BREAKING
Loading...
:

ପ୍ରଚଣ୍ଡ ରୌଦ୍ର ତାପରେ ସରିଲା ମା ତାରା ତାରିଣୀଙ୍କ 2ୟ ପାଳି ଯାତ୍ରା:2ରୁ 3 ଲକ୍ଷ ଭକ୍ତଙ୍କ ଭିଡ଼

 


ପୁରୁଷୋତ୍ତମପୁର (ନୀଳଚକ୍ର Live)
ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ରାଇପୁର ଗ୍ରାମର ପାହାଡ଼ରେ ବିଜେ ମା ତାରା ତାରିଣୀଙ୍କ 2ୟ ପାଳି ଯାତ୍ରା ପ୍ରଚଣ୍ଡ ରୌଦ୍ର ତାପରେ  ମଧ୍ୟ 2ରୁ 3ଲକ୍ଷ ଭକ୍ତଙ୍କ ଭିଡ଼ ଲାଗି ଥିଲା |କାଳେ 3ୟ ପାଳି ଗତବର୍ଷ ପରି  କୋଭିଡ ନିମନ୍ତେ ବନ୍ଦ ହୋଇଯିବ ସେଥି ପାଇଁ ମାନସିକ ଧାରୀ  ପରିବାର ଲୋକେ ଚୁଟି ମୁଣ୍ଡନ କରିଦେବାକୁ ଭାବି ବାଇକ ଠାରୁ ଆରମ୍ଭ କରି ବସ, କାର, ଅଟୋ ଇତ୍ୟାଦିରେ ପହଞ୍ଚି ସେମାନଙ୍କ ପିଲାଙ୍କ ଚୁଟି ମୁଣ୍ଡନ କରିବା ସହିତ ରୋଷେଇ, ବାସ ମଧ୍ୟ କରି ସାଙ୍ଗ, ସାଥି ବନ୍ଧୁ ବାନ୍ଧବ ମାନଙ୍କୁ ଧରି  ଆସିଥାନ୍ତି |  ତେବେ ଆଜିର ଏହି ପ୍ରଚଣ୍ଡ ରୌଦ୍ର ତାପକୁ ମଧ୍ୟ ସେମାନେ ଖାତିରି ନକରି  ପିଲାଙ୍କ ଚୁଟି ମୁଣ୍ଡନ କୁ ପ୍ରାଧାନ୍ୟ ଦେଇଥିଲେ | ଆଜି ସକାଳ 3ଘଣ୍ଟ ପରେ ସେବାୟତ ମାନେ ସେମାନଙ୍କ ଅବକାଶ ଠାରୁ ସବୁ ନୀତି ନିୟମ ସାରି ମାଙ୍କୁ ଗଜଲକ୍ଷ୍ମୀ ବେଶରେ ସଜିତ କରି ବାଳଭୋଗ ପରେ ଆଳତୀ କରି ଭକ୍ତ ମାନଙ୍କୁ ଦର୍ଶନର ସୁଯୋଗ ଦେଇଥିଲେ | ତେବେ ଶାନ୍ତି ଶୃଙ୍ଖଳା ନିମନ୍ତେ 13ପ୍ଲାଟୁନ ପୋଲିସ,2ଜଣ ଅତିରିକ୍ତ ଏସପି,3ଜଣ ଡ଼ିଏସପି,  20ଜଣ ଆଇ ଆଇସି, 25 ଜଣ ଏସ ଆଇ , ଙ୍କ ସହିତ ଅନ୍ୟାନ୍ୟ ଫୋର୍ସ ଉପସ୍ଥିତ ରହି ଯାତ୍ରା କୁ ପରିଚାଳନା କରିଥିଲେ |  ଏହାସହ ପୁରୁଷୋତ୍ତମପୁର ଏସ୍ଡ଼ିପିଓ ସୂର୍ଯ୍ୟମଣୀ ପ୍ରଧାନ, ଥାନା ଧିକାରି ପିୟୁଷ ରଞ୍ଜନ ଛୋଟ ରାୟ, ଏସ ଆଇ ସୁନୀଲ ପ୍ରଧାନ ଙ୍କ ସହିତ ସମସ୍ତ ଷ୍ଟାଫ ଉପସ୍ଥିତ ରହିବା ସହ ବିଡ଼ିଓ ବିଜୟ କୁମାର ବେହେରା, ତହସିଲଦାର ନୀତିଶ କୁମାର ତ୍ରିପାଠୀ, ଏବଂ ତହସିଲ ଆରାଇ ଷ୍ଟାଫ, ସ୍ବେଛାସେବୀ ଅନୁଷ୍ଠାନ ପ୍ରମୁଖ ଉପସ୍ଥିତ ରହି ମାଙ୍କ ଏହି ପୂଜାରେ ସହଯୋଗ କରିଥିଲେ ଏହାସହିତ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ତିରୁମାଲା କୁମାର ରେଡି, ସେବାୟତ ସଭାପତି ତପନ କୁମାର ରଣା, ବାପୁଜୀ ରଣା ଙ୍କ ସମେତ ସମସ୍ତ ସେବାୟତ ଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳା  ଭାବେ ଯାତ୍ରା ପରିଚାଳନା କରିଥିଲେ | ଏହା ସହ ପଞ୍ଚାୟତ ର ପି ଇ ଓ  ଡ଼ି ଲଖମନ ପାତ୍ର, ଜିଆରଏସ ସୁନୀତା ବେହେରା ସରପଞ୍ଚ ନମିତା ବେହେରା, ସମିତି ସଭ୍ୟା ଉଷାରାଣୀ ବେହେରା, ବିଚିତ୍ର ବେହେରା, ଲଡ଼ୁ ବେହେରା କୈଳାସ ମଣ୍ଡଳ, ମନୋଜ ପଣ୍ଡା, ଗୋପାଳ କୃଷ୍ଣ ଦାଶ,  ଭବାନୀ ଶଙ୍କରପଣ୍ଡା,ତୁଷାର ବିଶୋଇ,  ସୁଶାନ୍ତ ବେହେରା, ସନ୍ତୋଷ ବେହେରା ଙ୍କ ସହିତ ବହୁ ଗ୍ରାମବାସୀ, ଏବଂ ଯୁବକ ମାନେ ସହଯୋଗ କରିଥିଲେ |ପ୍ରଚଣ୍ଡ ରୌଦ୍ର ତାପ କୁ ଦେଖି ପଞ୍ଚ।ୟତ ତରଫରୁ  ଯାତ୍ରୀଙ୍କୁ ନବାତ ପଣା ଓ ଥଣ୍ଡା ପାନୀୟ ବଣ୍ଟା ଯାଇଥିଲା |

Post a Comment

Previous Post Next Post
Header ADS