BREAKING
Loading...
:

ଆଜ୍ଞାପ୍ରସାଦ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରିଡ଼ା ମହୋତ୍ସବ ଓ ବାର୍ଷିକ ଉତ୍ସବ


ଜଗନ୍ନାଥପ୍ରସାଦ (ନୀଳଚକ୍ର Live)-18/02/2026 ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବିଇଓ ଅନ୍ତର୍ଗତ ଆଜ୍ଞାପ୍ରସାଦ  ସ୍ଥିତ ଆଜ୍ଞାପ୍ରସାଦ  ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରିଡ଼ା ମହୋତ୍ସବ ଓ ବାର୍ଷିକ ଉତ୍ସବ ମହାଆଡ଼ମ୍ବରେ ଅନୁଷ୍ଠିତ ହୋଇଯାଇଛି |  ଏହି  କାର୍ଯ୍ୟକ୍ରମରେ ଆଜ୍ଞାପ୍ରସାଦ  ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ  କୈଳାସ ଚନ୍ଦ୍ର ନାଇକ ସଭାପତିତ୍ୱ କରିଥିବାବେଳେ ଜଗନ୍ନାଥ ପ୍ରସାଦ ବ୍ଲକ ଉପାଧକ୍ଷ ନୀଳାଞ୍ଚଳ ଖିଲାର ମୁଖ୍ୟ ଅତିଥି ଭାବେ ଯୋଗେ ଦେଇଥିବା ବେଳେ,


ମୁଖ୍ୟବକ୍ତା ଭାବେ  ମହେନ୍ଦ୍ର କୁମାର ପଣ୍ଡା ଓ ସମ୍ମାନୀତ ଅତିଥି ଭାବେ ଜଗନ୍ନାଥ ପ୍ରସାଦ ଓକିଲ ସଂଘ ର ସାଧାରଣ ସମ୍ପାଦକ ବରିଷ୍ଠ ଆଇନଜୀବୀ ନିରାକାର ସାହୁ, ଶିକ୍ଷାବିତ୍ ପ୍ରଦୀପ କୁମାର ଭୂୟାଁ, ସିଆରସିସି ଶଶାଙ୍କ ଶେଖର ନାୟକ , ଶିକ୍ଷକ ରାମନାଥ ଶିଖର, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି  ପଦ୍ମନାଭ ନାୟକ, ବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସଭାପତି ଭଗବାନ ମାଝୀ, ଶ୍ରୀମତୀ ପ୍ରମିଳା ଶତପଥୀ, ଶ୍ରୀମତୀ ଦମୟନ୍ତୀ ପାଢ଼ୀ, ପଞ୍ଚସାଖା ଶିଖା ସେତୁ ଦାତା ତଥା ପୂର୍ବତନ smc ମେମ୍ବର ଉପେନ୍ଦ୍ର ନାୟକ, ବାବୁଲା ରଣା ,ବୁଲୁ ସାହୁ ମଞ୍ଚ|ସୀନ  ଥିଲେ |



ମୁଖ୍ୟବକ୍ତା  ଓ ସମ୍ମାନୀତ ଅତିଥି ମାନେ ନିଜ ନିଜର  ଅଭିଭାଷଣ ପ୍ରଦାନ କରିଥିଲେ |ପ୍ରଧାନଶିକ୍ଷକ  କୈଳାସ ଚନ୍ଦ୍ର ନାଇକ ବାର୍ଷିକ ବିବରଣୀ ପାଠ  କରିଥିଲେ |    ଅତିଥି ମାନଙ୍କ ଦ୍ୱ|ରା  ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇଥିଲା   |   ତା ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ   ହୋଇଥିଲା | ଅଭିଭାବକ   ଏବଂ  ବିଦ୍ୟାଳୟର  ପରିଚାଳନା କମିଟିର  ସମସ୍ତ ସଭ୍ୟ ଉପସ୍ଥିତ ଥିଲେ | ବିଦ୍ୟାଳୟର  ସମସ୍ତ  ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ |  ପରିଶେଷରେ  ବିଦ୍ୟାଳୟର ଶିକ୍ଷୟତ୍ରୀ ମମତା ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ |

Post a Comment

Previous Post Next Post
Header ADS