BREAKING
Loading...
:

ଆଜ୍ଞା ପ୍ରସାଦ ଉପ୍ରା ବିଦ୍ୟାଳୟ ର ନବମ କ୍ରୀଡା ଓ ବାର୍ଷିକ ଉତ୍ସ ବ -2024-2025.

 


ଜଗନ୍ନାଥ ପ୍ରସାଦ (ନୀଳଚକ୍ର Live)ଆଜ୍ଞା ପ୍ରସାଦ ଉପ୍ରା ବିଦ୍ୟାଳୟର ନବମ ବାର୍ଷିକ ଓ କ୍ରୀଡା ଉତ୍ସବ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବୁଲୁ ସାହୁ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା l ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ନାଇକ ଙ୍କ ପରିଚାଳନା ରେ ଆୟୋଜିତ ଉତ୍ସବ ରେ ମୁଖ୍ୟ ଅତିଥି ବି. ଇ. ଓ ଶ୍ରୀମତୀ କଲ୍ୟାଣୀ ପାଢ଼ୀ, ମୁଖ୍ୟବ।କ୍ତା ଭାବେ ଉତ୍ତର ଘୁମୁସର ବନାଞ୍ଚଳ ଅଧିକାରୀ ସୁଶ୍ରୀ ସୁଜାତା ରାଣୀ ପଣ୍ଡା, ସମ୍ମାନିତ ଅତିଥି ଭାବେ ପୂର୍ବତନ ଶିକ୍ଷକ ଓ ସି ଆର ସିସି ପ୍ରଦୀପ୍ତ କିଶୋର ଭୂୟାଁ, ଆଇନଜୀବୀ ନିରାକାର ସାହୁ, ସମିତି ସଭ୍ୟ ଯୁଧିଷ୍ଠିର ସେଠି, କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ମହେନ୍ଦ୍ର କୁମାର ପଣ୍ଡା,ସରପଞ୍ଚ ଙ୍କ ପ୍ରତିନିଧି ପୂର୍ଣ୍ଣ ଚନ୍ଦ୍ର ସେଠି, ଯୋଗଗୁରୁ କ୍ଷୀରୋଦ ଚନ୍ଦ୍ର ଦାଶ,



ପୂର୍ବତନ ଭାଇପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରମିଳା ଶତପଥୀ, ସରକୁମ୍ପା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସବିତା ରଥ,   ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତୀ ଦମୟନ୍ତୀ ପାଢ଼ୀ, କମିଟି ସଦସ୍ୟ ଉପେନ୍ଦ୍ର ପ୍ରଧାନ ଓ ସି .ଆର. ସି.ସି ଶଶାଙ୍କ ଶେଖର ନାୟକ ପ୍ରମୁଖ ମଞ୍ଚାସିନ ହୋଇ ବିଦ୍ୟାଳୟ ର ଶିକ୍ଷା ରେ ଅଭିଭାବକ ଓ ଛାତ୍ର ଛାତ୍ରୀ ଙ୍କ ଭୂମିକା ଓ ମୋବାଇଲ ଠାରୁ ଦୁରେଇ ରହି ଚରିତ୍ର ଗଠନ, ଗୁରୁଜନଙ୍କୁ ସମ୍ମାନ, ସଂସ୍କାର, ସହ ନାଚ ଗୀତ, ଖେଳ ସହିତ ପାଠ ପଢା ପ୍ରତି ଗୁରୁତ୍ୱ ଦେଇ ଜଳବାୟୁ ପରିବର୍ତ୍ତନ ପାଇଁ ଚାରା ରୋପଣ ର ଆବଶ୍ୟକ ତା ବିଷୟରେ ବକ୍ତୃତା ପ୍ରଦାନ କରିଥିଲେ l




















ଛାତ୍ର ଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ବିଦ୍ୟାଳୟ ର ସହକାରୀ ଶିକ୍ଷୟତ୍ରୀ ମମତା ଭୂୟାଁ, ସୌଦାମିନୀ ପ୍ରଧାନ, ଶିକ୍ଷକ କବିରାଜ ସାହୁ ପ୍ରମୁଖ ସହଯୋଗ କରିଥିଲେ l ଶେଷରେ ପ୍ରଧାନ ଶିକ୍ଷକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଉତ୍ସଵ ସମାପ୍ତ ଘୋଷଣା କରିଥିଲେ l

Post a Comment

Previous Post Next Post
Header ADS