BREAKING
Loading...
:

ତେନ୍ତୁଳିଆରେ ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ


ବିଡ଼ିପୁର(ନୀଳଚକ୍ର live)ଜଗନ୍ନାଥ ପ୍ରସାଦ ବ୍ଲକ ଅଧିନସ୍ଥ ବି.ଡିପୁର ଗ୍ରାମପଂଚାୟତ ର ତେନ୍ତୁଳିଆ ଗ୍ରାମରେ ମାର୍ଚ୍ଚ ୧ ଶୁକ୍ରବାର  ଠାରୁ ମାର୍ଚ୍ଚ ୪ ସୋମ‌ବାର‌ ପର୍ଯ୍ୟନ୍ତ ଶ୍ରୀଶ୍ରୀ ଦଧିବାମନ ସ୍ବାମୀଙ୍କ ମନ୍ଦିର ପ୍ରାଙ୍ଗଣରେ ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ, ଘୃତଯଜ୍ଞ ଓ ଅନ୍ନଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।  2 ତାରିଖ ଦିନ ମାନ୍ୟବର ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉକ୍ତ ନାମଯଜ୍ଞ ରେ ଯୋଗ ଦେବା ସଙ୍ଗେ ସଙ୍ଗେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ  ଗୋପବନ୍ଧୁ ମହାପାତ୍ର,ସାଂସଦ ପ୍ରତିନିଧି ପଞ୍ଚାନନ ପାଳ,ସମାଜ ସେବୀ ସୁଳପାଣି ଶତପଥୀ,ସମାଜ ସେବୀ ପ୍ରମୋଦ କୁମାର ପ୍ରଧାନ  ମଧ୍ୟ ଯୋଗଦେଇ ଥିଲେ ।





ନାମଯଜ୍ଞ ରେ ଯୋଗ ଦେଇଥିବା ମାନ୍ୟଗନ୍ୟ ଅତିଥି ମାନଙ୍କୁ ତେନ୍ତୁଳିଆ ଗ୍ରାମର ବହୁ ମହିଳା, ପୁରୁଷ ଙ୍କ ସମତେ କନ୍ଧମାଳ ସାଂସଦଙ୍କ ପ୍ରତିନିଧି  ବିପ୍ର ଚରଣ ବାରିକ,ବିଡ଼ିପୁର ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତି ରଶ୍ମିତା ସାହୁ, ସମିତିସଭ୍ୟା ଶ୍ରୀମତି ଗୀତରାଣୀ ବାରିକ,ବି.ଡି.ପୁର ଗ୍ରାମପଂଚାୟତ ସରପଞ୍ଚ ଙ୍କ ପ୍ରତିନିଧି ଶିଶିର କାନ୍ତ ସାହୁ,ଖଦାଳସ୍ୱାଇଁ,କାହ୍ନୁ ଚରଣ ପରିଛା,କୃଷ୍ଣ ଚନ୍ଦ୍ର ସ୍ୱାଇଁ, ଧବଳେଶ୍ୱର ସ୍ୱାଇଁ,ବୁଲୁ ସ୍ୱାଇଁ, ସଂନ୍ତୋଷ କୁମାର ସ୍ୱାଇଁ,ପ୍ରଭାକର ପଣ୍ଡା,ଗଙ୍ଗାଧର ସାହୁ, କୃଷ୍ଣ ଚନ୍ଦ୍ର ସେଠୀ,ପ୍ରହଲ୍ଲାଦ ବିଶ୍ୱାଳ, ଜଳନ୍ଧର ସ୍ୱାଇଁ, ଆଡ଼ଭୋକେଟ ଅଜିତ କୁମାର ଦାସ ,ସଂଗ୍ରାମ ବିଶ୍ୱାଳ, ସୁଶାନ୍ତ ସାହୁ ,ସୁରାଟ ଶ୍ରମିକ ସଂଘ ର କର୍ମକର୍ତ୍ତା ସ୍ୱାଗତ କରିବା ସହିତ ସଂକୀର୍ତନ ମଣ୍ଡଳୀ ଙ୍କ ସହିତ ଯଂଜ୍ଞ ମଣ୍ଡପ ର ଚାରିପଟ ପରିଭ୍ରମଣ  କରାଇ ଥିଲେ। ମାନ୍ୟବର ଅର୍ଥ ମନ୍ତ୍ରୀ ଶ୍ରୀ ଆରୁଖ ଏହି ଭଳି ଧାର୍ମିକ ଓ ଅଧ୍ୟାର୍ମି୍କ କାର୍ଯ୍ୟାକ୍ରମ କୁ ନିଷ୍ଠାପର ସହ ଆୟୋଜନ କରିଥିବାରୁ ଗ୍ରାମବାସୀ,ଅନୁଷ୍ଠାନର କର୍ମକର୍ତ୍ତା ଓ ଯୁବକ ଭାଇ ମାନଂକୁ ଆନ୍ତରିକ ଧନ୍ଯବାଦ ଅର୍ପଣ କରିଥିଲେ ଓ ଏହି କାର୍ଯ୍ୟକ୍ରମ ଦ୍ୱାରା ଗ୍ରାମବାସୀ ଙ୍କ ଭାଇଚାରା ଓ ଏକତା ବଜାଇ ରଖିବା ସାଙ୍ଗକୁ ପ୍ରଭୁକୃପା ଲାଭ ହୋଇଥାଏ ବୋଲି କହିଥିଲେ।


Post a Comment

Previous Post Next Post
Header ADS