BREAKING
Loading...
:

ପି.ଏମ.ଶ୍ରୀ କାଦୁଆ ଗୋପିନାଥ ସ୍ବାମୀ ନୋଡାଲ ବିଦ୍ୟାପୀଠ ରେ ପି ଏମ ଶ୍ରୀ ଉତ୍ସବ


ଜଗନ୍ନାଥ ପ୍ରସାଦ (ନୀଳଚକ୍ର Live )ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ କାଦୁଆ ମଙ୍ଗରାଜପୁର ପି.ଏମ.ଶ୍ରୀ ଗୋପୀନାଥ ସ୍ୱାମୀ ନୋଡାଲ ବିଦ୍ୟାପୀଠରେ ବିଦ୍ୟାଳୟ ସ୍ତରୀୟ ପ୍ରଥମ ପି.ଏମ.ଶ୍ରୀ ବାର୍ଷିକ ଉତ୍ସବ ଭବ୍ୟ ସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀମତୀ କଲ୍ୟାଣୀ ପାଢ଼ୀଙ୍କ ସଭାପତିତ୍ୱ ଓ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର ପ୍ରଧାନଙ୍କ ଆବାହନରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ନୀଳାଞ୍ଚଳ ଖିଲାର ଯୋଗଦେଇ ଶିକ୍ଷାର ଗୁଣାତ୍ମକ ଉନ୍ନତି ଓ ପି.ଏମ.ଶ୍ରୀ ଯୋଜନାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।

ବିଶିଷ୍ଟ ଅତିଥି ଭାବେ  ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ତଥା ପ୍ରତିଷ୍ଠାତା ଶ୍ରୀଯୁକ୍ତ ଗୋଦାବରୀଶ ମହାପାତ୍ର, ମୁଖ୍ୟବକ୍ତା ସ୍ଥାନୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ନୃସିଂହ ଚରଣ ପ୍ରଧାନ, ସମ୍ମାନିତ ଅତିଥି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ମନ୍ମଥନାଥ ମଲ୍ଲିକ, ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ପଣ୍ଡା, ଏସ ଏମ ସି ସଭାପତି ଶ୍ରୀଯୁକ୍ତ ମଧୁସୂଦନ ପାଣିଗ୍ରାହୀ, ଆଲୁମିନି କମିଟି ସଭାପତି ପ୍ରଫେସର ଶ୍ରୀଯୁକ୍ତ ଶିବରାମ ବେହେରା ଓ

ବରିଷ୍ଠ ଆଇନଜୀବି ଶ୍ରୀଯୁକ୍ତ ପବିତ୍ର ପ୍ରସାଦ ସାହୁ  ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଓ ପୁରସ୍କାର ପ୍ରଦାନ କରିଥିଲେ।ଉତ୍ସବରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଶିତ ସାଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟ ଓ ସଙ୍ଗୀତ  ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଶିକ୍ଷକ, ଅଭିଭାବକ ଓ ସ୍ଥାନୀୟ ଲୋକମାନଙ୍କର ବହୁଳ ସମାଗମ ଓ ଉପସ୍ଥିତି ଉତ୍ସବକୁ ଆହୁରି ସଫଳ କରିଥିଲା। କାର୍ଯ୍ୟକ୍ରମକୁ ବିଶିଷ୍ଟ ଜ୍ୟୋତିର୍ବିଦ ଡଃ ଅନ୍ନଦା ତ୍ରିପାଠୀ ସଂଯୋଜନା କରିଥିବାବେଳେ ବିଦ୍ୟାଳୟର ସମସ୍ତ ଷ୍ଟାଫ ସହଯୋଗ କରିଥିଲେ!

Post a Comment

Previous Post Next Post
Header ADS