BREAKING
Loading...
:

ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘର ଆନ୍ଦୋଳନ


ଜଗନ୍ନାଥ ପ୍ରସାଦ (ନୀଳଚକ୍ର Live)- ଓଡ଼ିଶା ମିଶନ ଶକ୍ତି ବିଭାଗ ଅଧିନରେ ଓଡ଼ିଶା ଜୀବିକା ମିଶନ ଓ ଓଡ଼ିଶା ମିଶନ ଶକ୍ତି ରେ କାର୍ଯ୍ୟରତ ଇସୀ ସଦସ୍ୟା ମାନଙ୍କ  ପୁନର୍ଗଠନ ଆଦେଶ ପ୍ରତ୍ୟାହାର ପାଇଁ ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘର ଜଗନ୍ନାଥ ପ୍ରସାଦ ବ୍ଲକ ଇସି ସଦସ୍ୟା ମାନେ ପାଞ୍ଚ ଦଫା ନେଇ ଆନ୍ଦୋଳନ ବ୍ୟାପକ କରିଛନ୍ତି। ସହ ସହ  ମହିଳା ସ୍ଥାନୀୟ ମାଆ କରଞ୍ଜେଇ ପୀଠ ରୁ 5 ଦଫା ଦାବି ସମ୍ବଳିତ ସ୍ଲୋଗାନ ଦେଈ ବ୍ଲକ ପାଖକୁ ଆସି ପ୍ରତିବାଦ ସଭା କରିଥିଲେ।

ଜଗନ୍ନାଥ ପ୍ରସାଦ ବ୍ଲକ ବିଡିଓ ମନ୍ମଥ ନାଥ ମଲ୍ଲିକ ଙ୍କୁ ମାନ୍ୟବର ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ଉଦ୍ଦେଶ୍ୟରେ ପାଞ୍ଚ ଦଫା ଦାବି ସମ୍ବଳିତ ଦାବପତ୍ର ପ୍ରଦାନ କରିଥିଲେ।ଓଡ଼ିଶା ମିଶନ ଶକ୍ତି ବିଭାଗ ଅଧିନରେ ଓଡ଼ିଶା ଜୀବିକା ମିଶନ ଓ ଓଡ଼ିଶା ମିଶନ ଶକ୍ତି ରେ କାର୍ଯ୍ୟରତ ଇସୀ ସଦସ୍ୟା ମାନଙ୍କ  ପୁନର୍ଗଠନ ଆଦେଶ ପ୍ରତ୍ୟାହାର, ସ୍ଥାୟି ନିଯୁକ୍ତି ପ୍ରଦାନ ଓ ବକେୟା ଭତ୍ତା ପ୍ରଦାନ, ମିଶନ ଶକ୍ତି ଓ ଜୀବିକା ମିଶନ ରେ କାର୍ଯ୍ୟରତ କମୁନିଟି ଷ୍ଟାଫ୍ ଙ୍କ ପାଞ୍ଚ ବର୍ଷୀୟା ଚୁକ୍ତି ବାତିଲ କରି ସ୍ଥାୟି ନିଯୁକ୍ତି ପ୍ରଦାନ, ମିଶନ ଶକ୍ତି ବିଭାଗ ରାଜ୍ୟ ରେ ସମସ୍ତ ମହିଳା ଙ୍କ ଜୀବିକା ଅର୍ଜନ ର ରାହା କୁ ସୁନିଛିତ କରାଯାଉ, ମହିଳା ସହାୟକ ଗୋଷ୍ଠୀର ପ୍ରତେକ ସଦସ୍ୟା ଙ୍କୁ ମାସିକ ଏକ ହଜାର ଟଙ୍କା ହାରରେ ମହିଳା ସଶକ୍ତି ଭତ୍ତା ନିୟମିତ ପ୍ରଦାନ କରିବା ବ୍ୟବସ୍ଥା କରାଯାଉ ପ୍ରମୁଖ ୫ଦଫା ଦାବୀ ନେଇ ଆନ୍ଦୋଳନ କରାଯାଇଥିଲା। ଜଗନ୍ନାଥ ପ୍ରସାଦ ବ୍ଲକ ଇସି ସଦସ୍ୟା ସଂଘ ସଭାନେତ୍ରୀ ଆଶାରାଣୀ ସାହୁ , ପବିତ୍ରା ରଣା, ଅଞ୍ଜଳୀ ସାହୁ, ସସ୍ମିତା ସେଠୀ, ବାସନ୍ତୀ ମହାଙ୍କୁଡ, ରିତାଞ୍ଜଳି ପ୍ରଧାନ ସମେତ ଶହ ଶହ  ଈଶି ସଦସ୍ୟା ମହିଳା ଆନ୍ଦୋଳନ ରେ ସାମିଲ ହୋଇଥିଲେ।

Post a Comment

Previous Post Next Post
Header ADS