ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କଲେଜ ପରିସରରେ ଛାତ୍ରୀ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଏହି ଶିବିର ଗତ୧୮.୦୪.୨୦୨୨ ଠାରୁ ଆରମ୍ଭ ହୋଇଥିଲା । ଏହି ଉଦଯାପାନ ତାଲିମ୍ ଶିବିରକୁ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଆଜି ତା-୨୬.୦୪ ୨୦୨୨ ରେ ଉଦଘାଟନ କରି ନିଜ ବକ୍ତବ୍ୟ ରେ କହିଥିଲେ ଯେ, ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ଯେଉଁ ଆତ୍ମସୁରକ୍ଷା ତାଲିମ, ଛାତ୍ରୀ ମାନଙ୍କୁ ଦିଆଯାଉଛି ତାହା ସ୍ବାଗତ ଯୋଗ୍ୟ ପଦକ୍ଷେପ ,ଏହା ଛାତ୍ରୀ ମାନଙ୍କ ମାନସିକ ଓ ଶାରୀରିକ ସ୍ତରରେ ବେଶ ଉପଯୋଗୀ ହୋଇ ପାରିବ।
ମୁଖ୍ୟ ବକ୍ତା ଭାବେ ରେଡକ୍ରସ୍ କାଉନସିଲର ପ୍ରାଧ୍ୟାପକ ଲୋକନାଥ ମହାନ୍ତି ଯୋଗଦେଇ କହିଲେ ନାରୀ ମାନଙ୍କ କ୍ଷେତ୍ରରେ ଲୁଟ୍, ଯୌନ ଆକ୍ରମଣ ଓ ଘରୋଇ ହିଂସା କ୍ଷେତ୍ରରେ ଯେଉଁ ଆକ୍ରୋଶ ମୂଳକ ହିଂସା ଚାଲିଛି ସେ କ୍ଷେତ୍ରରେ ଛାତ୍ରୀ ଆତ୍ମସୁରକ୍ଷା ପ୍ରଶିକ୍ଷଣ ନିଶ୍ଚିତ ଭାବରେ ନାରୀ ମାନଙ୍କୁ ସୁରକ୍ଷା ଯୋଗାଇବ ।
ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ମହେଶ ପ୍ରସାଦ ପଟ୍ଟନାୟକ ଯୋଗଦେଇ କହିଥିଲେ ଆତ୍ମସୁରକ୍ଷା ଓ ଆତ୍ମବିଶ୍ୱାସ ହିଁ ନାରୀର ସଶକ୍ତି କରଣରେ ସହାୟକ ହେବ। ଗଞ୍ଜାମ ଜିଲ୍ଲାର ଜାତୀୟ ସେବା ଯୋଜନା ସହ-ସଂଯୋଜକ ଅଧ୍ୟାପକ ସୁନିଲ୍ କୁମାର ମୁନି ସମ୍ମାନିତ ଅତିଥି ଭାବେ ଯୋଗ ଦେଇକହିଲେ ଛାତ୍ରୀ ମାନେ ସେଲଫ୍ ଦିଫେନ୍ସ ଶିକ୍ଷା ଗ୍ରହଣ କଲେ ନିଜକୁ ପ୍ରଥମେ ସୁରକ୍ଷା ଦେବା ସହିତ ପରିବାରକୁ ମଧ୍ୟ ସୁରକ୍ଷା ଦେବା ପାଇଁ ସକ୍ଷମ ହେବେ।
ଅନ୍ୟତମ ଅତିଥି ଭାବେ ଆଇନଜିବୀ ତଥା ସାମ୍ବାଦିକ ନିରାକାର ସାହୁ ଯୋଗ ଦେଇ, କହିଥିଲେ ନାରୀ ମାନଙ୍କ ଉପରେ ହେଉଥିବା ବିଭିନ୍ନ ହିଂସା କ୍ଷେତ୍ରରେ ଭାରତୀୟ ପେନାଲ କୋଡ଼୍ ରେ କଣ ଦଣ୍ଡ ବିଧାନ ରହିଛି ତାହା ସମୀକ୍ଷା କରିଥିଲେ ଓ ସାମ୍ବାଦିକ ପବିତ୍ର କୁମାର ମହାପାତ୍ର ଛାତ୍ରୀ ମାନଙ୍କ କଲେଜ ଜୀବନରେ ଶୃଙ୍ଖଳା ଉପରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଛାତ୍ରୀ ଇପ୍ସିତା ମହାନ୍ତି ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ପ୍ରଶିକ୍ଷିକା ବର୍ଷାରାଣୀ ସ୍ୱାଇଁ ଓ ଶ୍ରୁତିମୟୀ ପାତ୍ର ଛାତ୍ରୀ ମାନଙ୍କୁ ଶିଖାଇଥିବା ବିଭିନ୍ନ ଆତ୍ମ ସୁରକ୍ଷା କୌଶଳ ଗୁଡ଼ିକ ମଧ୍ୟରୁ ଆଠଟି କୌଶଳ ବିଭିନ୍ନ ଛାତ୍ରୀ ମାନେ ଅତିଥି ମାନଙ୍କ ସମ୍ମୁଖରେ ପ୍ରଦର୍ଶନ କରିଥିଲେ । ଛାତ୍ରୀ ମାନଙ୍କୁ କଲେଜ ତରଫରୁ ତାଲିମ୍ ପ୍ରମାଣ ପତ୍ର ଓ ଆତ୍ମସୁରକ୍ଷା ପୁସ୍ତିକା ରିଆକ୍ଟ ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ପ୍ରାଧ୍ୟାପକ ଡ଼ଃ ଜୟ ଦେବ ଗୌଡ଼ ଓ ଧନ୍ୟବାଦ ଅର୍ପଣ କରିଥିଲେ ଡି.ଇ.ଓ ସରୋଜ କୁମାର ନାୟକ । ଏହି ଶିବିରରେ ୧୫୮ ଜଣ ଛାତ୍ରୀ ତାଲିମ ଗ୍ରହଣ କରିଥିଲେ ।

ନିରାକାର ସାହୁ///ନୀଳଚକ୍ର Live
Post a Comment