BREAKING
Loading...
:

ମହିଳା ଆତ୍ମସୁରକ୍ଷା ତାଲିମ ଶିବିର ଉଦଘାଟିତ

  


ଜଗନ୍ନାଥ ପ୍ରସାଦ: ୧୮.୦୪.୨୦୨୨(ନୀଳଚକ୍ର Live) ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଜଗନ୍ନାଥ ପ୍ରସାଦ ପରିସରରେ ଛାତ୍ରୀ ଓ ପ୍ରଶିକ୍ଷିକା ମାନଙ୍କୁ ନେଇ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି । ଏହି ଶିବିରକୁ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । ଏହି ଶିବିରରେ ମୁଖ୍ୟବକ୍ତା ଭାବେ ଯୁବ ରେଡକ୍ରସ୍ କାଉନସିଲର ପ୍ରାଧ୍ୟାପକ ଲୋକନାଥ ମହାନ୍ତି ଯୋଗଦେଇ ନାରୀ ସଶକ୍ତିକରଣ ଓ ମହିଳା ସୁରକ୍ଷା କ୍ଷେତ୍ରରେ ଆତ୍ମସୁରକ୍ଷାର ଗୁରୁତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରଶିକ୍ଷିକା ବର୍ଷାରାଣୀ ଓ ଶ୍ରୁତିମୟୀ ସାମ୍ପ୍ରତିକ ପରିସ୍ଥିତିରେ ଛାତ୍ରୀ ମାନଙ୍କ ପାଇଁ ଆତ୍ମସୁରକ୍ଷାର ଗୁରୁତ୍ଵପୂର୍ଣ୍ଣ ବିଷୟରେ ଶିକ୍ଷା ଦେଇଥିଲେ ।

ସଭାପତିତ୍ବ ଭାଷଣରେ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନ ଉଚ୍ଚ ଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ଆତ୍ମସୁରକ୍ଷା କାର୍ଯ୍ୟକ୍ରମର ମହତ୍ତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜକ ଡ଼ଃ ଜୟଦେବ ଗୌଡ଼ ଛାତ୍ରୀ ଆତ୍ମସୁରକ୍ଷା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଡି.ଇ.ଓ ସରୋଜ କୁମାର ନାୟକ ସମସ୍ତ ଅତିଥି ଓ ଛାତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରୀ ଇପ୍ସିତା ମହାନ୍ତି ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ।

ଏହି କାର୍ଯ୍ୟକ୍ରମ ୧୮.୦୪.୨୦୨୨ ରୁ ଆରମ୍ଭ ହୋଇ ୨୭.୦୪.୨୦୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ  ଓ ମହାବିଦ୍ୟାଳୟ ଶତାଧିକ ଛାତ୍ରୀ ଯୋଗଦେଇ ତାଲିମ ନେବେ ବୋଲି ଅଧ୍ୟକ୍ଷ ସୂଚନା ଦେଇଛନ୍ତି

Post a Comment

Previous Post Next Post
Header ADS