BREAKING
Loading...
:

ଜଗନ୍ନାଥ ପ୍ରସାଦ ପଞ୍ଚାୟତ ସମିତି ର ପ୍ରଥମ ସାଧାରଣ ବୈଠକ

 


ଜଗନ୍ନାଥ ପ୍ରସାଦ(ନିରାକାର ସାହୁ) ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ  ପ୍ରଥମ ପଞ୍ଚାୟତ ସମିତି ସାଧାରଣ ବୈଠକ ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଜୟଶ୍ରୀ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ଜଙ୍ଗଲ ପରିବେଶ, ଜଳବାୟୁ ପରିବର୍ତନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଯୋଗଦେଇ, ବର୍ଷୀୟାନ ଜନନେତା ଜଗନ୍ନାଥ ପ୍ରସାଦ ବ୍ଲକ ବିଜେଡି ସଭାପତି ସ୍ବର୍ଗତ ମୋହନ ପ୍ରଧାନ, ସମାଜସେବୀ, ବର୍ତମାନ ବ୍ଲକ ଅଧ୍ୟକ୍ଷା ଙ୍କ ସ୍ଵାମୀ ତଥା ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ସ୍ବର୍ଗତ ହିମାଂଶୁ ଶେଖର ବାରିକ, ଓ ତାରାସିଂଙ୍ଗ ଗ୍ରାମ ପଂଚାୟତ ର

ପୂର୍ବତନ ସରପଞ୍ଚ ସ୍ବର୍ଗତ ବାବୁଲି କୁମାର ପ୍ରଧାନ ଙ୍କ  ଶୋକସନ୍ତପ୍ତ ପରିବାରବର୍ଗଙ୍କୁ  ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଦଳଗତ ନିର୍ବିଶେଷରେ ଓଡିଶା ସରକାର ଙ୍କ ବିଭିନ୍ନ ଜନହିତକାରୀ ଯୋଜନା କିଭଳି ଭାବେ ଜନସାଧାରଣ ଙ୍କ

ପାଖରେ ପହଂଚି ପାରିବ ସେଥିପାଇଁ ଆନ୍ତରିକ ଉଦ୍ୟମ କରିବା ପାଇଁ ଆହ୍ୱାନ ଦେଇଥିଲେ ମାନ୍ୟବର ମନ୍ତ୍ରୀ ଓ ଜଗନ୍ନାଥ ପ୍ରସାଦ ବ୍ଲକ ଅଧିନସ୍ଥ ଗ୍ରାମ ପଂଚାୟତ ମାନଙ୍କ ବିଭିନ୍ନ ଉନ୍ନତି ମୂଳକ କାମ ବିଷୟରେ ଆଲୋଚନା କରିବା ସହ ଜଗନ୍ନାଥ ପ୍ରସାଦ ବ୍ଲକ କୁ ଏକ ସୁଦୃଢ ଓ ବିକଶିତ ବ୍ଲକ ରୂପେ କିପରି ପରିଣତ ହେବ ମାନ୍ୟବର ମନ୍ତ୍ରୀ ସମସ୍ତ ସରପଞ୍ଚ ସମିତି ସଭ୍ୟ,ସମିତି ସଭ୍ୟା ଓ ଜିଲ୍ଲାପରିଷଦ ସଦସ୍ୟ, ସଦସ୍ୟା ଙ୍କୁ




ଉବୋଧନ ଦେଇଥିଲେ। ଏଥିରେ  ପଂଚାୟତ ସମିତି ର ଅଧ୍ୟକ୍ଷା ଶ୍ରୀମତୀ ଜୟଶ୍ରୀ ସାହୁ, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ରଂଜିତ ପାତ୍ର,,ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ବିପ୍ର ଚାରଣ ବାରିକ ,ଜଗନ୍ନାଥ ପ୍ରସାଦ ବି.ଡି.ଓ,ଅନୁପ କୁମାର ପଣ୍ଡା, ତହସିଲଦାର ମନୋଜ ତ୍ରିପାଠୀ, ଜଗନ୍ନାଥ ପ୍ରସାଦ ବ୍ଲକ ଅଧିନସ୍ଥ ସମସ୍ତ ସରପଞ୍ଚ, ସମିତି ସଭ୍ୟ,ସଭ୍ୟା ଜିଲ୍ଲାପରିଷଦ ସଦସ୍ୟ,ସଦସ୍ୟା, ବିଭିନ୍ନ ସରକାରୀ ଅଧିକାରୀ,ସମାଜସେବୀ ଓ ମାନ୍ୟ ଗାନ୍ୟ ବ୍ୟକ୍ତି ଗଣ ଉପସ୍ଥିତ ଥିଲେ।

Post a Comment

Previous Post Next Post
Header ADS