ଭଞ୍ଜନଗର(ନୀଳଚକ୍ର Live)-ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ରେ ବିଜେପି ର ବିରାଟ ବିଜୟ ହୋଇଛି।ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ର ବିଜେଡି ର ଛଅ ଥର ବିଧାୟକ ହୋଇ ଓଡ଼ିଶାର ସରକାର ଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କେବିନେଟ ମନ୍ତ୍ରୀ ଥିବା ପୂର୍ବତନ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଙ୍କୁ କଡା ଟକ୍କର ଦେଇ ବିଜେପିର ପ୍ରଦ୍ୟୁମ୍ନ କୁମାର ନାୟକ ବିଜୟୀ ହୋଇଛନ୍ତି।
ବିଜେଡି ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖ ମୋଟ ୬୭,୪୯୮ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦ୍ୟୁମ୍ନ କୁମାର ନାୟକ ୮୩,୮୨୨ ଖଣ୍ଡ ଭୋଟ୍ ପାଇ ୧୬,୩୨୪ ଖଣ୍ଡ ଭୋଟ୍ ବ୍ୟବଧାନ ରେ ବିଜୟୀ ହୋଇଛନ୍ତି।ଏହି ବିରାଟ ବିଜୟ ରେ ବିଜେପି କର୍ମୀ ମାନେ ଜୟ ଶ୍ରୀରାମ ନାରା ଦେଇ ଗାଁ ଗାଁ ରେ ବାଣ ଫୁଟାଇ ବିଜୟଉତ୍ସଵ ପାଳନ କରିଛନ୍ତି।ଜଣେ ହେଭିୱେଟ ମନ୍ତ୍ରୀ ଙ୍କୁ ପରାସ୍ତ କରି ବିଜେପି ର ପ୍ରଦ୍ୟୁମ୍ନ କୁମାର ନାୟକ ଭଞ୍ଜନଗର ର ବିଧାୟକ ହୋଇ ଥିବାରୁ, ବିଜେପି ମନ୍ତ୍ରୀମଣ୍ଡଳ ରେ ତାଙ୍କୁ ସ୍ଥାନ ମିଳିବା ନେଇ ସାଧାରଣରେ ଜୋରଦାର ଚର୍ଚ୍ଚା ହେଉଛି।

Post a Comment