BREAKING
Loading...
:

୧୨ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର

 


ଭଞ୍ଜନଗର (ନୀଳଚକ୍ରLive): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ଅନ୍ତର୍ଗତ କଣ୍ଟେଇପଲ୍ଲୀ ଗ୍ରାମରୁ ବନ ବିଭାଗ ପକ୍ଷରୁ ଆଜି ଏକ  ଅହିରାଜ ସାପ ଉଦ୍ଧାର କରାଯାଇଛି। ସାପଟିର ଲମ୍ବ ପ୍ରାୟ  ୧୨ଫୁଟ ହେବ ବୋଲି ଅନୁମାନ କରାଯାଉଛି । କଣ୍ଟେଇପଲ୍ଲୀ ଗ୍ରାମର ରାସ୍ତା କଡରେ ଥିବା ଏକ ଗଛ ମୂଳେ ସାପଟି ରହିଥିବା ନେଇ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ସେ କାଳବିଳମ୍ବ ନକରି ଏ ସମ୍ପର୍କରେ ବନ ବିଭାଗ କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ସ୍ଥାନୀୟ ବନପାଳ ଶରତ ମହାନ୍ତି, ରଶ୍ମିତା ସେଠୀ, ସେକ୍ନ ହେଲ୍ପ ଲାଇନର ନାରାୟଣ ପାତ୍ର  ପହଂଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।  ଏହା ପରେ ବନବିଭାଗ ସହାୟତାରେ ଏହାକୁ ପ୍ରାକୃତିକ ଆବାସସ୍ଥଳୀ ଜୟ ମଙ୍ଗଳ ଜଙ୍ଗଲରେ  ଛାଡ଼ି ଦିଆଯାଇଥିବା ରେଞ୍ଜର କୁମର ବେହେରା ସୂଚନା ଦେଇଛନ୍ତି।

ରିପୋର୍ଟ/ନିଲୁ ବିଶୋଇ

Post a Comment

Previous Post Next Post
Header ADS