ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live): ୧୪.୦୯.୨୦୨୪ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଳକ ଅନ୍ତର୍ଗତ ଆଞ୍ଚଳିକ ଡ଼ିଗ୍ରୀ କଲେଜ ପରିସରରେ ଜାତୀୟ ସେବା ଯୋଜନା କୋ- ୟୁନିଟ୍ ଓ ଯୁବ ରେଡକ୍ରସ୍ ଶାଖା ତରଫରୁ ରକ୍ତଦାନ ସଚେତନତା କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁ ସଭାପତିତ୍ବ କରି ବକ୍ତବ୍ୟରେ ରକ୍ତଦାନର ମହତ୍ତ୍ଵ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ । ଆଇ.କ୍ୟୁ.ଏସି ସଂଯୋଜକ ତଥା ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ପ୍ରମୋଦ କୁମାର ଚୌଧୁରୀ ରକ୍ତଦାନ ସଚେତନତା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଏବଂ ରକ୍ତଦାନର ସୁଫଳ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ ।
ପୂର୍ବବର୍ଷ ରକ୍ତଦାନ କରିଥିବା ଛାତ୍ରୀ ସୁଶ୍ରୀ ଶୁଭଲକ୍ଷ୍ମୀ ପ୍ରଧାନ ଓ ଦେବସ୍ମିତା ନାୟକ ନିଜର ଅନୁଭୂତି ସମ୍ପର୍କରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ । ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ଅଧ୍ୟାପକ ଶ୍ରୀ ବିଭୂତି ଭୂଷଣ ପ୍ରଧାନ, ଶ୍ରୀ ବିରଞ୍ଚି ନାରାୟଣ ପ୍ରଧାନ, ଶ୍ରୀ ଶ୍ରୀକାନ୍ତ ପାତ୍ର, ଶ୍ରୀ ପଞ୍ଚାନନ ପଲାଇ ଓ ଅଧ୍ୟାପିକା ଶ୍ରୀମତୀ ସୁଚରିତା କର ଉପସ୍ଥିତ ଥିଲେ । ପରିଶେଷରେ ଯୁବ ରେଡକ୍ରସ୍ କାଉନସିଲର ଅଧ୍ୟାପକ ଶ୍ରୀଯୁକ୍ତ ନିରଞ୍ଜନ ଶତପଥୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ରକ୍ତଦାନ ବିନା ରକ୍ତର ଅନ୍ୟ ବିକଳ୍ପ ନଥିବା କଥା କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉପସ୍ଥିତ ରହି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଶପଥ ନେଇଥିଲେ । ଗ୍ରନ୍ଥାଗାରିକ ଶ୍ରୀଯୁକ୍ତ ରଘୁନାଥ ପାଣି, ଡି.ଇ.ଓ ଶ୍ରୀ ସରୋଜ କୁମାର ନାୟକ ସମେତ ପୁରାତନ ସ୍ବେଚ୍ଛାସେବୀ ବିଭୂତି ଭୂଷଣ ନାୟକ ସ୍ବେଚ୍ଛାସେବୀ ଓମ୍ ପ୍ରକାଶ ପ୍ରଧାନ, ନିଳାଞ୍ଚଳ ପ୍ରଧାନ, ଚନ୍ଦନ ଗୌଡ଼, ଜୀବନ କୁମାର ନାୟକ, ଦୀପକ ସାମଲ, ରାଜେନ୍ଦ୍ର ନାୟକ, ରୋଜାଲିନ୍ ପ୍ରଧାନ, ଦିପା ରଣା, ସ୍ନେହଲତା ନାୟକ ଓ ସୋନୁ ବେହେରା ପ୍ରମୁଖ ସହଯୋଗ କରିଥିଲେ ।

Post a Comment