ବୁଗୁଡା (ନୀଳଚକ୍ରLive) ଗଞ୍ଜାମ ଜିଲ୍ଲାର ବୁଗୁଡା ଏନଏସି ଉପାଧ୍ୟକ୍ଷା ଭାବେ ୧୦ ନମ୍ବର ୱାର୍ଡ କାଉନସିଲର ଗୀତାଞ୍ଜଳୀ ପାଢ଼ୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡିଛି। ୧୩ ୱାର୍ଡ ବିଶିଷ୍ଟ ବୁଗୁଡା ଏନେସିରେ ବିଜେଡି ପ୍ରାର୍ଥୀ ଚିତ୍ରସେନ ପ୍ରଧାନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ବେଳେ ୧୧ ଜଣ କାଉନସିଲର ବିଜେଡି ରୁ ୨ ଜଣ କାଉନସିଲର ବିଜେପି ରୁ ନିର୍ବାଚିତ ହୋଇଥିଲେ। ଏପ୍ରିଲ ୭ ତାରିଖରେ ସାରା ଓଡିଶାରେ ଏନଏସି ଓ ମୁନିସିପାଲଟି ର ଉପ ନଗରପାଳ ଓ କଟକ ନିଗମ ପାଇଁ ଉପମେୟର ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେହି ପ୍ରରିପେକ୍ଷିରେ ବୁଗୁଡା ଏନଏସି ର ଉପନଗରପାଳ ପାଇଁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ୧୦ ନମ୍ବର ୱାର୍ଡ କାଉନସିଲର ଗୀତାଞ୍ଜଳୀ ପାଢ଼ୀ କେବଳ ଜଣେ ପ୍ରାର୍ଥୀପତ୍ର ଦାଖଲ କରିଥିବା ଯୋଗୁଁ ନିର୍ବାଚନ ଅଧିକାରୀ ନିର୍ଦ୍ୱନ୍ଦରେ ବିଜୟୀ ଘୋଷଣା କରିଥିଲେ। ନବନିର୍ବାଚିତ ଉପାଧ୍ୟକ୍ଷା ଶ୍ରୀମତୀ ପାଢ଼ୀ ଗତ ନିର୍ବାଚନରେ ମଧ୍ୟ ୧୦ ନମ୍ବର ୱାର୍ଡରୁ କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ। ଶ୍ରୀମତୀ ପାଢ଼ୀଙ୍କ ସ୍ୱାମୀ ଗଞ୍ଜାମ ଜିଲ୍ଲା ବିଜେଡି ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ ମଧ୍ୟ ଥରେ ଏହି ୧୦ ନମ୍ବର ୱାର୍ଡରୁ କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ। ସୁଧାଂଶୁ ବାବୁ ଅଞ୍ଚଳରେ ଅନୁଷ୍ଠିତ ବିଜୁ ଜନତା ଦଳର ସମସ୍ତ କାର୍ଯ୍ୟକ୍ରମରେ ଆଗୁଆ ରହୁଥିବା ବେଳେ ତାଙ୍କ ଧର୍ମପତ୍ନୀ ଗୀତାଞ୍ଜଳୀ ଦେବୀ ଉପାଧ୍ୟକ୍ଷା ନିର୍ବାଚିତ ହୋଇଥିବା ଯୋଗୁଁ ସହରବାସୀ ଖୁବ ଖୁସି ଥିବା ଜଣାପଡିଛି। ନବନିର୍ବାଚିତ ଉପାଧ୍ୟକ୍ଷା ଗୀତାଞ୍ଜଳୀ ପାଢ଼ୀ ନିଜ ବିଜୟର ଶ୍ରେୟ ବୁଗୁଡା ସହର ଜନସାଧାରଣଙ୍କୁ ଦେବାସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁ ଓ ସମସ୍ତ କାଉନସିଲରଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି।
ରିପୋର୍ଟ-ରୋହିତ ପ୍ରଧାନ
Post a Comment