୧-ରାଜ୍ୟରେ ୨୬ ଏଚ୍ଏଫ୍ଏମ୍ଡି ଆକ୍ରାନ୍ତ ଚିହ୍ନଟ; କ୍ୟାପିଟାଲ ହସ୍ପିଟାଲରେ ୨୪, ଏସ୍ସିବିରେ ୨ ।
୨-ଆଜିଠୁ ଉପକୂଳରେ ଟାଣ ଖରା, ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା ।
୩-ଭୁବନେଶ୍ବରର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା କୋଲକାତାର ଜଣେ ଛାତ୍ରୀଙ୍କ ରହସ୍ୟଜନକ ମୃତ୍ୟୁ ଘଟିଛି। ଛାତ୍ରୀଜଣକ ଭୁବନେଶ୍ବରରୁ ଏକ ଉବେର୍ କାର୍ରେ ପୁରୀ ଅଭିମୁଖେ ଯାଉଥିଲେ। ସାକ୍ଷୀଗୋପାଳ ଷ୍ଟେସନ୍ ନିକଟସ୍ଥ ରେଳଧାରଣାରୁ ତାଙ୍କର ମୃତଦେହ ମିଳିଛି।
୪-ଚଳିତ ଆଇପିଏଲ୍ର ପ୍ଲେ-ଅଫ୍ ପର୍ଯ୍ୟାୟ ମଙ୍ଗଳବାରଠାରୁ ଆରମ୍ଭ ହେଉଛି । ଯଦି ବର୍ଷା କିମ୍ବା ଅନ୍ୟ କୌଣସି କାରଣରୁ ନିର୍ଦ୍ଧାରିତ ସମୟରେ ମ୍ୟାଚ୍ର ଫଳାଫଳ ନ ବାହାରେ; ତେବେ ସୁପର ଓଭର୍ ଦ୍ବାରା ମ୍ୟାଚ୍ର ଫଇସଲା ହେବ।
୫-ଜାତିଭିତ୍ତିକ ଜନଗଣନା ଲାଗି ୨୭ରେ ହୋଇପାରେ ସର୍ବଦଳୀୟ ବୈଠକ।
୬-ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ମ୍ୟାଚ୍ ପାଇଁ ଜୋରଦାର୍ ପ୍ରସ୍ତୁତି; ପାର୍କିଂରେ ରହିବ ୧୫ ରୁ ୨୦ ହଜାର ଗାଡ଼ି
୭-TIME ମାଗାଜିନର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସୂଚୀ; ଗୌତମ ଅଦାନୀ, କରୁଣା ନନ୍ଦୀ ଏବଂ ଖୁର୍ରମ ପରଭେଜଙ୍କ ନାଁ ସାମିଲ ।
୮-ବିନୟ କୁମାର ସାକ୍ସେନା ହେଲେ ଦିଲ୍ଲୀର ନୂଆ ଉପ-ରାଜ୍ୟପାଳ ।
୯-ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଶଙ୍କରାଚାର୍ଯ୍ୟଙ୍କ ସହ ଗଜପତି, ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳଙ୍କ ଆଲୋଚନା।
୧୦-ମଙ୍କିପକ୍ସ ଭୟ ଭିତରେ ଆସିଲା ଆଶ୍ୱସ୍ତିକର ଖବର: ହୁ କହିଲା, ରୂପ ବଦଳାଇବାର ଏ ଯାଏଁ ମିଳିନି ପ୍ରମାଣ।
୧୧-ନିକଟରେ ଆମ୍ ଆଦମୀ ପାର୍ଟି (ଆପ) ପଞ୍ଜାବରେ ସରକାର ଗଠନ କରିଥିବା ବେଳେ ଦଳକୁ ଲାଗିଛି ଜବରଦସ୍ତ ଝଟକା । ଆପର ଜଣେ ବିଧାୟକଙ୍କୁ ୩ ବର୍ଷର ଜେଲଦଣ୍ଡ ହୋଇଛି ।
୧୨-କେଦାରନାଥରେ ଅରେଞ୍ଜ ଆଲର୍ଟ: ଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ଅପିଲ।
୧୩-ରାଜ୍ୟରେ ବଢୁଛି ବାଘ ଛାଲ ଜବତ ଘଟଣା: କେଉଁ ଅଂଚଳର ବାଘ, ଜାଣିବା ପାଇଁ ବନ ବିଭାଗ କରିବ ଡିଏନଏ ଟେଷ୍ଟ।
୧୪-ଅସ୍ତ୍ର ସାଜିଛି ସୋସିଆଲ ମିଡିଆ: ଅନୁଭବଙ୍କୁ ଫ୍ୟାନ୍ ପେଜ୍ ମାଧ୍ୟମରେ କଡ଼ା ଜବାବ ଦେଲେ ବର୍ଷା।
୧୫-ଶରତ ପଟ୍ଟନାୟକ ହେଲେ ଓଡ଼ିଶା କଂଗ୍ରେସର ନୂଆ ସଭାପତି। ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ଏଆଇସିସି।
୧୬-ଜ୍ଞାନବାପି ମାମଲାର ଶୁଣାଣି ଶେଷ: ମଙ୍ଗଳବାର ଆସିବ ନିଷ୍ପତ୍ତି ।
୧୭-୩୭ ବର୍ଷରେ ଦଳକୁ କମବ୍ୟାକ୍ କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ଦୀନେଶ କାର୍ତ୍ତିକ।
Post a Comment