BREAKING
Loading...
:

ଭଂଜନଗର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଜଗନ୍ନାଥ ପ୍ରସାଦ ସବ-ରେଜିଷ୍ଟାର କାର୍ଯ୍ୟ।ଳୟ ର ଉଦଘାଟନ କଲେ


ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)-ଜଗନ୍ନାଥ ପ୍ରସାଦ ତହସିଲ କାର୍ଯ୍ୟାଳୟ ପରିସରରେ ବହୁ ପ୍ରତୀକ୍ଷିତ ସବ-ରେଜିଷ୍ଟାର ଅର୍ଥାତ ଉପ-ନିବନ୍ଧକ ଏବଂ ବିବାହ ଅଧିକାରୀ ଙ୍କ କାର୍ଯ୍ୟାଳୟ କୁ ମାନ୍ୟବର ଭଂଜନଗର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ  ଆନୁଷ୍ଟାନିକ ଭାବେ ଉଦଘାଟନ କରିଛନ୍ତି।ଭଂଜନଗର ବିଧାୟକ ନିର୍ବାଚିତ ହେବା ପରେ ଶ୍ରୀଯୁକ୍ତ ନାୟକଙ୍କ ଏହା ଜଗନ୍ନାଥ ପ୍ରସାଦ ରେ ପ୍ରଥମ ଉଦଘାଟନ ଉତ୍ସବ।

ସଂମାନନୀୟ ଅତିଥି ରୂପେ ଭଞ୍ଜନଗର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ ଯୋଗ ଦେଇଥିଲେ।ଜଗନ୍ନାଥ ପ୍ରସାଦ ତହସିଲଦାର ଅଶୋକ କୁମାର ମୁଦୁଲି ଉଦଘାଟନ ଉତ୍ସବର ପରିଚାଳନା କରିଥିଲେ।ଜଗନ୍ନାଥ ପ୍ରସାଦ ଅଞ୍ଚଳର ଜନସାଧାରଣ ବୁଗୁଡା ଆଉ ଯିବେ ନାହିଁ ନିଜ ଜମି କ୍ରୟ ବିକ୍ରୟ କରିବା ପାଇଁ ଓ ବିବାହ ପଞ୍ଜିକରଣ କରିବା ପାଈଁ,, ସବୁ ସୁବିଧା ପାଇ ପାରିବେ ଜଗନ୍ନାଥ ପ୍ରସାଦ ସବ-ରେଜିଷ୍ଟାର କାର୍ଯ୍ୟାଳୟ ରେ ବୋଲି ବିଧାୟକ କହିଥିଲେ।ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନାୟକ ସବ-ରେଜିଷ୍ଟାର କାର୍ଯ୍ୟାଳୟ କୁ ଉଦଘାଟନ କରିବା ପରେ ଜଗନ୍ନାଥ ପ୍ରସାଦ ଅଞ୍ଚଳର ଜନସାଧାରଣ ଙ୍କ ବହୁ ଦିନର ଆଶା ପୂର୍ଣ ହୋଇଛି।

ଏହି ଅବସରରେ ତହସିଲ କାର୍ଯ୍ୟାଳୟ ର ସମୀକ୍ଷା କରି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନାୟକ ତହସିଲଦାର ଙ୍କୁ ନିର୍ଦେଶ ଦେଲେ ଯେ ,ଜଗନ୍ନାଥ ପ୍ରସାଦ ତହସିଲ ଅଞ୍ଚଳରେ ବହୁତ ବାଲି ଘାଟ ର ନିଲାମ 
ନହେବା ଯୋଗୁଁ ବାଲି ଚୋରି ହୋଇ ସରକାର ଙ୍କ ବହୁ ରାଜସ୍ବ କ୍ଷତି ହେଉଛି, ସେହିପରି ପଡୋଶୀ ନୟାଗଡ ଜିଲ୍ଲାରୁ ପ୍ରତ୍ୟେକ ଦିନ ଜଗନ୍ନାଥ ପ୍ରସାଦ ଅଞ୍ଚଳକୁ ବେନିୟମ ଭାବେ ମାଙ୍କଡ଼ସା ପଥର ଚୋରା ଚାଲାଣ ହେଉଛି,ତେଣୁ ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଥିଲେ।



ସମାଜସେବୀ ସୂର୍ଯ୍ୟ ନାରାୟଣ ନାୟକ, ଆଇନଜୀବୀ ନିରାକାର ସାହୁ,ଦନାର୍ଦନ ପ୍ରଧାନ,ନିଳାଞ୍ଚଳ ଖିଲାର,ଜଗନ୍ନାଥ ରାଓ,ପ୍ରଣବ ପ୍ରକାଶ ନାୟକ,ଅଜିତ କୁମାର ନାୟକ, ପବିତ୍ର ମହାପାତ୍ର, ନିଳାଞ୍ଚଳ ସାହୁ,ସମେତ ବହୁ ଆଇନଜୀବୀ,ତହସିଲ କର୍ମଚାରୀ, ଓ ସୁବେଛୁ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।


Post a Comment

Previous Post Next Post
Header ADS