ଚୌଦ୍ୱାର: ପୌର ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ମଙ୍ଗଳବାର ସଂଧ୍ୟାରେ ଶେଷ ହୋଇଛି। ଶେଷ ଦିନରେ ଭୋଟର ମାନଙ୍କ ମନ ଜିଣିବାପାଇଁ ପ୍ରାର୍ଥୀମାନେ ସକାଳରୁ ସଂଧ୍ୟା ପର୍ଯ୍ୟନ୍ତ ଅନ୍ତିମ ପ୍ରୟାସ ଚଳାଇଥିବା ଦେଖିବାକୁ ମିଳିଥିଲା। ଦିନସାରା ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର ଚାଲିବା ସହିତ ପ୍ରାର୍ଥୀମାନେ ପଦଯାତ୍ରା, ବାଇକ୍ ଶୋଭାଯାତ୍ରା, ପଥପ୍ରାନ୍ତ ସଭା ମାଧ୍ୟମରେ ଭୋଟରମାନଙ୍କୁ ଶେଷ ନିବେଦନ କରିଥିଲେ। ପୂର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳ ବିଜେଡ଼ି ଅଧ୍ୟକ୍ଷା ପ୍ରାର୍ଥୀ ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ ଓ ବାର୍ କାଉନସିଲର ପ୍ରାର୍ଥୀ ଆଶୁତୋଷ ଦାସଙ୍କୁ ନେଇ ୧୭ ନମ୍ବର ୱାର୍ଡରେ ବାଇକ୍ ଶୋଭାଯାତ୍ରା କରିଥିବା ବେଳେ କାଉନସିଲର ପ୍ରାର୍ଥୀ ଶୁଭେନ୍ଦୁ ସାମଲ ଓ ବିଜୟ କୁମାର ମଲ୍ଲିକ ୧୦ ଓ ୧୯ ନମ୍ବର ୱାର୍ଡ଼ରେ ଗଳି କନ୍ଦିରେ ପଦଯାତ୍ରା କରି ଭୋଟ ଭିକ୍ଷା କରିଥିଲେ।
Post a Comment