BREAKING
Loading...
:

ଦିଲ୍ଲୀ ଏଲ ଏଲ ଏଫ ପରାମର୍ଶଦାତା ଡ଼କ୍ଟର ଅନୁପ୍ରିୟା ଚଢା ଙ୍କ ବିଦ୍ୟାଳୟ ପରିଦର୍ଶନ

 


ଜଗନ୍ନାଥପ୍ରସାଦ (ନୀଳଚକ୍ର Live)  ଦିଲ୍ଲୀ ଏଲ ଏଲ ଏଫ ପରାମର୍ଶଦାତା  ଡ଼କ୍ଟର ଅନୁପ୍ରିୟା ଚଢା ଆଜି ରାଜ୍ୟ ଏଫ ଏଲ ଏନ ର ସଦସ୍ୟ ଶ୍ରୀ ପ୍ରଶାନ୍ତ କୁମାର ଧଳଙ୍କ ସହ  ଜଗନ୍ନାଥପ୍ରସାଦ ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ରେ ପହଂଚିଥିଲେ ! ତାଙ୍କୁ ବି ଇ ଓ ଶ୍ରୀ ପ୍ରମୋଦ କୁମାର ମହାପାତ୍ର, ଏ ବି ଇ ଓ ଶ୍ରୀ ମନୋରଞ୍ଜନ ମିଶ୍ର, ଏ ବି ଇ ଓ ଶ୍ରୀ ସିମାଚଳ ଜାନୀ, ରାଜ୍ୟ ସାଧନ କର୍ମୀ ଶ୍ରୀ ଅନ୍ନଦା ତ୍ରିପାଠୀ, ସି ଆର ସି ସି ଶ୍ରୀ ଜଗବନ୍ଧୁ ରଥ ଓ ସମସ୍ତ ସି ଆର ସି ସି ଓ ଅଫିସ ଷ୍ଟାଫ ଙ୍କ ଦ୍ୱାରା ଫୁଲତୋଡ଼ା ଦେଇ ସ୍ୱାଗତ କରାଯାଇଥିଲା !


ସେ ସମସ୍ତଙ୍କୁ ନେଇ ଏକ ପ୍ରାକ ବୈଠକ ମାଧ୍ୟମରେ ଜାତୀୟ ଶିକ୍ଷା ନୀତି-20, ଏଫ ଏଲ ଏନ କାର୍ଯ୍ୟକ୍ରମ ଓ ବ୍ଲକର ସ୍ଥିତି ଉପରେ ଆଲୋଚନା କରି ଜିରାବାଡ଼ି ଉ ପ୍ରା ବିଦ୍ୟାଳୟରେ ପହଂଚିଥିଲେ ! ସେଠାରେ ପ୍ରଥମରୁ ତୃତୀୟ ଶ୍ରେଣୀର ପିଲାଙ୍କ ସହ ଦୀର୍ଘ ସମୟ ଧରି ବାର୍ତ୍ତାଳାପ ମାଧ୍ୟମରେ ଭାବର ଆଦାନପ୍ରଦାନ କରି ବେଶ ଖୁସି ଅନୁଭବ  କରଥିଲେ ! ପିଲାଙ୍କର ପ୍ରାରମ୍ଭିକ ଭାଷା ଓ ସଂଖ୍ୟାଜ୍ଞାନ ସମ୍ବନ୍ଧୀୟ  ଶୈକ୍ଷିକ ଉନ୍ନତି ପାଇଁ ସେଠାକାର ପ୍ରଧାନଶିକ୍ଷୟିତ୍ରୀ ସମେତ ସମସ୍ତ ଷ୍ଟାଫଙ୍କୁ ଧନ୍ୟବାଦ ଦେଇଥିଲେ ! ସ୍ଥାନୀୟ ସରପଞ୍ଚ ଶ୍ରୀ ସରୋଜ କୁମାର ନାୟକଙ୍କ ସହ ଶିକ୍ଷା ଓ ଉପକରଣ ଉପରେ ଆଲୋଚନା କରି  ନିକଟସ୍ଥ  ଚୋପ୍ରା ଉ ପ୍ରା ବିଦ୍ୟାଳୟରେ ପହଂଚି ବିଭିନ୍ନ ଶିକ୍ଷକ ଶିକ୍ଷୟିତ୍ରୀ ଓ ପିତା ମାତାଙ୍କ ସହ ଆଲୋଚନା କରିବା ପୂର୍ବକ କୋଭିଡ଼ ପରିପ୍ରେକ୍ଷୀରେ ଅନଲାଇନ ଶିକ୍ଷା, ୟୁଟୁବ ଶିକ୍ଷା ଓ ଘରକୁ ଘର ବୁଲି ଶିକ୍ଷାଦାନକରିବା  କଥା ପଚାରି  ଅତ୍ୟନ୍ତ  ସନ୍ତୋଷ ପ୍ରକାଶ କରିଥିଲେ ! ଅପରାହ୍ନରେ ପୁନଶ୍ଚ ବି ଇ ଓ କାର୍ଯ୍ୟାଳୟରେ ପହଁଚି ବି ଇ ଓ, ଏ ବି ଇ ଓ  ଏବଂ ସି ଆର ସି ସି ମାନଙ୍କ ସହ  ଆଲୋଚନା ପୂର୍ବକ ସମସ୍ତଙ୍କର ମତାମତ ଲୋଡ଼ିଥିଲେ !



