ ସ୍ଵାମୀ ନୋଡାଲ ବିଦ୍ୟାପୀଠର ବିଦ୍ୟାଳୟ ପରିଚାଳନା କମିଟିକୁ ବ୍ଲକ୍ ର ଶ୍ରେଷ୍ଠ ପରିଚାଳନା କମିଟି ପୁରସ୍କାର ମିଳିଛି, ଶ୍ରେଷ୍ଠ ଆଲୁମିନି ପୁରସ୍କାର ଗଦାଧର ପ୍ରଧାନ ହାଇସ୍କୁଲ କୁମ୍ଫାପଡ଼ା ପାଇଥିବା ବେଳେ ଶ୍ରେଷ୍ଠ ଗ୍ରାମପଞ୍ଚାୟତ ପୁରସ୍କାର ବରଗାଁ ଗ୍ରାମପଞ୍ଚାୟତ କୁ ମିଳିଛି ।ଗୋପିନାଥ ସ୍ଵାମୀ ନୋଡାଲ ବିଦ୍ୟାପୀଠ କାଦୁଆ ମଙ୍ଗରାଜପୁରର ଜଣେ ଛାତ୍ର ରଜ୍ୟ ପୁରସ୍କାର (ଟ ୫୦,୦୦୦/- ) ଦୁଇ ଜଣ ଛାତ୍ରଛାତ୍ରୀ ଜିଲ୍ଲା ପୁରସ୍କାର (ପ୍ରତ୍ୟେକେ ଟ ୧୦,୦୦୦/-) ଛଅ ଜଣ ଛାତ୍ର ଛାତ୍ରୀ ବ୍ଲକ୍ ପୁରସ୍କାର (ଟ ୫,୦୦୦/-) ଦୁଇଜଣ ଛାତ୍ର ଛାତ୍ରୀ ଲିଡରସିପ ପୁରସ୍କାର , ଶ୍ରେଷ୍ଠ ମାଧ୍ୟମିକ ବିଦ୍ୟାଳୟ ପୁରସ୍କାର , ଶ୍ରେଷ୍ଠ ପ୍ରଧାନଶିକ୍ଷକ ପୁରସ୍କାର , ଶ୍ରେଷ୍ଠ SMC ପୁରସ୍କାର ପାଇଥିବାରୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସନ୍ତୋଷ କୁମାର ପ୍ରଧାନ ଖୁସି ବ୍ୟକ୍ତ କରିଛନ୍ତି ଏବଂ ଏହାର ଶ୍ରେୟ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ,ବିଦ୍ୟାଳୟ ପରିଚାଳନା କମିଟି ଅଭିଭାବକକୁ  ସର୍ବୋପରି ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ଗୋଦାବରୀଶ ମହାପାତ୍ର, ତଥା ବିଦ୍ୟାଳୟର ସମସ୍ତ ହିତେଷୀ ବନ୍ଧୁମାନଙ୍କୁ ପ୍ରଦାନ କରିଛନ୍ତି।

Post a Comment

Previous Post Next Post
Header ADS