BREAKING
Loading...
:

ବ୍ଲକସ୍ତରୀୟ ଶିକ୍ଷଣ ସାମଗ୍ରୀ ମେଳା

 


ଜଗନ୍ନାଥପ୍ରସାଦ (ନୀଳଚକ୍ର Live )ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଜିରାବାଡ଼ି ଉଚ ପ୍ରାଥମିକ ବିଦ୍ୟାଳୟ ଠାରେ "ବ୍ଲକସ୍ତରୀୟ ଶିକ୍ଷଣ ସାମଗ୍ରୀ ମେଳା" ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଅନୂପ ପଣ୍ଡାଙ୍କ କରକମଳରେ ଉଦଘାଟିତ ହୋଇଯାଇଛି !

ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରମୋଦ କୁମାର ମହାପାତ୍ରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସମାରୋହରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମନୋରଞ୍ଜନ ମିଶ୍ର, ଏ ବି ଇ ଓ ତଥା ବି ଆର ସି ସି ଶ୍ରୀଯୁକ୍ତ ସିମାଞ୍ଚଳ ଜାନୀ, ସ୍ଥାନୀୟ ଯୁବ ସରପଞ୍ଚ ଶ୍ରୀଯୁକ୍ତ ସରୋଜ କୁମାର ନାୟକ ଓ ରାଜ୍ୟ ସାଧନ କର୍ମୀ ତଥା ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଅନ୍ନଦା ତ୍ରିପାଠୀ ଯୋଗ ଦେଇ ଜାତୀୟ ଶିକ୍ଷା ନୀତି -2020 ଅନୁଯାୟୀ ପ୍ରଥମ ରୁ ତୃତୀୟ ଶ୍ରେଣୀର ପିଲାମାନେ କିପରି  ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ହାସଲ କରିପାରିବେ ସେ ବିଷୟରେ  ସମସ୍ତଙ୍କୁ ବୁଝାଇଥିଲେ  ଓ ତାହାର ବିକାଶ ପାଇଁ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କର ଅନବଦ୍ୟ ପ୍ରଚେଷ୍ଟାକୁ ପ୍ରଶଂସା କରିଥିଲେ !






ପରେ ବ୍ଲକର ପ୍ରାୟ ଶହେ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଜେ ପ୍ରସ୍ତୁତ କରିଥିବା ପ୍ରାୟ ତିନିଶହରୁ ଉର୍ଦ୍ଧ ଶିକ୍ଷଣ ସାମଗ୍ରୀକୁ ଅତିଥିମାନେ ବୁଲି ଦେଖିଥିଲେ ! ଜଜ ଭାବେ ଶ୍ରୀ ଅନ୍ନଦା ତ୍ରିପାଠୀ, ସମ୍ବଳ ଶିକ୍ଷକ ଶ୍ରୀ ରଘୁନାଥ ମହାପାତ୍ର ଓ ଶ୍ରୀ ରାଜେନ୍ଦ୍ର ବିଶୋଇ ସାମଗ୍ରୀଗୁଡିକୁ ମୂଲ୍ୟାୟନ କରି ସର୍ବୋତ୍କୃଷ୍ଟ ସାମଗ୍ରୀ ଭାବେ ଗେରେଡା ଉ ପ୍ରା ବିଦ୍ୟାଳୟ, ତାରାସିଂ ଉ ପ୍ରା ବିଦ୍ୟାଳୟ ଓ କନ୍ଧଗାଁ ପ୍ରାଥମିକ ବିଦ୍ୟାଳୟ ର ଉତ୍ସର୍ଗୀକୃତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ ଚୟନ କରିଥିଲେ ଓ ସେଗୁଡିକ ଆସନ୍ତା କୋଡିଏ ତାରିଖରେ ଖଲିକୋଟସ୍ଥିତ  ଜିଲ୍ଲା ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନରେ  ହେବାକୁ ଥିବା ଜିଲ୍ଲା ସ୍ତରୀୟ ଶିକ୍ଷଣ ସାମଗ୍ରୀ ମେଳା ରେ ଅଂଶ ଗ୍ରହଣ କରିବା  ପାଇଁ ମନୋନୀତ କରିଥିଲେ !

ଅପରାହ୍ନରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ବିଦ୍ୟାଳୟର ଛାତ୍ରୀମାନଙ୍କ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ବେଳେ ସଦର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ  ଶ୍ରୀଯୁକ୍ତ ଜଗବନ୍ଧୁ ରଥ ଅତି ସୁନ୍ଦରଭାବେ ସଭା ପରିଚାଳନା କରିଥିଲେ ! ପରିଶେଷରେ ଶ୍ରୀଯୁକ୍ତ ସିମାଂଚଳ ଜାନୀ ଏହି ମହତ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତ ସି ଆର ସି ସି, ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଶେଷକରି  ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ଭାଗ୍ୟଲତା ପ୍ରଧାନ ଓ ତାଙ୍କର ସହକର୍ମୀମାନଙ୍କୁ ସମସ୍ତ ଶ୍ରେୟ ପ୍ରଦାନ କରିଥିଲେ ।

ନିରାକାର ସାହୁ///ନୀଳଚକ୍ର live

Post a Comment

Previous Post Next Post
Header ADS