ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)-ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଡୁରୁଙ୍ଗୁ ଗ୍ରାମ ପଞ୍ଚାୟତ ସରପଞ୍ଚ କଳାବତୀ ବେହେରା ଙ୍କ ଚିକିତ୍ସାଧୀନ ଅବସ୍ଥାରେ ଅକାଳ ବିୟୋଗ ହୋଇଛି।ଏଭଳି ଦୁଃଖଦ ଖବର ପାଇ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଭୁବନେଶ୍ୱର ରୁ ଆସି ସଂଗେ ସଂଗେ ପରିବାର ବର୍ଗ ଙ୍କ ପାଖରେ ପହଞ୍ଚି ସମବେଦନା ଜଣେଇଛନ୍ତି।
ସେହିଭଳି ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ସେହି ବୁଡୁରୁଙ୍ଗୁ ଗ୍ରାମପଞ୍ଚାୟତ ର ଦିହୁଡି଼ବଞ୍ଜର ଗାଁ ର ସୁଦୂର ପ୍ରଧାନ ଙ୍କ ପୁଅ ଅମୁଲ୍ୟ ପ୍ରଧାନ (୪୫ )ଙ୍କ ର ତାମିଲନାଡୁ ର କୋଇଁବାଟୁର ରେ ଶୁକ୍ରବାର ମୃତ ଘଟିଛି। ଅମୁଲ୍ୟ ଆଜକୁ ଚାରି ମାସ ପୂର୍ବେ ଦାଦନ ଖଟିବାକୁ ତାମିଲନାଡୁ ଯାଇଥିଲେ । ସେଠାରେ ସେ କାମ କରିବା ଅବସ୍ଥାରେ ୧୫ ଦିନ ପୂର୍ବେ ତାଙ୍କ ସ୍ୱାସ୍ଥ୍ୟ ଖରାପ ଥିବା ଖବର ଆସିଥିଲା । ସେଠାରେ ସ୍ୱାସ୍ଥ୍ୟ ର ଅବସ୍ଥା ନ ସୁଧୁରି ବାରୁ ୮ ଦିନ ପୂର୍ବେ ଏକ ଘରୋଇ ହସ୍ପିଟାଲ ରେ ଭର୍ତି ହୋଇଥିଲେ ।ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିବା ଖବର ଗତ ରାତ୍ରୀ ରେ ଆସିଥିଲା ଏହା ଶୁଣିବା ପରେ ପରିବାର ରେ ଓ ସାରା ଅଞ୍ଚଳରେ ଦୁଃଖର ଛାୟା ଖେଳି ଯାଇଥିଲା ।କିଛି ସମ୍ପର୍କୀୟ ଙ୍କ ସହଯୋଗ ରେ ତାମିଲନାଡୁ ରେ ମରଶରୀର ଅନ୍ତିମ ସତ୍କାର କରାଯାଇଛି । ଅମୂଲ୍ୟ ଙ୍କ ସ୍ତ୍ରୀ କାଇଞ୍ଚ ପ୍ରଧାନ ଓ ଗୋଟେ ବୋଲି ପୁଅ ଚନ୍ଦନ ।ପୁଅ ଭି ଆର୍ଥିକ ଅଭାବ ଯୋଗୁଁ ସୁରତ ରେ ଦାଦନ ଖଟିବାକୁ ଯାଇଥିବା ବେଳେ ବାପା ଙ୍କ ମୃତ୍ୟୁ ଖବର ପାଇ ଗାଁକୁ ଫେରୁଥିବା ଜଣା ଯାଇଛି।
ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନାୟକ ଶୋକସନ୍ତପ୍ତ ପରିବାର ଙ୍କ ପାଖରେ ପହଂଚି ସମବେଦନା ଜଣେଇବା ସହ ଅନ୍ତେଷ୍ଟ୍ରୀକ୍ରିୟା ପାଇଁ ୧୦ହଜାର ଟଙ୍କା ସହାୟତା ପ୍ରଦାନ କରିବା ସହ ଗଭୀର ଶୋକ ପ୍ରକାଶ କରିଥିଲେ।ଏହି ସମୟରେ ବିଧାୟକ ଙ୍କ ସହ ଜଗନ୍ନାଥ ପ୍ରସାଦ ବିଡ଼ିଓ ଅଶ୍ୱିନୀ କୁମାର ମହାପାତ୍ର ଓ ତହସିଲଦାର ଅଶୋକ କୁମାର ମୁଦୁଲି,ମଧ୍ୟ ମୃତକ ଙ୍କ ଘରେ ପହଞ୍ଚି ପରିବାର ଙ୍କୁ ସାନ୍ତ୍ୱନା ଦେବା ସହ ଏହି ଗରିବ ପରିବାର ଙ୍କୁ ଆଇନ ଅନୁଯାଇ ଯଥାସମ୍ଭବ ସରକାରୀ ସହାୟତା ଯୋଗାଇଦେବା ପାଇଁ କହିଥିଲେ।ନୀଳମାଧବ ପାତ୍ର, ଧୋବା ଗୌଡ଼, ନିଳାଞ୍ଚଳ ଖିଲାର ,ମଧ୍ୟ ଶୋକ ସଂତପ୍ତ ପରିବାର ଙ୍କ ପାଖରେ ପହଞ୍ଚି ସମବେଦନା ଜଣେଇଛନ୍ତି।

Post a Comment