ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)ଜଗନ୍ନାଥପ୍ରସାଦସ୍ଥ ଯୁଧିଷ୍ଠିର ବିଦ୍ୟାପୀଠ ଠାରେ ନିଖିଳ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଙ୍ଘ ତରଫରୁ ବ୍ଲକ ସ୍ତରୀୟ ବିଶ୍ୱ ସଂସ୍କୃତ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି ! ମୁଖ୍ୟ ଅତିଥି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଅଶ୍ୱିନୀ କୁମାର ମହାପାତ୍ରଙ୍କ କରକମଳରେ ଉଦଘାଟିତ ହୋଇଥିବା ବେଳେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀମତୀ କଲ୍ୟାଣୀ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାରସ୍ୱତ ଅତିଥି ଭାବେ ଘୁମୁସର ବ୍ରାହ୍ମଣ ପୁରୋହିତ ସମିତିର ସଚିବ ଶ୍ରୀ ମୃତ୍ୟୁଞ୍ଜୟ ରଥ, ମୁଖ୍ୟବକ୍ତା ଭାବେ କୁରାଳ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଭାବଗ୍ରାହୀ କର,
ସମ୍ମାନିତ ବକ୍ତା ଜ୍ୟୋତିର୍ବିଦ ପଣ୍ଡିତ ଡଃ ଅନ୍ନଦା ତ୍ରିପାଠୀ, ବିଶିଷ୍ଟ ଅତିଥି ଶ୍ରୀ ଗୋପାଳ କୃଷ୍ଣ ନାୟକ, ସମ୍ମାନିତ ଅତିଥି ପଣ୍ଡିତ ଶ୍ରୀ କାଶୀନାଥ ସାହୁ, ସଙ୍ଘ ସଭାପତି ପଣ୍ଡିତ ଶ୍ରୀ ପ୍ରତାପ ଚନ୍ଦ୍ର ଶତପଥୀ, ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ଶ୍ରୀ ସର୍ବେଶ୍ୱର ଦାସ ଓ ଆଡ଼ଭୋକେଟ ତଥା ସାମ୍ବାଦିକ ଶ୍ରୀ ନିରାକାର ସାହୁ ଯୋଗଦେଇ ସଂସ୍କୃତ ଭାଷାର ସୁରକ୍ଷା, ପ୍ରଚାର ଓ ପ୍ରସାର ଉପରେ ଅଭିଭାଷଣ ରଖିବା ସହ ମହାନ ସଂସ୍କୃତ କବି ମାଘ ଙ୍କ ରଚିତ "ଶିଶୁପାଳ ବଧମ୍" ଓ ,"ଶ୍ରୀ ରାଘବ ୟଦାଭିୟମ୍" କାବ୍ୟର ଉଦାହରଣ ମାଧ୍ୟମରେ ଦେଶ ବିଦେଶରେ ସଂସ୍କୃତ ଭାଷା କିପରି ଲୋକପ୍ରିୟ ହୋଇପାରିଛି ଆଲୋଚନା କରିଥିଲେ !
କର୍ଣ୍ଣାଟକର ସିମୋଗା ନଦୀ ଅବବାହିକା ଅନ୍ତର୍ଗତ ମାଲୁର ଗ୍ରାମର ସମସ୍ତ ବ୍ୟକ୍ତି ଏବେ ବି ସଂସ୍କୃତ ଭାଷାରେ କଥାବାର୍ତ୍ତା କରି ବିଶ୍ୱକୁ ଏକ ସୁନ୍ଦର ବାର୍ତ୍ତା ପ୍ରେରଣ କରୁଛନ୍ତି, ତାହା ଉପରେ ଆଲୋଚନା ରଖିଥିଲେ ! ମଧ୍ୟାନ୍ତରରେ ପିଲାମାନଙ୍କଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ ଅତିଥିମାନେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ !କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହ କୃତୀ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ !
କାର୍ଯ୍ୟକ୍ରମକୂ ସଙ୍ଘ ସମ୍ପାଦକ ଶ୍ରୀ ସୋମନାଥ ବେହେରା ଓ ସଂଯୋଜିକା ଶ୍ରୀମତୀ ସସ୍ମିତା ପୃଷ୍ଟି ପରିଚାଳନା କରିଥିବା ବେଳେ ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପୂର୍ଣ୍ଣ ସହଯୋଗ କରିଥିଲେ !

Post a Comment