BREAKING
Loading...
:

ସର୍ବ ପୁରାତନ ଦୈନିକ ଓଡ଼ିଆ ଖବରକାଗଜ ଦୈନିକଆଶାର ୧୧୨ତମ ସ୍ୱନକ୍ଷତ୍ର ଉତ୍ସବ , ଜୟଦେବ ଭବନ ଭୁବନେଶ୍ୱର ଠାରେ ଅନୁଷ୍ଠିତ l


ଭୁବନେଶ୍ଵର (ନୀଳଚକ୍ର  Live ) ସର୍ବ ପୁରାତନ ଦୈନିକ ଓଡ଼ିଆ ଖବରକାଗଜ ଦୈନିକ ଆଶା ର ୧୧୨ତମ ସ୍ୱନକ୍ଷତ୍ର ଉତ୍ସବ , ଜୟଦେବ ଭବନ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନ ସମୟରେ ଡିଜିଟାଲ ମିଡିଆର ପ୍ରସାର ସମସ୍ତ ରାଜ୍ୟରେ ବଢିବାରେ ଲାଗିଥିବାବେଳେ ଅନେକ ଖବର କାଗଜ ବର୍ତ୍ତମାନ ଡିଜିଟାଲ ପ୍ଲାଟଫର୍ମ ରେ ଓହ୍ଲାଇ ସାରିଲେଣି ଯାହା ବର୍ତ୍ତମାନ ସମୟରେ ଖବର ପ୍ରସାରଣ କ୍ଷେତ୍ରରେ ବହୁ ଲୋକପ୍ରିୟ ପାଲଟିବାକୁ ଲାଗିଛି ।






ଆଜିର ଏହି ଦୈନିକଆଶା ସ୍ୱନକ୍ଷତ୍ର ଉତ୍ସବରେ  ଆଗମି ଦିନରେ ଦୈନିକଆଶାର ପ୍ରଚାର ପ୍ରସାର ଡିଜିଟାଲ ଚ୍ୟାନେଲ ମାଧ୍ୟମରେ ଓଡ଼ିଶାର ସମସ୍ତ ଜିଲ୍ଲା ରେ କିଭଳି ଭାବେ ପ୍ରସାରିତ କରାଯିବ ତାହା କୁ ଗୁରୁତ୍ଵ ଦିଆଯାଇଥିଲା ଏବଂ ପୂର୍ବରୁ ଦୈନିକଆଶା ଖବର କାଗଜ ମାଧ୍ୟମରେ ନିଜର ଖବର ପ୍ରସାରଣ କରୁଥିବାବେଳେ ବର୍ତ୍ତମାନ ଏହାକୁ ଖବର କାଗଜ ସହିତ ଡିଜିଟାଲ ପ୍ଲାଟଫର୍ମ ମଧ୍ୟମରେ ସାରା ଓଡ଼ିଶାର ପ୍ରତେକ ଟି ଜିଲ୍ଲାର ଖବର ପ୍ରସାରଣ ଆରମ୍ଭ କରିବାପାଇଁ ନିଷ୍ପତି ନିଆଯାଇଥିଲା। ଏହା ସହ ଏହି କାର୍ଯ୍ୟକ୍ରମରେ ୩୩ ରୁ ଉର୍ଦ୍ଧ ବିଭିନ୍ନ ପ୍ରକାର ଲୋକକଳା ଏବଂ  ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।












ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବାଚସ୍ପତି ଶ୍ରୀଯୁକ୍ତ ରାମ ଚନ୍ଦ୍ର ପଣ୍ଡା, ରହିଥିବାବେଳେ ସମ୍ମାନୀୟ ଅତିଥି ଭାବେ ଦୈନିକଆଶା ଖବର କାଗଜ ର ନିଉଜ ଆଡିଟର ଗୋପାଳ ପଟ୍ଟନାୟକ,ଷ୍ଟେଟ ହେଡ ପ୍ରଦୀପ ନାହାକ, କାଉଁସଲେସନ ମ୍ୟାନେଜର ସୁରେନ୍ଦ୍ର ପଣ୍ଡା,ପି ଆର ଓ  ଷ୍ଟେଟ ମ୍ୟାନେଜର ପ୍ରଭାକର ସାହୁ, ଅନୁଷୀୟା ସାହୁ, ଆଡ଼ିଟର ପ୍ରମୋଦ କୁମାର ପଣ୍ଡା ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ  ଦୈନିକଆଶା ର ଡିଜିଟାଲ ମିଡିଆ ର  ସାମ୍ବାଦିକ କାଳୀଚରଣ ମିଶ୍ର, ରଞ୍ଜନ କୁମାର ରାଉତ,ନିରାକାର ସାହୁ, କୃଷ୍ଣ ଚନ୍ଦ୍ର ସାମନ୍ତରାୟ, ରଞ୍ଜିତ ପଲେଇ, ବିଶ୍ବମ୍ବର ଦାସ   ପ୍ରମୁଖ ସାମ୍ବାଦିକ ମାନଙ୍କୁ ଦୈନିକଆଶା ତରଫରୁ ସମ୍ମାନିତ କରାଯାଇଥିଲା।

Post a Comment

Previous Post Next Post
Header ADS