ଜଗନ୍ନାଥ ପ୍ରସାଦ (ନିରାକାର ସାହୁ)-ଜଗନ୍ନାଥ ପ୍ରସାଦ ସ୍ଥିତ ନିତ୍ୟାନନ୍ଦ ପଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସର ରେ ବାର୍ଷିକ ଉତ୍ସବ -୨୦୨୫ ବିଦ୍ୟାଳୟର ର ପ୍ରଧାନ ଶିକ୍ଷକ ସୋମନାଥ ବେହେରା ଙ୍କ ସଭାପତିତ୍ୟ ରେ ଅନୁଷ୍ଠିତ ହୋଇ ଯାଇଛି। ମାନ୍ୟବର ଭଞ୍ଜନଗର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ମୂଖ୍ୟ ଅତିଥି ରୁପେ ଯୋଗ ଦେଇଥିଲେ। ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ବ୍ୟାଣ୍ଡ ବଜେଇ ରାଡି ବଙ୍ଗଳା ରୁ ମାନ୍ୟବର ବିଧାୟକ ଙ୍କୁ ସ୍ଵାଗତ କରି ବିଦ୍ୟାଳୟ କୁ ପାଛୋଟି ଆଣିଥିଲେ,।ମାନ୍ୟବର ବିଧାୟକ ବିଦ୍ୟାଳୟ ରେ ପହଞ୍ଚିବା ପରେ ଶହ ସହ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ।
ଶିକ୍ଷକ ଙ୍କ ହାତରେ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ଗଢା ହୁଏ, ତେଣୁ ଶିକ୍ଷକ ମାନେ ଏଥି ପ୍ରତି ଯତ୍ନବାନ ହେବାକୁ ମାନ୍ୟବର ବିଧାୟକ କହିଥିଲେ। କେନ୍ଦ୍ରର ଜାତୀୟ ଶିକ୍ଷାନୀତି ଅନୁଯାଇ ପ୍ରତ୍ୟେକ ବିଦ୍ୟାଳୟ କୁ ପ୍ରଥମେ ଦେଢ଼ କୋଟି ଟଙ୍କା ଅନୁଦାନ ଆସିବ, ତା ପରେ ଦୁଇ କୋଟି ଟଙ୍କା ଆସିବାର ବ୍ୟବସ୍ଥା ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିଥିବା କଥା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନାୟକ କହିଥିଲେ। ଭୌଗୋଳିକ ଅବସ୍ଥିତି ଦୃଷ୍ଟି ରୁ ଜଗନ୍ନାଥ ପ୍ରସାଦ କୁ NAC ର ମାନ୍ୟତା ଖୁବ ଶୀଘ୍ର ମିଳିବା ପାଇଁ ପ୍ରଚେଷ୍ଟା କରାଯାଇଅଛି ବୋଲି ମାନ୍ୟବର ବିଧାୟକ ବକ୍ତବ୍ୟ ରଖିଥିଲେ।
ମୁଖ୍ୟ ବକ୍ତା ଭାବେ ଆଂଚଳିକ ମହାବିଦ୍ୟାଳୟ ଅଧକ୍ଷ ନୃସିଂହ ଚରଣ ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଗୋଷ୍ଟୀ ଶିକ୍ଷା ଅଧିକାରିଣୀ ଶ୍ରୀମତି କଲ୍ୟାଣୀ ପାଢ଼ୀ,ପ୍ରତିଷ୍ଠାତା ରାଘବ ପ୍ରସାଦ ପଣ୍ଡା, ଡୋନର ନିରାକାର ସାହୁ, ପବିତ୍ର କୁମାର ମହାପାତ୍ର,ଓ ଲଡୁ କିଶୋର ମାଝୀ,କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ମହେନ୍ଦ୍ର କୁମାର ପଣ୍ଡା,ସମିତି ସଭ୍ୟ ଯୁଧିଷ୍ଟିର ସେଠୀ, ସରପଞ୍ଚ ପ୍ରତିନିଧି,
,CRCC ଶଶାଙ୍କ ଶେଖର ନାୟକ, SMC ସଭାପତି ସତ୍ୟନାରାୟଣ ଗୌଡ଼, ମଞ୍ଚାସିନ ଥିଲେ। କ୍ରୀଡା ଓ ନାଚ ରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ଙ୍କୁ ମାନ୍ୟବର ବିଧାୟକ ଓ ଅନ୍ୟ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥଲେ,, ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Post a Comment