BREAKING
Loading...
:

ବି.ଡି.ପୁର ଗ୍ରାମପଞ୍ଚାୟତରେ ପରିବାର ସମ୍ପର୍କ ଅଭିଯାନ “ଘରେ ଘରେ ଶଙ୍ଖ”


ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଜାନୁଆରି ୨୩ ତାରିଖ ଠାରୁ ଆସନ୍ତା ମାର୍ଚ୍ଚ ୫ ତାରିଖ ସ୍ବର୍ଗତ ବିଜୁ ବାବୁ ଜନ୍ମ ଜୟନ୍ତୀ ପର୍ଯ୍ୟନ୍ତ ଓଡ଼ିଶାର କୋଣ ଅନୁକୋଣରେ ଏହି ପରିବାର ସମ୍ପର୍କ ଅଭିଯାନ ବା “ଘରେ ଘରେ ଶଙ୍ଖ” କାର୍ଯ୍ୟକ୍ରମ ଚାଲିଥିବା ବେଳେ ଆଜି ତା ୨/୩/୨୦୨୪ରିଖ ଦିନ ପୂର୍ବାହ୍ନ ୧୧ଘଣ୍ଟ ସମୟ ରେ ଜଗନ୍ନାଥ ପ୍ରସାଦ ବ୍ଲକ ଅଧିନସ୍ଥ ବି.ଡି.ପୁର ଗ୍ରାମପଞ୍ଚାୟତ ର ମେଣ୍ଟପୁର ଠାରୁ ଏହି ପରିବାର ସମ୍ପର୍କ ଅଭିଯାନ ବା “ଘରେ ଘରେ ଶଙ୍ଖ” କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା । 











ଏଥିରେ ଶତାଧିକ ମହିଳା,ପୁରୁଷ,ସରପଞ୍ଚ ଙ୍କ ପ୍ରତିନିଧି,କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ବିପ୍ର ଚରଣ ବାରିକ ଓ ଗ୍ରାମପଞ୍ଚାୟତ ର ବିଜୁ ଜନତା ଦଳର ୱାର୍ଡ ସଭ୍ୟ,ସଭ୍ୟା ଓ ସକ୍ରିୟ କର୍ମୀ ମାନେ ଯୋଗଦେବା ସଙ୍ଗେ ସଙ୍ଗେ ରାଜ୍ୟରେ ଶାସନାଧୀନ ବିଜୁ ଜନତା ଦଳର ଜନ କଲ୍ୟାଣ ଯୋଜନା ବିଷୟରେ ପ୍ରତ୍ୟେକ ଘରେ ପହଁଚାଇବା ପାଇଁ ଓ ସମସ୍ତ ଙ୍କୁ ସଚେତନତା କରିବା ସହ ଉକ୍ତ ଘର ସଦସ୍ୟଙ୍କୁ ବିଜୁ ପରିବାର ସହ ଯୋଡ଼ି ଘରେଘରେ ଶଙ୍ଖ ପୋଷ୍ଟର ଲଗାଯାଇଥିଲା।

Post a Comment

Previous Post Next Post
Header ADS