ପ୍ରଥମେ ବି ଇ ଓ ଶ୍ରୀ ପ୍ରମୋଦ କୁମାର ମହାପାତ୍ର ବ୍ଲକରେ ଚାଲିଥିବା  ଏଫ ଏଲ ଏନ କାର୍ଯ୍ୟକ୍ରମ ଉପରେ ମତାମତ ରଖିଥିଲା ବେଳେ ଏସ ଆର ପି ଶ୍ରୀ ଅନ୍ନଦା ତ୍ରିପାଠୀ ଶିକ୍ଷକ ତାଲିମ,  ତାଲିମ ଖସଡ଼ା ଓ ପାଠ୍ୟ ଉପକରଣ  ଉପରେ ମତାମତ ରଖିଥିଲେ ! ପରେ ସି ଆର ସି ସି ଶ୍ରୀ  ହରି ଚନ୍ଦ୍ର ପାତ୍ର, ଶ୍ରୀ ନୀଳମାଧଵ ରଥ, ଶ୍ରୀ ଅଖିଳ କୁମାର ସେଠୀ, ଶ୍ରୀ ଜଗବନ୍ଧୁ ରଥ, ଶ୍ରୀ ପ୍ରତାପ ଚନ୍ଦ୍ର ବେହେରା, ଶ୍ରୀ ଅଖିଳ କୁମାର ପଣ୍ଡା, ଶ୍ରୀ ପ୍ରଦୀପ କୁମାର ପ୍ରଧାନ, ଶ୍ରୀ ନିରଞ୍ଜନ ପ୍ରଧାନ, ଶ୍ରୀ ଦିଲ୍ଲୀପ କୁମାର ଦାସ, ଶ୍ରୀ କୈଳାଶ ଚନ୍ଦ୍ର ଗୌଡ଼, ଶ୍ରୀ ପବିତ୍ର କୁମାର ସାହୁ ଓ ଶ୍ରୀ ପ୍ରକାଶ ଚନ୍ଦ୍ର ପଣ୍ଡା ଏଫ ଏଲ ଏନ ଉପରେ ସୁନ୍ଦର ମତାମତ ଦେବା ସହ କେନ୍ଦ୍ରୀୟ କର୍ମକର୍ତା ଓ ରାଜ୍ୟ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ନିରାକାର ସାହୁ///ନୀଳଚକ୍ର Live

Post a Comment

Previous Post Next Post
Header ADS