BREAKING
Loading...
:

ଗଞ୍ଜାମ ପଞ୍ଚାୟତ ସମିତି ର ତୃତୀୟ ସଧାରଣ ବୈଠକ:-ଉର୍ନୟନ କାର୍ଯ୍ୟ ପ୍ରତି ଗୁରୁତ୍ଵାରୋପ

 


ଗଞ୍ଜାମ(ନିଳଚକ୍ର Live)24/5 -ଗଞ୍ଜାମ ବ୍ଲକ ସଭାଗୃହ ଠାରେ ମଙ୍ଗଳବାର ପଞ୍ଚାୟତ ସମିତି  ତୃତୀୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା l ଏଥିରେ ବ୍ଲକ ଅଧକ୍ଷା ଶର୍ମିଷ୍ଠା ପ୍ରଧାନ ଅଧକ୍ଷତା କରିଥିଲେ l ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ବିଡ଼ିଓ ବିଶ୍ୱଜିତ ରାୟ, ଜିପିଓ ରଥ ପ୍ରମୁଖ ମଂଚାସୀନ ଥିଲେ l ଏହି ଅବସରରେ ନିର୍ବାଚିତ ଜନପ୍ରତିନିଧି ମାନଙ୍କୁ ଅଧକ୍ଷା ସମ୍ବର୍ଦ୍ଧନା ଜଣାଇଥିଲେ l 

ଦଳଗତ ନିର୍ବିଶେଷରେ ସମସ୍ତ ସାଧାରଣ ଜନତାଙ୍କ ସାମୁହିକ ବିକାଶ ପ୍ରତି ଗୁରୁତ୍ୱ ଦେବା ଜଣେ ଜଣ ପ୍ରତିନିଧିଙ୍କ ପ୍ରଥମ କର୍ତ୍ତବ୍ୟ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ।ଗଞ୍ଜାମ ବ୍ଲକରେ ଭିତ୍ତିଭୂମିର ବିକାଶ,ସାମାଜିକ ସୁରକ୍ଷା ଯୋଜନା,ଜୀବନ ଜୀବିକାର ଉନ୍ନତିକରଣ ଯୋଜନା ଗୁଡିକୁ ନେଇ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନବାବୁଙ୍କ ଯୁଗାନ୍ତକାରୀ ପଦକ୍ଷେପ ପାଇଁ ଗଞ୍ଜାମ ଜିଲ୍ଲା ଏବଂ ଗଂଜାମ ବ୍ଲକ ଓଡ଼ିଶାର ବିକାଶ କ୍ଷେତ୍ରରେ ରୋଲ ମଡେଲ ହୋଇପାରିଛି ବୋଲି ବିଧାୟକ ବେହେରା  କହିଥିଲେ।ବିଡ଼ିଓ ଙ୍କ କାର୍ଯ୍ୟଦକ୍ଷତା ପାଥେୟ କରି ଗଞ୍ଜାମ ବ୍ଲକ ବିକାଶ କ୍ଷେତ୍ରରେ ଏକ ଅଗ୍ରଣୀ
ବ୍ଲକ ଭାବରେ ସ୍ୱତନ୍ତ୍ରତା ରହିଛି।


