BREAKING
Loading...
:

ତେନ୍ତୁଳିଆ ଶାସନ ଦେବସ୍ଥାନ ଉଚ୍ଚ ମଧ୍ୟମିକ ବିଦ୍ୟାଳୟର ଛାତ୍ରୀଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର


ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)ତେନ୍ତୁଳିଆ ଶାସନ ଦେବସ୍ଥାନ ଉଚ୍ଚ ମଧ୍ୟମିକ ବିଦ୍ୟାଳୟର ଛାତ୍ରୀଙ୍କ  ଆତ୍ମ ସୁରକ୍ଷା ନିମନ୍ତେ ସରକାର ଙ୍କ ନିର୍ଦ୍ଧେଶ  କ୍ରମେ ଅଧକ୍ଷ୍ୟ ଚିନଂ  ବଦ୍ରିନାରାୟଣ ପାତ୍ର ଙ୍କ ପୌରହିତ ରେ ତାଲିମ ଶିବିର  ର ଉଦଘାଟନ ଗତକାଲି ହୋଇସାରିଛି । ଉକ୍ତ ଉତ୍ସବରେ  ବିଦ୍ୟାଳୟ ମୁଖ୍ୟ ଙ୍କ ସହ ପ୍ରଶାସନିକ ଅଧିକାରୀ ଦିଲ୍ଲୀପ କୁମାର ତ୍ରିପାଠୀ,ଶୈକ୍ଷିକ ଅଧିକାର ଅଲେଖ କୁମାର ଘଡ଼ାଇ , ହିସାବ ଅଧିକାରୀ  ଡ଼ଃ ପୂର୍ଣ୍ଣଚନ୍ଦ୍ର  ପଣ୍ଡା  ସାଧନ ବ୍ୟକ୍ତି ଭାବେ ଯୋଗ ଦେଇଥିଲେ  ଏବଂ ଛାତ୍ରୀଙ୍କ ଆତ୍ମ ସୁରକ୍ଷା ତାଲିମ ର ଉପଯୋଗୀତା ବିଷୟରେ  ଅବଗତ କରାଇଥିଲେ ।


ମାଷ୍ଟର ଟ୍ରେନର ସ୍ମୃତିମୟୀ  ପାତ୍ର ଛାତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ  । ଉକ୍ତ ତାଲିମ୍ ଶିବିର ସାତ ଦିନ ଧରି ଚାଲିବ, ଚାରି ଗୋଟି ଗ୍ରୁପ ରେ  ପ୍ରାୟ 180 ଜଣ ଛାତ୍ରୀ ନେବେ, ଆତ୍ମ ସୁରକ୍ଷା ତାଲିମ୍ ଶିବିରର ଅଧିକାରିଣୀ ଅଧ୍ୟାପିକା ଶ୍ରୀମତୀ  ମମୀନୀ ଆଚାର୍ଯ୍ୟ  କ୍ରଯ୍ୟକ୍ରମ ର ଲକ୍ଷ୍ୟ ଓ ଉଦେଶ୍ୟ ଉପରେ କହିଥିବା ବେଳେ  ସହ ଅଧିକାରିଣୀ ଅଧ୍ୟାପିକା ଅର୍ଚନା ପ୍ରିୟଦର୍ଶିନୀ ଅନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ କର୍ମଚାରୀ  ଯୋଗ ଦେଇ ଛାତ୍ରୀଙ୍କୁ ଉଚ୍ଚାହିତ କରିବା ଏବଂ ସହଯୋଗ ମଧ୍ୟ କରିଥିଲେ।

Post a Comment

Previous Post Next Post
Header ADS