ଜଗନ୍ନାଥ ପ୍ରସାଦ (ନୀଳଚକ୍ର Live )ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଜଗନ୍ନାଥ ପ୍ରସାଦ ପରିସରରେ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନଙ୍କ ପୌରୋହିତ୍ୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା କଲେଜର ଉଦ୍ଭିଦ ବିଜ୍ଞାନ ପ୍ରାଧ୍ୟାପକ ଶ୍ରୀଯୁକ୍ତ ସୁଧାଂଶୁ ରଞ୍ଜନ ଦାଶଙ୍କ ନିମନ୍ତେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅଧ୍ୟକ୍ଷ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ବିଗ୍ରହରେ ପୁଷ୍ପମାଲ୍ୟ ଅର୍ପଣ କରି ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ମୁଖ୍ୟ ଅତିଥି ଭାବେ ପ୍ରାଧ୍ୟାପକ ଶ୍ରୀଯୁକ୍ତ ଲୋକନାଥ ମହାନ୍ତି ଯୋଗଦେଇଥିଲେ । କର୍ମଚାରୀ ସମନ୍ବୟ ସମିତିର ସମ୍ପାଦକ ଶ୍ରୀଯୁକ୍ତ ରାଧାମାଧବ ପ୍ରଧାନ ମଞ୍ଚାଷିନ ଅତିଥି ମାନଙ୍କ ପରିଚୟ ଓ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।
ପ୍ରାଧ୍ୟାପକ ଡ଼ଃ ଜୟଦେବ ଗୌଡ଼, ମିହିର କୁମାର ଶତପଥୀ, ପ୍ରଶାନ୍ତ ରଥ, ଭାସ୍କର ଗୌଡ଼, ପ୍ରଧ୍ୟାପିକା ଶ୍ରୀମତୀ ଆରତୀ ମହାପାତ୍ର, ଅଧ୍ୟାପକ ସୁନିର କାନ୍ତ ମିଶ୍ର, ସୁନିଲ କୁମାର ମୁନି, ହାଡୁବନ୍ଧୁ ପ୍ରଧାନ, ଅଶ୍ଵିନୀ କୁମାର ପରମଗୁରୁ, ଶଙ୍କର ନାୟକ, ବିଜ୍ଞାନ ପରିଚାଳକ ଶ୍ରୀଯୁକ୍ତ ଶଙ୍କରଶଣ ପାତ୍ର, ଏ ରାମ ମୂର୍ତ୍ତି ଦୋରା, ସୁଶାନ୍ତ କୁମାର ପାତ୍ର, ଅଧ୍ୟାପିକା ସୁଶ୍ରୀ ସୁନିତା ଗୌଡ଼, ସୁଶ୍ରୀ ଆସ୍ମା ନନ୍ଦ, ସୁଶ୍ରୀ ସୋନାଲି ବେହେରା, ଡି.ଇ.ଓ ସରୋଜ କୁମାର ନାୟକ ଓ ବିଦ୍ୟାଳୟର ସମସ୍ତ କର୍ମଚାରୀ ଯୋଗଦେଇ ଶ୍ରୀଯୁକ୍ତ ଦାଶଙ୍କ ଦୀର୍ଘ ୩୪ ବର୍ଷର ଶିକ୍ଷକତା, ବିଦ୍ୟାଳୟର ପ୍ରଶାସନିକ କ୍ଷେତ୍ରରେ କର୍ତ୍ତବ୍ୟନିଷ୍ଠ, ବିଭିନ୍ନ କାର୍ଯ୍ୟକ୍ରମରେ ଦକ୍ଷତା, ଉପରେ ସମସ୍ତେ ନିଜ ନିଜର ବକ୍ତବ୍ୟ ରଖିଥିଲେ ।
ଶ୍ରୀଯୁକ୍ତ ଦାଶ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ପ୍ରିୟଶିକ୍ଷକ ଥିଲେ । ତାଙ୍କର ଅବସର ପରେ ଅନୁଷ୍ଠାନରରେ ସୃଷ୍ଟି ହୋଇଥିବା ବିରାଟ ଶୂନ୍ୟସ୍ଥାନ ସର୍ବଦା ଅପୂରଣୀୟ । ଶ୍ରୀଯୁକ୍ତ ଦାଶ ଏବଂ ଶ୍ରୀଯୁକ୍ତ ମହାନ୍ତିଙ୍କୁ ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ଉପଢୌକନ, ଉପହାର ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ଶେଷରେ ସମ୍ପାଦକ ସମସ୍ତ ଅତିଥି ଓ କର୍ମଚାରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

Post a Comment