ତେଣୁ ସମସ୍ତ ନବନିର୍ବାଚିତ ଜନ ପ୍ରତିନିଧିମାନେ ସ୍ଥାନୀୟ ଅଞ୍ଚଳର ସାମୁହିକ ବିକାଶ ପ୍ରତି ଯତ୍ନବାନ ହେବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ।ବିଡ଼ିଓ ବିଶ୍ୱଜିତ ରାୟ ଅତିଥି ଓ ଜନ ପ୍ରତିନିଧିମାନଙ୍କୁ ମାନଙ୍କୁ ସ୍ୱାଗତ ସମର୍ଦ୍ଧନା ଜଣାଇବା ସହ ଆଞ୍ଚଳିକ ସମସ୍ୟାର ସମାଧାନଓ ବିଭିନ୍ନ ଯୋଜନାର ସଫଳ ରୂପାୟନ ନେଇ ସମସ୍ତଙ୍କ ସହଯୋଗ କାମନା କରିଥିଲେ l ଗର୍ଭବତୀ ମହିଳା ଓ ଛୁଆ ଙ୍କ ପାଇଁ ଅତ୍ୟନ୍ତ ନିମ୍ନ ମାନର ଛତୁଆ ଓ ଅନ୍ୟାନ୍ୟ ସାମଗ୍ରୀ ନିମ୍ନ ମାନର ହେଉଥିବା ଦର୍ଶାଇ ବୈଠକରେ ପୋଇରାଶି ସରପଞ୍ଚ ରବୀନ୍ଦ୍ରନାଥ ବେହେରା,କରପଡା ସରପଞ୍ଚ ଓ ରାମଗଡ଼ ସମିତିସଭ୍ୟା ଗୀତାଞ୍ଜଳି ବେହେରା ପ୍ରମୁଖ ଅଭିଯୋଗ ଆଣିଥିଲେ।ଏପରିକି ଏହି ଖାଦ୍ୟ ଗାଈ ଗୋରୁ ଖାଇବା ମଧ୍ୟ ପ୍ରଯୁଜ୍ୟ ହେଉନାହିଁ ବୋଲି କହିଥିଲେ।ଏହି ଅଭିଯୋଗ ଆସିବା ପରେ ବିଧାୟକ ,ଅଧ୍ୟକ୍ଷା, ବିଡ଼ିଓ ଏବଂ ସିଡିପିଓ ଙ୍କ ଏହାର ଯାଞ୍ଚ କରିବା ପାଇଁ ଆଲୋଚନା ହୋଇଥିଲା l ମେଗା ପାନୀୟ ଜଳ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବାରୁ ତାର ତ୍ବରାନିତ୍ୱ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ବିଧାୟକ ନିର୍ଦେଶ ଦେଇଥିଲେ।


  ବିଭିନ୍ନ ପଞ୍ଚାୟତ ରେ ପାନୀୟ ଜଳ ସମସ୍ୟା ଓ ମେଗା ପାନୀୟ ଜଳ ବ୍ୟବସ୍ଥାର ଅଗ୍ରଗତି ନେଇ ସାଂସଦ ସ୍ୱତନ୍ତ୍ର ଦୃଷ୍ଟିଦେବେ ବୋଲି ପ୍ରକାଶ କରିଥିଲେ।କାଇଁଚପୁର ପଞ୍ଚାୟତ ଶ୍ରେଷ୍ଠ ପଂଚାୟତ
ହୋଇଥିବା ଯୋଗୁ ସରପଞ୍ଚ ଆର ଚନ୍ଦନା ରେଡ଼ିଙ୍କୁ ଅତିଥିମାନେ ସମ୍ବର୍ଦ୍ଧନା କରିଥିଲେ l ସେ ସମସ୍ୟାର ତୁରନ୍ତ ସମାଧାନ ନେଇ ବି ଇ ଓ ଭାଗିରଥି ବେହେରା କହିଥିଲେ।  କାଇଁଚପୁର ପଞ୍ଚାୟତ କୁ ବେଷ୍ଟ ଆୱାର୍ଡ ମିଳିଥିବା ଯୋଗୁଁ ସ୍ଥାନୀୟ ସରପଞ୍ଚ ଆର.ଚନ୍ଦନା ଓ ସମିତିସଭ୍ୟ ଙ୍କୁ ସମର୍ଦ୍ଧିତ କରାଯାଇଥିଲା l

ରିପୋର୍ଟ///ଗଂଜାମ ରୁ ବିଜୟଲକ୍ଷ୍ମୀ ମହାଙ୍କୁଡ

Post a Comment

Previous Post Next Post
Header ADS