BREAKING
Loading...
:

ପ୍ରଚାର ଶେଷ ଆଜି


 ଭୁବନେଶ୍ବର : ପୌର ନିର୍ବାଚନ ଲାଗି ପ୍ରାର୍ଥୀଙ୍କ ହାତରେ ମାତ୍ର ଆଉ ଗୋଟିଏ ଦିନ ରହିଛି। ଏହି ଗୋଟିଏ ଦିନରେ ଭୋଟରଙ୍କ ମନ ଜିଣିବା ପାଇଁ ୬୪୧୧ ପ୍ରାର୍ଥୀ ପ୍ରାଣମୂର୍ଚ୍ଛା ସଂଗ୍ରାମ ଚଳାଇଛନ୍ତି। ମଙ୍ଗଳବାର ଅପରାହ୍ଣ ୫ଟା ପରେ ପ୍ରଚାର ଓ ଶୋଭାଯାତ୍ରା ହୋଇପାରିବ ନାହିଁ। ୨୩ ଅପରାହ୍ଣ ସୁଦ୍ଧା ସବୁ ପୁଲିଂ କର୍ମଚାରୀ ନିଜ ନିଜ ବୁଥ୍‌ରେ ପହଞ୍ଚିବେ। ୨୪ ତାରିଖ ସକାଳ ୮ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଭୋଟ୍‌ ଗ୍ରହଣ ହେବ । ୨୬ ତାରିଖ ସକାଳ ୮ଟାରୁ ଗଣତି ଚାଲିବ। ମତଦାନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ସମସ୍ତ ପୌରାଞ୍ଚଳରେ ୧୯୫ ପ୍ଲାଟୁନ୍ ସୁରକ୍ଷାବଳ ନିୟୋଜିତ କରାଯିବ। ଭୁବନେଶ୍ବର ମହାନଗର ନିଗମ ପାଇଁ ସର୍ବାଧିକ ୩୦ ପ୍ଲାଟୁନ୍ ସୁରକ୍ଷାବଳ ନିୟୋଜିତ କରାଯିବ। ପୌର ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ରାଜ୍ୟ ନିର୍ବାଚନ ଆୟୁକ୍ତ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି।ସୂଚନା ଅନୁଯାୟୀ ରାଜ୍ୟର ଭୁବନେଶ୍ବର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ସହିତ ୪୭ ପୌରପାଳିକା, ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିର୍ବାଚନ ଲାଗି ଫେବୃଆରୀ ୨୫ ତାରିଖରେ କାର୍ଯ୍ୟସୂଚୀ ଜାରି ହୋଇଛି। ଏହି ନିର୍ବାଚନରେ ମେୟର ଓ ପୌରାଧ୍ୟକ୍ଷ ପାଇଁ ୫୬୯ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଥିବାବେଳେ କର୍ପୋରେଟର ଓ କାଉନସିଲର ପାଇଁ ୫,୮୪୨ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ୧୦୬ ପୌରାଞ୍ଚଳର ୧୬୭୨ ୱାର୍ଡ ଓ ୩ଟି ମହାନଗର ନିଗମର ୧୬୫ ୱାର୍ଡରେ ନିର୍ବାଚନ ହେବ। ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ୨୯୮୯ ବୁଥ୍‌ ଓ ୩ଟି ମହାନଗର ନିଗମର ୧୩୮୪ ବୁଥ୍‌ରେ ୪୦ ଲକ୍ଷ ୫୫ ହଜାର ୫୩ଭୋଟର ମତଦାନ ସାବ୍ୟସ୍ତ କରିବେ। ଏଥିପାଇଁ ସବୁପ୍ରକାର ବ୍ୟବସ୍ଥା କରାଯାଇଛି। ଭୋଟ ଗ୍ରହଣ ପାଇଁ ୨୨ ହଜାର ପୁଲିଂ କର୍ମଚାରୀ ରହିବେ।

Post a Comment

Previous Post Next Post
Header ADS