ଜଗନ୍ନାଥ ପ୍ରସାଦ:(ନୀଳଚକ୍ର Live)-୧୨.୦୮.୨୦୨୪ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ବ୍ଳକ ଅନ୍ତର୍ଗତ ଆଞ୍ଚଳିକ ଡ଼ିଗ୍ରୀ କଲେଜ ପରିସରରେ ଆନ୍ତର୍ଜାତୀୟ ଯୁବ ଦିବସ ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁଙ୍କ ପୌରୋହିତ୍ୟରେ ପାଳିତ ହୋଇଯାଇଛି । ଏହି ଦିବସର ଉଦ୍ଦେଶ୍ୟ ସମ୍ପର୍କରେ ଆଇ.କ୍ୟୁ.ଏସି ସଂଯୋଜକ ଡ଼ଃ ପ୍ରମୋଦ କୁମାର ଚୌଧୁରୀ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ । ସଭାପତି ଭାବେ ଶ୍ରୀଯୁକ୍ତ ସନାତନ ସାହୁ ଛାତ୍ରଛାତ୍ରୀ ତଥା ଯୁବ ପିଢ଼ିଙ୍କ ସାମୁହିକ ବିକାଶ ଏବଂ ଉଦାରୀକରଣ, ଘରୋଇ କରଣ ଓ ଜଗତୀକରଣ ବିଷୟରେ ମତବ୍ୟକ୍ତ କରିଥିଲେ । ଅଧ୍ୟାପକ ଶ୍ରୀ ବିଭୂତି ଭୂଷଣ ପ୍ରଧାନ, ଶ୍ରୀ ବିରଞ୍ଚି ନାରାୟଣ ପ୍ରଧାନ, ଶ୍ରୀ ଶ୍ରୀକାନ୍ତ ପାତ୍ର, ଅଧ୍ୟାପିକା ଶ୍ରୀମତୀ ସୁଚରିତା କର ଆନ୍ତର୍ଜାତିୟ ଯୁବ ଦିବସରେ ଛାତ୍ରଛାତ୍ରୀ ତଥା ଯୁବପିଢିଙ୍କର ଭୂମିକା ସମ୍ପର୍କରେ ସୁବିସ୍ତୃତ ଆଲୋଚନା କରିଥିଲେ ।
ପରିଶେଷରେ ଅଧ୍ୟାପକ ଡ଼ଃ ପ୍ରମୋଦ କୁମାର ଚୌଧୁରୀ ଛାତ୍ରଛାତ୍ରୀ ମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିବା ସହ ଉପସ୍ଥିତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଏହି ଅନ୍ତର୍ଜାତୀୟ ଯୁବ ଦିବସକୁ ଗ୍ରନ୍ଥାଗାରିକ ଶ୍ରୀଯୁକ୍ତ ରଘୁନାଥ ପାଣି, ଡି.ଇ.ଓ ଶ୍ରୀ ସରୋଜ କୁମାର ନାୟକ ପରିଚାଳନା କରିଥିଲେ । ସ୍ବେଚ୍ଛାସେବୀ ଓମ୍ ପ୍ରକାଶ ପ୍ରଧାନ, ନୀଳାଚଳ ପ୍ରଧାନ, ସନ୍ତୋଷ କୁମାର ରଥ, କ୍ଷୀରୋଧ ପ୍ରଧାନ, ରାଜେନ୍ଦ୍ର ନାୟକ, ଶୁଭଲକ୍ଷ୍ମୀ ପ୍ରଧାନ, ସ୍ନେହଲତା ପ୍ରଧାନ, ସୋନୁ ବେହେରା ପ୍ରମୁଖ ସହଯୋଗ କରିଥିଲେ ।

Post a Comment