ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)-ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ବିଜୟଧନୁର୍ଜୟପୁର ଶାସନସ୍ଥିତ ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟରେ ଅଧକ୍ଷ ଶ୍ରୀ ଚିନଂ ବଦ୍ରିନାରାୟଣ ପାତ୍ର ଙ୍କ ଅଧ୍ୟକ୍ଷତା ରେ ଏକ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଓ ହୃଦୟସ୍ପର୍ଶୀ ବିଦାୟ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମାରୋହରେ କର୍ମଚାରୀ ସଂଘର ସମ୍ପାଦକ ଅଧ୍ୟାପକ ଡ଼ଃ ଭଂଜ କିଶୋର ରଣା ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ ଏବଂ କର୍ମଚାରୀ ସଂଘ ପକ୍ଷରୁ ବିଦାୟୀ ବରିଷ୍ଠ କିରାଣୀ ଶ୍ରୀ ଗୁପ୍ତେଶ୍ୱର କର ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଇତିହାସ ବିଭାଗର ନବାଗତ ଅଧ୍ୟାପକ ଡ଼ଃ ରବୀନ୍ଦ୍ର ନାଥ ଦାସଙ୍କୁ ପୁଷ୍ପଗୁଛ ଦେଇ ହୃଦୟରୁ ସ୍ୱାଗତ କରାଯାଇଥିଲା। ଏହି ଅବସରରେ ମହାବିଦ୍ୟାଳୟ ର ଶୈକ୍ଷିକ ଅଧିକାରୀ ଅଧ୍ୟାପକ ଶ୍ରୀ ଅଲେଖ ଚନ୍ଦ୍ର ଘଡ଼ାଇ, କର୍ମଚାରୀ ସଂଘର ସହ ସମ୍ପାଦିକା ଅଧ୍ୟାପିକା ଶ୍ରୀମତୀ ଅର୍ଚ୍ଚନା ପ୍ରିୟଦର୍ଶିନୀ ପ୍ରମୁଖ ମଞ୍ଚାସିନଥିଲେ। ବିଦାୟୀ ବରିଷ୍ଠ କିରାଣୀ ଶ୍ରୀଯୁକ୍ତ କର ନିଜର ହୃଦୟସ୍ପର୍ଶୀ ସାରଗର୍ଭିତ ବକ୍ତବ୍ୟ ମାଧ୍ୟମରେ ମହାବିଦ୍ୟାଳୟରେ ନିଜର ଦୀର୍ଘ ତେତିଶି ବର୍ଷର କର୍ମମୟ ଜୀବନର ଅନୁଭୂତି କୁ ବର୍ଣ୍ଣନା କରିଥିଲେ। ନବାଗତ ଅଧ୍ୟାପକ ଡ଼ଃ ଦାସ ସମସ୍ତ କର୍ମଚାରୀଙ୍କ ସହଯୋଗ ପାଇଁ ସାଧୁବାଦ ଜଣାଇଥିଲେ। ସମାରୋହ ଶେଷରେ ସହସମ୍ପାଦିକା ଶ୍ରୀମତି ଅର୍ଚ୍ଚନା ପ୍ରିୟଦର୍ଶିନୀ ନିଜର ଭାଷଣ ମାଧ୍ୟମରେ ସମସ୍ତ କର୍ମକର୍ତ୍ତା ଙ୍କୁ ହୃଦୟଭରା ଶୁଭେଚ୍ଛା ଓ ଧନ୍ୟବାଦ ଜ୍ଞାପନ କରିଥିଲେ। ଉକ୍ତ ସମାରୋହରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।
ଟି. ଏସ. ଡ଼ି ମହାବିଦ୍ୟାଳୟରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସମାରୋହ
Chief Editor By Nirakar Sahu
0
Post a Comment